୪ ପ୍ରକାରର ଥାଇରଏଡ୍ କର୍କଟ ଥାଇରଏଡ୍ କର୍କଟ ମୁଖ୍ୟତଃ ୪ ପ୍ରକାରର, ଯଥା ପପିଲାରି, ଫଲିକୁଲାର, ମେଡୁଲାରି ଓ ଆନାପ୍ଲାଷ୍ଟିକ୍। ପପିଲାରି ହେଉଛି ଅତ୍ୟନ୍ତ ସାଧାରଣ। ଏହାର ଚିକିତ୍ସା ମଧ୍ୟ ସମ୍ଭବ। ବିଶେଷକରି ସାଧାରଣ ଥାଇରଏଡ୍ କୋଷରେ କର୍କଟ କୋଷ ପ୍ରତୀୟମାନ ହୁଏ। ଫଲିକୁଲାର ରୂପକ ଥାଇରଏଡ୍ କର୍କଟ ଯଦି ମଧ୍ୟ ବୟସ୍କଙ୍କ କ୍ଷେତ୍ରରେ ହୋଇଥାଏ ତେବେ ନିଦାନର ଅଧିକ ସମ୍ଭାବନା ଥାଏ। ବେଳେବେଳେ ଏହା ଶରୀରର ଅନ୍ୟ ଅଂଶକୁ ପ୍ରସାରିତ ହୋଇଯାଏ। ଏ କ୍ଷେତ୍ରରେ ମଧ୍ୟ ଥାଇରଏଡ୍ କୋଷରେ କର୍କଟ କୋଷ ପ୍ରତୀୟମାନ ହୁଏ। ମେଡୁଲାରି କ୍ଷେତ୍ରରେ ଏହା ମୁଖ୍ୟତଃ ଥାଇରଏଡ୍ ଗ୍ରନ୍ଥିର ସି-ସେଲ୍ ବିକଶିତ ହୁଏ। ଯଦି ଏହା ପ୍ରସାରିତ ହେବା ପୂର୍ବରୁ ଚିହ୍ନଟ ହୋଇଯାଏ ତେବେ ଚିକିତ୍ସା ସହଜ ହୁଏ। ତେବେ ଅଧିକାଂଶ ସମୟରେ ଥାଇରଏଡ୍ ଗ୍ରନ୍ଥିରେ ଏହା ପ୍ରସାରିତ ହେବାର ଲକ୍ଷ୍ୟ କରାଯାଇଛି। ଆନାପ୍ଲାଷ୍ଟିକ୍ ରୂପକ ଥାଇରଏଡ୍ କର୍କଟ କମ୍ ପରିମାଣରେ ଦେଖାଯାଏ। ଏହାକୁ ନିୟନ୍ତ୍ରଣଙ୍କୁ ଆଣିବା କଷ୍ଟକର। ଅତିଶୀଘ୍ର ବେକ ଓ ଶରୀରର ଅନ୍ୟ ଅଂଶକୁ ଏହା ପ୍ରସାରିତ ହୋଇଯାଏ।
ଚିକିତ୍ସା ସମ୍ଭବ
*ଶୀଘ୍ର ଚିହ୍ନଟ କରାଯାଇପାରିଲେ ଥାଇରଏଡ୍ କର୍କଟ ଚିକିତ୍ସାସାଧ୍ୟ। ତେବେ ଚିହ୍ନଟ ସମୟରେ ଏହା କେଉଁ ସ୍ଥିତିରେ ଅଛି ତାହା ଜଣାପଡ଼ିବା ପରେ ତଦନୁଯାୟୀ ଚିକିତ୍ସା ପଦ୍ଧତି ଆପଣେଇବାକୁ ପଡ଼େ। କେବଳ ସେତିକି ନୁହେଁ, ଚିକିତ୍ସା ପରେ ମଧ୍ୟ ଜୀବନ ସାରା ଏଥି ପ୍ରତି ଗୁରୁତ୍ବ ଦେବା ସହ ନିୟମିତ ଯାଞ୍ଚ କରିବା ଗୁରୁତ୍ବପୂର୍ଣ୍ଣ। ୬ଟି ଉପାୟରେ ଚିକିତ୍ସା କରାଯାଏ। କର୍କଟ ଟିସ୍ୟୁଗୁଡ଼ିକର ସର୍ଜିକାଲ୍ ରିମୁଭାଲ୍, ରେଡିଓଆକ୍ଟିଭ୍ ଆୟୋଡିନ୍ ଆବ୍ଲେସନ୍, କର୍କଟ୍ କୋଷକୁ ମାରିବାର କେମୋ ଥେରାପି, ଏକ୍ସଟର୍ନାଲ୍ ବିମ୍ ରାଡିଏସନ୍, ରେଡିଓ ଫ୍ରେକ୍ବେନ୍ସି ଆବ୍ଲେସନ୍, ପର୍କୁଟାନିୟସ ଏଥାନୋଲ୍ ଇଂଜେକ୍ସନ୍ ଜରିଆରେ ଚିକିତ୍ସା କରାଯାଉଛି।*
