ବଡଚଣା,୨୪ ।୭(ସନ୍ଧାନ ନିୟୁଜ୍): ଗର୍ଭନିରୋଧକ ଅସ୍ତ୍ରୋପ୍ରଚାରର ୮ଦିନ ପରେ ଆଦିବାସୀ ମହିଳାର ମୃତୁ୍ୟକୁ ନେଇ ଆଜି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଥିଲା । ତୃଟିପୂର୍ଣ୍ଣ ଅସ୍ତ୍ରୋପଚାରକୁ ଦାୟୀ କରି କ୍ଷତିପୂରଣ ଦାବିରେ ପରିବାର ଲୋକ ଅଡି ବସିଥିଲେ । ସୂଚନା ମୁତାବକ ବଡଚଣା ଥାନା ଅନ୍ତର୍ଗତ ବଡଘୁମୁରୀ ପଂଚାୟତ ପାଇକରାପୁର ଗାଁର ଧନେଶ୍ୱର ମୁଣ୍ଡାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡା(୨୬) ଗତ ସୋମବାର ଦିନ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସବ ପାଇଁ ଆସିଥିଲେ । ସେହିଦିନ ସଂଧ୍ୟାରେ ତାଙ୍କ ଏକ ପୁତ୍ର ସନ୍ତାନ ଜନ୍ମହୋଇଥିଲା । ପରଦିନ ଅର୍ଥାତ ମଙ୍ଗଳବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭନିରୋଧକ ଅସ୍ତ୍ରୋପଚାର ଚାଲିଥିବା ବେଳ୍ୱେହିଳା କର୍ମଚାରୀ ମାନେ ବାସନ୍ତୀଙ୍କୁ ଗର୍ଭନୀରୋଧକ ଅସ୍ତ୍ରୋପଚାର ପାଇଁ ପର୍ବତ୍ତାଇଥିଲେ । ଏପରକି ତାଙ୍କୁ ୨୨ ଶହ ଟଙ୍କା ପ୍ରୋସôାହନ ରାଶି ମିଳିବ କହି ଅସ୍ତ୍ରୋପଚାର କରାଇନେବା ପାଇଁଁ ପରାମର୍ଶ ଦେଇଥିଲେ । ପୁତ୍ର ସନ୍ତାନକୁ ମିଶାଇ ବାସନ୍ତୀଙ୍କର ୩ଟି ପିଲା ହୋଇଥିବାରୁ ଗର୍ଭନିରୋଧକ ଅସ୍ତ୍ରୋପଚାର କରିବାକୁ ମହିଳା କର୍ମଚାରୀ କହିବାପରେ ତାର ପରିବାର ଲୋକେ ରାଜି ହୋଇଯାଇଥିଲେ । ପରେ ମଙ୍ଗଳବାର ଦିନ ବାସନ୍ତୀଙ୍କ ଗର୍ଭନିରୋଧକ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପୂର୍ବରୁ ରକ୍ତ ପରୀକ୍ଷା କରାଯିବାକୁ ଥିବା ବେଳେ ଏହା କରାଯାଇନଥିଲା ଏବଂ ବାସନ୍ତୀ ଶାରିରୀକ ଦୃର୍ବଳ ଥିବାରୁ ତାଙ୍କ ସ୍ୱାମୀ ଅସ୍ତ୍ରୋପଚାରରେ ଅରାଜି ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଅସ୍ତ୍ରୋପଚାର ପରେ ବାସନ୍ତୀଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ୪ ଦିନ ଡାକ୍ତରଖାନାରେ ରଖାଯାଇଥିଲା । ପରେ ସାମାନ୍ୟ ସୁସ୍ଥହେବାପରେ ତାଙ୍କୁ ଘରକୁ ପଠାଇଦିଆଯାଇଥିଲା । ମାତ୍ର ଘରେ ୩ ଦିନ ରହିବା ପରେ ବାସନ୍ତୀ ଗୁରୁତର ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ସେଠାରେ କାର୍ଯ୍ୟରତ ପ୍ରସୂତି ବିଭାଗ ଡାକ୍ତର ଦେଖିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବଡ ଡାକ୍ତରଖାନାରେ ଚିକିସôାଧିନ ଅବସ୍ଥାରେ ସୋମବାର ଭୋର ସମୟରେ ବାସନ୍ତୀର ମୃତ୍ୟୁ ଘଟିଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା, କଟକ ବଡ ଡାକ୍ତରଖାନାରେ ମହିଳାର ମୃତ୍ୟୁ ହୋଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ କରାନଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଗରିବ ଏବଂ କିଛି ଜାଣିନଥିବା ଆଦିବାସୀ ପରିବାର ବାସନ୍ତୀର ଶବକୁ ଧରି ବଡଚଣା ଡାକ୍ତରଖାନାରେ ପହଞ୍ଚିଥିଲେ । ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମୋସ୍ତ୍ରୀର ମୃତ୍ୟୁ ଘଟିଲା ବୋଲି ମୃତ ବାସନ୍ତୀର ସ୍ୱାମୀ ଧନେଶ୍ୱର ପୁଲିସ ନିକଟଟରେ ଅଭିଯୋଗ କରିଛନ୍ତି । ବାସନ୍ତ୍ୀର ଏପରି ଅସ୍ୱାଭାବିକ ମୃତ୍ୟୁ ଖବର ଗାଁରେ ପ୍ରଚାରିତ ହେବାପରେ ବହୁ ଲୋକ ଡାକ୍ତରଖାନାରେ ରୁଣ୍ଡହୋଇଥିଲେ ଏବଂ ଏପରି ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମୃତ ବାସନ୍ତୀର ପରିବା ଏବଂ ଗ୍ରାମବାସୀମାନେ ଡାକ୍ତରଙ୍କୁ ଦାୟୀ କରିଥିଲେ । ଏହି ଘଟଣାର ତଦନ୍ତ କରାଯାଇ ନିରିହ ଆଦିବାସୀ ମହିଳାର ମୃତ୍ୟୁ ରହସ୍ୟ ଲୋକଲୋଚନକୁ ଆଣିବା ପାଇଁ ସାଧାରଣରେ ଦାବି ହେଉଛି ।
ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ପାଇଁ ପ୍ରସୂତିଙ୍କ ଜୀବନ ଗଲା, କ୍ଷତି ପୂରଣ ଦାବି କଲେ ପରିବାର ବର୍ଗ
|
July 24, 2018 |