ସୁନ୍ଦରଗଡ,26/03 (ସନ୍ଧାନ ନିଉଜ) ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଦର୍ଲିପାଲି ଠାରେ ଥିବା ପାୱାର ୟୁନିଟ କାର୍ଯ୍ୟକ୍ଷମ ହେବାର ସୂଚନା ମିଳିଛି I ଦର୍ଲିପାଲି ସ୍ଥିତ ସୁପର ପାୱାର ପ୍ଲାଣ୍ଟ ର ଦୁଇଟି ୟୁନିଟ (୧୬୦୦ ମେଗାୱାଟ) କାର୍ଯ୍ୟକ୍ଷମ ହୋଇ ଥିବା ବେଳେ ଏହାକୁ ୩୨୦୦ ମେଗାୱାଟ କରିବା ପାଇଁ ଅତି ଶୀଘ୍ର କାର୍ଯ୍ୟକାରୀ କରା ଯିବ I ଏହାର ବାଣୀଜିକ ଉତ୍ପାଦନ ଗତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇ ଥିବା ବେଳେ ଓଡିଶା ସରକାରଙ୍କୁ ୫୦% ଏବଂ ବାହାର ରାଜ୍ୟକୁ ୫୦% ବିଦ୍ୟୁତ ଦେଇ ଆସୁଛି I
ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୪ ଟା ୪୦ ମିନିଟ ସମୟରେ ଦ୍ଵିତୀୟ ୟୁନିଟ ଶୁଭାରମ୍ଭ ହୋଇଛି I ଅପରେସନ ବିଭାଗର କତୃପକ୍ଷ ଶ୍ରୀଯୁକ୍ତ “କେ ସୁନ୍ଦରମ” ତଥା ଅପରେସନ ଜିଏମ “କେ ଏମ କେ ପୂର୍ଣ୍ଣି ପୃଷ୍ଟି” ଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ରେ ଏହି ୟୁନିଟ କାର୍ଯ୍ୟକ୍ଷମ ହୋଇଥିଲା I କମ୍ପାନୀ ଅଧିକାରୀ ଏବଂ ସମସ୍ତ କର୍ମଚାରୀଙ୍କର ଦୃଢ ପରିଶ୍ରମ ଏବଂ ନିଷ୍ଠା ପାଇଁ ଯଥା ସମୟରେ କାର୍ଯ୍ୟକ୍ଷମ ହୋଇ ଥିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଞ୍ଚଳିକ ନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ”ସୁନୀଲ କୁମାର ସତ୍ୟ” ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣେଇଛନ୍ତି I ସାମ୍ପ୍ରତିକ କୋଭିଡ ମହାମାରୀ ସମୟରେ ବିଭିନ୍ନ ସଂସ୍ଥା ସହଯୋଗ କରି ଥିବାରୁ ଶ୍ରୀଯୁକ୍ତ ସତ୍ୟ ପ୍ରଶଂସା କରିଛନ୍ତି I ଏଠାରେ ୮୦୦ ମେଗାୱାଟ ର ୪ ଟି ପ୍ରକଳ୍ପ ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଟି ପ୍ରକଳ୍ପ ସମ୍ପୂର୍ଣ ହୋଇ ସାରିଛି I