ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର

Spread the love

ସୁନ୍ଦରଗଡ ତା:୧୬/୧୦/୨୦୨୬(ସନ୍ଧାନ ନ୍ୟୁଜ) ମଧ୍ୟାହ୍ନ ସମୟରେ ଟାଙ୍ଗର ଗାଁ ମୁଖ୍ୟ ଛକରେ ଥିବା ଏକ ଦୋକାନରେ ଚୋରି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଟାଙ୍ଗର ଗାଁ ର କୁଲେଶ୍ୱରି ଦେବୀ ଙ୍କ ଦୋକାନ ରେ ଦୁଇଜଣ ଦୁର୍ବୃତ୍ତ ଆସି ପାଣି ପିଇବା ବାହାନାରେ ଦୋକାନରେ ଥିବା ଟଙ୍କା ନେଇ ବାଇକ୍ ଯୋଗେ ଚଂପଟ ମାରିଥିଲେ । ସ୍ଥାନିୟ ଲୋକଙ୍କ ନଜର କୁ ଆସିବା ପରେ ବାଇକ୍ ଓ ଦୋକାନ ମାଲିକ କାର ଯୋଗେ ଚୋରଙ୍କ ପିଛା କରିବା ସହିତ ତଳସରା ଥାନାକୁ ସୂଚନା ଦେଇଥିଲେ । ହୁଟୁପାନି ଜଙ୍ଗଲ ଭିତରେ ଚୋରଙ୍କୁ ଦୋକାନ ମାଲିକ ସହ ଅଞ୍ଚଳ ଲୋକେ କାବୁ କରିଥିଲେ ।ଚୋରି ଘଟଣାରେ ଡମକୁଡ଼ା ଗ୍ରାମର ବୈକୁଣ୍ଠ ଦାସ(୫୩) ଓ ଦାଶରଥି ଦାସ(୩୭) ଉଭୟ ବାପ ପୁଅ ଥିବାବେଳେ ପୁଅର ଗୋଡ ଭାଙ୍ଗିଥିବା ଜଣାପଡିଛି ।ପୋଲିସ ଘଟଣା ସ୍ଥଳେ ପହଞ୍ଚି ତାଙ୍କୁ ସବଡେଗା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କାରଣରୁ ସୁନ୍ଦରଗଡ ଶାନ୍ତିଲତା ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂତ୍ରରୁ ପ୍ରକାଶ।

Related Posts

About The Author

Add Comment