ଯୋଡ଼ା୦୮/୦୧ – କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ରେ ଜାନୁଆରୀ ମାସ ଛଅ ତାରିଖ ରୁ ଆରମ୍ଭ ହୋଇଥିବା ପୁସ୍ତକ ମେଳା ଆଜି ତୃତୀୟ ଦିବସରେ ପହଁଚିଛି | ରାଜ୍ୟ ର ବହୁ ନାମୀ ପୁସ୍ତକ ପ୍ରକାଶକ ମାନେ ଭିଭିନ୍ନ ପ୍ରକାର ପୁସ୍ତକ ଯଥା -ଛୋଟ ପିଲା ଙ୍କ ପାଇଁ କୁଇଜ, ଡ୍ରଇଂ, ଓଡିଶା ଓ ଇଂରାଜୀ ବ୍ୟାକରଣ, ଟେନ୍ସ ଚାଟ, ଓଡିଶା ଓ ଇଂରାଜୀ ଅବିଧାନ, କ୍ଷୁଦ୍ର ପ୍ରବନ୍ଧ, ଗଳ୍ପ, ପତ୍ର ଲିଖନ ଆଦି , ପୁସ୍ତକ ଷ୍ଟୋଲ ରେ ରଖି ବିକ୍ରି କରୁଥିବା ବେଳେ ମହିଳା ଙ୍କ ପାଇଁ ସୁଦଶା ବ୍ରତ କଥା, ଲଷ୍ମୀ ପୁରାଣ, ଜଗନ୍ନାଥ କଥା ମୃତ, ଲଷ୍ମୀ ସହସ୍ର ନାମ ଆଦି ପୁସ୍ତକ ରଖି ବିକ୍ରି କରୁଥିବା ଦେଖିବାକୁ ମିଳୁଛି | ସେହି ପରି ହାଇସ୍କୁଲ ଓ କଲେଜ ପିଲା ମାନଙ୍କ ପାଇଁ ଅବିଧାନ, ବକୃତା, ପ୍ରବନ୍ଧ, ପତ୍ର ଲିଖନ, ନିଯୁକ୍ତି ସମ୍ପର୍କିତ ପୁସ୍ତକ ଓ ଓଡ଼ିଆ ସାହିତ୍ୟ ପ୍ରତି ରୂଚି ରଖି ଥିବା, କବି ଓ ଲେଖକ ମାନଙ୍କ ପାଇଁ ଓଡିଶା ର ପ୍ରସିଦ୍ଧ ଲେଖକ ଓ କବି ମାନଙ୍କ ବହୁମୂଲ୍ୟ କବିତା ସଂକଳନ, ଗଳ୍ପ ମାଳା, ଜଗନ୍ନାଥ ଙ୍କ ନୀତିକାନ୍ତି, ଉପନ୍ୟାସ, ଆଦି ପୁସ୍ତକ ରଖି ବିକ୍ରି କରୁଥିବା ଦେଖିବାକୁ ମିଳିଛି |ଯଦିଓ ଯୋଡ଼ା ରେ ପ୍ରବଳ ଶୀତ ପାଇଁ ସନ୍ଧ୍ୟା ସାତ ଘଟିକା ପରେ ପାଠକ ଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ ତଥାପି ଅପରାହ୍ନ ଚାରି ଘଟିକା ରୁ ସାତ ଘଟିକା ପର୍ଯ୍ୟନ୍ତ ସ୍କୁଲ ପିଲା ଙ୍କ ଭିଡ଼ ଦେଖିବାକୁ ମିଳୁଛି | ପୁସ୍ତକ ମେଳା ଏହି ବର୍ଷ ପ୍ରଥମ ଥର ପାଇଁ ଯୋଡ଼ା ସହରରେ ରେ ଆୟୋଜିତ ହୋଇ ଥିବା ବେଳେ ଲୋକ ଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି | ଏହାର ପ୍ରଚାର ପ୍ରସାର ହେଲେ ଏହି ପୁସ୍ତକ ମେଳା ମାଧ୍ୟମରେ ଯୋଡ଼ା ଖଣି ଅଞ୍ଚଳ ରେ ଶିକ୍ଷା, ଓ ସାହିତ୍ୟର ପୂର୍ଣ୍ଣାଙ୍ଗ ବିକାଶ ହେବା ସଙ୍ଗେ ସଙ୍ଗେ ଲୋକ ଙ୍କ ଚାହିଦା ମୁତାବକ ପୁସ୍ତକ କ୍ରୟ କରିବାର ସୁଯୋଗ ନେଇ ନିଜ ଜ୍ଞାନ ର ପରି ପ୍ରକାଶ କରି ପାରିବେ ବୋଲି ସାଧାରଣ ରେ ଆଲୋଚନା ହେଉଛି |
ତୃତୀୟ ଦିବସରେ ଯୋଡ଼ାର ଭେଲି ସିଟି ପୁସ୍ତକ ମେଳା
|
January 8, 2023 |