ଭଦ୍ରକ, ୨୭/୧୦/୨୦୨୧ (ସନ୍ଧାନ ନିଉଜ) : ଭଦ୍ରକ ଗ୍ରାମାଞ୍ଚଳ ପୋଲିସ କୁ ମିଳିଛି ପୁଣି ଏକ ସପଂଳତା।ଗ୍ରାମାଞ୍ଚଳ ଥାନା ଦ୍ବାର ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନସୁଗାର । ଏହି ଘଟଣାରେ ପୋଲିସ ଭଦ୍ରକ ଗ୍ରାମଞ୍ଚଳ ଥାନା ଗଣିଜାଙ୍ଗ ହାସିନପୁର ଗ୍ରାମର ଶ୍ରୀକାନ୍ତ ପ୍ରଧାନ(୩୫ ବର୍ଷ) ଏବଂ ଅରୁଣ ସେଠି(୩୨ ବର୍ଷ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ପୋଲିସ ସେମାନଙ୍କ ନିକଟରୁ ୧ କେଜି ୩୦ ଗ୍ରାମ ଓଜନର ବ୍ରାଉନସୁଗାର ସହିତ ଗୋଟିଏ ବାଇକ,୩ ଗୋଟି ମୋବାଇଲ ଫୋନ ଏବଂ ଆଧାରକାର୍ଡ ଜବତ କରିଛନ୍ତି । ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୧.୩୦ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି । ଭଦ୍ରକ ରୁ ଶିବାନୀ ମିଶ୍ର କଂ ରିପୋର୍ଟ।
ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୨ଗିରଫ, ୧କେଜିରୁ ଅଧିକ ବ୍ରାଉନ ସୁଗାର ଜବତ
|
October 27, 2021 |