*ରୋଗର ଲକ୍ଷଣ ଜାଣିବେ କିପରି ଅନେକ ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗର ଲକ୍ଷଣ ବାବଦରେ ଜାଣି ପାରନ୍ତି ନାହିଁ। ତେବେ କଣ୍ଠନଳୀରେ ସମସ୍ୟା ଅନୁଭବ କରିବା, ଶ୍ବାସ ପ୍ରଶ୍ବାସ ନେବାର ସମସ୍ୟା ହେବା, କଥା କହିବାରେ କଷ୍ଟ ଅନୁଭବ କରିବା, ବେକରେ ଫୁଲା ଦୃଶ୍ୟମାନ ହେବା, ସ୍ବର ବସିଯିବା, ଗ୍ରନ୍ଥି ଫୁଲିବା, ବେକ ଓ କଣ୍ଠରେ ଯନ୍ତ୍ରଣା ଅନୁଭବ ହେବା ଏହି ରୋଗର ଲକ୍ଷଣ ହୋଇପାରେ।*
*ନିବାରଣ ପାଇଁ ନିଜେ କ’ଣ କରିବେ ଏକ ହିସାବରୁ ଜଣାଯାଇଛି ଅଧିକାଂଶ ଲୋକେ ଥାଇରଏଡ୍ ହେବା ପରେ ମଧ୍ୟ ଜାଣିପାରୁନଥିବାରୁ ଚିକିତ୍ସା ଆପଣାନ୍ତି ନାହିଁ। ତେବେ ତୁରନ୍ତ ଥାଇରଏଡ୍ କର୍କଟ ଚିହ୍ନଟ ପାଇଁ ସରଳ ଭାବରେ ନିଜେ ଘରେ ମଧ୍ୟ ବେକକୁ ପରଖି ପରୀକ୍ଷା କରିପାରିବେ। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ଆଇନା ସାମ୍ନାରେ ଛିଡ଼ା ହୋଇ ବେକ ସ୍ଥାନର ତଳ ଅଂଶରେ ତଥା ସ୍ବର ବକ୍ସ ତଳେ ଓ କୋଲାର ବୋନ୍ସ ଉପରେ ଥାଇରଏଡ୍ ଗ୍ରନ୍ଥିକୁ ଚିହ୍ନଟ କରିବାକୁ ପଡ଼ିବ। ଦ୍ବିତୀୟତଃ ମୁଣ୍ଡକୁ ପଛ ଆଡ଼କୁ ଅଳ୍ପ ଝୁଙ୍କେଇ ରଖିବା ପରେ କିଛି ପାଣି ପିଇ ଢୋକିବା ସମୟକୁ ଲକ୍ଷ୍ୟ କରିବେ। ତୃତୀୟତଃ ପାଣି ପିଇବା ବେଳେ ଏହି ଗ୍ରନ୍ଥି ଫୁଲି ଉଠୁଛି କି ନାହିଁ ବାରମ୍ବାର ଦେଖିବାକୁ ପଡ଼ିବ। ଯଦି ଆପଣଙ୍କ ଥାଇରଏଡ୍ ଗ୍ରନ୍ଥି ବାହାର ଆଡ଼କୁ ଅଧିକ ପ୍ରସାରିତ ହେଉଥିବା ଲକ୍ଷ୍ୟ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ପଡ଼ିବ।*