ଦଇପୁର ଠାରେ ୨୪ତମ କ୍ରୀଡା ମହୋତ୍ସବ ଅନୁଷ୍ଠିତ

Spread the love
  •  
  •  
  •  
  •  
  •  

ଜେନାପୁର/୦୭/୧୨(ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନସ୍ଥ ଦଇପୁର ଠାରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀଚୈତନ୍ୟ କ୍ରିକେଟ୍ ଟିମ୍ ତରଫରୁ ୨୪ତମ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବ ଦୀର୍ଘ ୧୨ ଦିନ ଧରି ମହା ଆଡମ୍ବର ସହ ଚାଲିଥିଲା । ଏଥିରେ ଆଖପାଖ ଅଞ୍ଚଳର ୧୬ଟି ସୁନାମ ଧର୍ମୀ କ୍ରିକେଟ୍ ପ୍ରତିଯୋଗିମାନଙ୍କୁ ନେଇ ମ୍ୟାଚ୍ ହୋଇଯାଇଛି। ସେଥିମଧ୍ୟରୁ ଶ୍ରେଷ୍ଠ ୨ଟି ଦଳ ଲକ୍ଷ୍ମଣ ଇଲେଭେନ୍ ଢେଙ୍କାନାଳ ଓ ଧର୍ମଶାଳା ଅଞ୍ଚଳର କାଏମା ଦଳ ମଧ୍ୟରେ ମେଗା ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ୍ ମ୍ୟାଚ୍ ୨୦ ଓଭର ବିଶିଷ୍ଟ ଥିଲା । ଏଥିରେ କାଏମା ଦଳ ଟଚ୍ ଜିତିବା ପରେ ପ୍ରଥମେ ବ୍ୟାଟିଙ୍ଗ୍ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । ପ୍ରଥମ ଇନିଙ୍ଗସ୍ ବ୍ୟାଟିଙ୍ଗ୍ କରି ୧୭୧ ରନ୍ କରିଥିବା ବେଳେ ବିଜୟ ଲକ୍ଷ୍ୟ ଧାରାରେ ଲକ୍ଷ୍ମଣ ଇଲେଭେନ୍ ୭୦ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଜବରଦସ୍ତ ଫାଇନାଲ୍ ମ୍ୟାଚ୍ ସାଙ୍ଗକୁ ଗ୍ୟାଲେରୀରେ ଖଚାଖଚ୍ ଦର୍ଶକମାନଙ୍କର ଭିଡ ଜମିଥିଲା । ତା ସାଙ୍ଗକୁ ଡିଜେ ଗୀତ ସହିତ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଚିୟରସ୍ ଗାର୍ଲସ୍ ନୃତ୍ୟ ତାଳରେ ମ୍ୟାଚ୍ ର ମଜା ଉଠାଉଥିଲେ । ପାଖାପାଖି ୫୦୦୦ ହଜାରୁ ଉର୍ଦ୍ଧ୍ବ ଗ୍ୟାଲେରୀ ଚତ୍ରୁପାର୍ଶ୍ୱରେ ମେଳି ହୋଇ ମ୍ୟାଚ୍ ର ଆନନ୍ଦ ନେଉଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ପ୍ରିୟ ଯୁବ ସମାଜସେବୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ(ଲିକୁ ଭାଇ) ଉପସ୍ଥିତ ରହି ମ୍ୟାଚ୍ ର ଆନନ୍ଦ ନେବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ କଠିନ ପରିଶ୍ରମ ଦ୍ୱାରା ଅସମ୍ଭବ କାର୍ଯ୍ୟ ସଫଳ ହୋଇ ପାରିବ । ଯାହା ଆଜି କାଏମା ଟିମ୍ ସ୍ଥାନୀୟ ଅଞ୍ଚଳରେ ବିଜୟର ଧ୍ୱଜା ଉଡାଇଛି । ଏପରି ମ୍ୟାଚ୍ ଅନୁଷ୍ଠିତ କରିଥିବା ଯୁବପିଢି ତଥା ଶ୍ରୀଚେତନ୍ୟ କ୍ରିକେଟ୍ ଟିମ୍ ର ସଦସ୍ୟମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

Related Posts

About The Author

Add Comment