ତୁଷ୍ଟିକରଣ ପାଇଁ ଆଇନ ଶୃଙ୍ଖଳା ବାହାନା ରେ ଧାର୍ମିକ ଶୋଭାଯାତ୍ରା ବନ୍ଦ ଏକ ସରକାରୀ ଷଡଯନ୍ତ୍ର – ପ୍ରମୋଦ ରଥ
ତୁଷ୍ଟିକରଣ ପାଇଁ ଆଇନ ଶୃଙ୍ଖଳା ବାହାନା ରେ ଧାର୍ମିକ ଶୋଭାଯାତ୍ରା ବନ୍ଦ ଏକ ସରକାରୀ ଷଡଯନ୍ତ୍ର – ପ୍ରମୋଦ ରଥ
Hemanta Bhainsa |
May 21, 2024 |
ସମ୍ବଲପୁର/ସନ୍ଧାନ ନ୍ୟୁଜ:୨୦୨୨ ଡିସେମ୍ବର ୧୨ ଓ ୨୦୨୩ ଏପ୍ରିଲ ୧୨ ସମ୍ବଲପୁର ପାଇଁ ଦୁଇଟି କଳା ଦିବସ ଭାବେ ଇତିହାସ ରେ ଲିପିବଦ୍ଧ ହୋଇ ରହି ଯିବ । ରାଜ୍ୟ ସରକାର ଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଏବଂ ପ୍ରଶାସନିକ ଦୁର୍ବଳତା ଓ ବିଫଳତା ପାଇଁ ଦୁଃଖ ପାଇଲେ ସମ୍ବଲପୁରବାସୀ । ସରକାରୀ ଷଡଯନ୍ତ୍ର କରି ସମ୍ବଲପୁର ର ଆଇନଜୀବୀ ଓ ହିନ୍ଦୁ ସମ୍ପ୍ରଦାୟ ର ଲୋକଙ୍କୁ ଅକଥନିୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାରେ ପଛେଇ ନଥିଲେ ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ଡ଼. ପ୍ରମୋଦ ରଥ । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ । ଡ଼.ରଥ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବିଷୋଦଗାର କରି କହିଛନ୍ତି ଯେ…ପ୍ରଥମେ ରାଜ୍ୟ ସରକାର ଷଡଯନ୍ତ୍ର କରି ଦୀର୍ଘ ପାଞ୍ଚ ଦଶଦ୍ଧି ଧରି ଚାଲୁଥୁବା ପଶ୍ଚିମ ଓଡିଶା ରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚପ୍ରତିଷ୍ଠା ର ଐତିହାସିକ ଆନ୍ଦୋଳନ କୁ ଚପେଇ ଦେବାର ଅପଚେଷ୍ଟା କରିଥିଲେ । ୧୨ ଡିସେମ୍ବର ଦିନ ସମ୍ବଲପୁର କଚେରୀ ଅଞ୍ଚଳ ରେ ହୋଇଥିବା ଅପ୍ରିତିକର ଘଟଣା ପାଇଁ ଖୋଦ ପ୍ରଶାସନ ହିଁ ଦାୟୀ ରହିଥିଲା । ପରଵର୍ତ୍ତୀ ସମୟ ରେ ଆଇନଜୀବି ମାନଙ୍କୁ ଗିରଫ କରି ତାଙ୍କ ଉପରେ ଥାର୍ଡ଼ ଡିଗ୍ରୀ ଲାଗୁ କରି ଜେଲ ରେ ଭର୍ତ୍ତି କରିଦେଇଥିଲା । ଯେଇଁ ଆଇନଜୀବି ମନେ ପରିସ୍ଥିତି କୁ ସମ୍ଭାଳିବା ପାଇଁ ଯାଇ ବିଚାରପତି ମାନଙ୍କୁ ସୁରକ୍ଷିତ ଭାବେ ବାହାର କୁ ଆଣିଥିଲେ ତାଙ୍କୁ ମଧ୍ୟ ପୋଲିସ ଛାଡ଼ିନଥିଲା । ଏହି ଘଟଣା ର ଠିକ ଚାରି ମାସ ରେ ସମ୍ବଲପୁର ସହରରେ ଘଟିଥିଲା ପୁଣି ଏକ ଅଘଟଣ । ୧୪ ଏପ୍ରିଲ ହନୁମାନ ଜୟନ୍ତୀ ଅବ୍ୟାବାହିତ ପୂର୍ବରୁ ପ୍ରତ୍ୟେକ ବର୍ଷ ପରି ୧୨ ଏପ୍ରିଲ ରେ ହୋଇଥିଲା ବିଶାଳ ବାଇକ ରେଲି । ବାଇକ ରେଲି ଉପରେ ହୋଇଥିଲା ଅତର୍କିତ ପଥର ଓ ପେଟ୍ରୋଲ ବୋମା ମାଡ଼ । ଏହି ଅଘଟଣ ରେ ଆହତ ହୋଇଥିଲେ ଉଭୟ ହନୁମାନ ଭକ୍ତ ଓ ପୋଲିସ କର୍ମୀ । ପରବର୍ତ୍ତୀ ସମୟ ରେ ପ୍ରଶାସନ ଶାନ୍ତିଶୃଙ୍ଖଳା ରକ୍ଷା କରି ହନୁମାନ ଜୟନ୍ତୀ ଶୋଭାଯାତ୍ରକୁ ସୁରକ୍ଷା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ, ସେଦିନ ସହରରେ ଘଟିଥିଲା ହିଂସାକାଣ୍ଡ, ଜଣେ ଯୁବକ ଙ୍କ ମୃତ୍ୟୁ ସହିତ ଅନେକ ହୋଇଥିଲେ ଆହତ । ଦୁଇ ଦିନ ଭିତରେ ଶାନ୍ତିପୂର୍ଣ୍ଣ ସମ୍ବଲପୁର ସାହରରେ ହୋଇଥିବା ଦୁଇଟି ସମ୍ବେଦନଶୀଳ ଘଟଣା ସମ୍ବଲପୁରବାସୀ ଙ୍କୁ ଠେଲି ଦେଇଥିଲା ଏକ ଭୟର ବାତାବରଣ କୁ । ଖୋଦ ଜଣେ ପୋଲିସ ଅଧିକାରୀ ଏଫ.ଆଇ.ଆର ଦାଖଲ କରିଥିଲେ ଓ ତାଙ୍କ ଅଭିଯୋଗପତ୍ର ରେ ସେ ଯେଉଁ ଶବ୍ଦ ଓ ବାକ୍ୟ ସବୁ ଉଲ୍ଲେଖ କରିଥିଲେ ତାହା ଥିଲା ଅତି ଭୟଙ୍କର । ତାପରେ ଦେଖାଗଲା ରାଜ୍ୟର ଗଜବ ସରକାର ଙ୍କ ଅଜବ ନୀତି । କଥା ସେତିକି ରେ ସରିନଥିଲା, ଘଟଣା ରେ ମାଡ଼ ଖାଇଥିବା, ଆହତ ହୋଇଥିବା ହନୁମାନ ଭକ୍ତ ଙ୍କୁ ଗିରଫ କରିଥିଲା ପୋଲିସ ଓ ତାଙ୍କ ଉପରେ କରିଥିଲା ଅକଥନୀୟ ଅତ୍ୟାଚାର । ଛଅ ମାସ ପର୍ଯ୍ୟନ୍ତ ଜେଲରେ ରହିଲେ ହନୁମାନ ଭକ୍ତ । ସେତେବେଳେ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟ ଶ୍ରୀ ବାତୁଲା ଗଙ୍ଗାଧର ଖୋଦ ଗଣମାଧ୍ୟମ ସମ୍ମୁଖରେ ରେ ସ୍ୱୀକାର କରିଥିଲେ ଯେ ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର । ଯେଉଁ କୋଠା ଉପରୁ ପଥର ଓ ବୋମା ମାଡ଼ ହୋଇଥିଲା ସେଇ ଘର କୁ ଭଙ୍ଗାଯିବ ଓ ଦୋଷୀ ଙ୍କ ବିରୁଦ୍ଧରେ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ, ନା ଭଙ୍ଗା ଗଲା ସେ ବିବାଦୀୟ କୋଠା ନା ଗିରଫ ହେଲେ ଘଟଣା ର ମୁଖ୍ୟ ଆରୋପି । ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଲା ସମ୍ବଲପୁର ସହର ଏକ ଶାନ୍ତିପୂର୍ଣ୍ଣ ଓ ଭାଇଚାରା ର ସହର । ଏଠାରେ ହିନ୍ଦୁ ମୁସଲିମ ଶିଖ ଇସାଇ ମିଶି କି ରୁହନ୍ତି ଓ ଜଣେ ଅନ୍ୟ ର ପର୍ବ ପର୍ବାଣି ରେ ସହଯୋଗ ମଧ୍ୟ କାରିଥାନ୍ତି । କିନ୍ତୁ, ସରକାରୀ ଦଳ ର ଭୋଟ ବ୍ୟାଙ୍କ ରାଜନୀତି ପାଇଁ ତୁଷ୍ଟିକରଣ ନୀତି ଅବଲମ୍ବନ ଓ ଅନୁପ୍ରବେଶକାରୀ ଙ୍କ ଦୌରାତ୍ମ୍ୟ ଯୋଗୁଁ ସମ୍ବଲପୁର ହେଉଛି ଅଶାନ୍ତ । ସହରରେ ବଢୁଛି ଚୋରି, ଡକାୟତି, ରାହାଜାନି, ନିଶା କାରବାର, ବେନିୟମ ବନ୍ଧୁକ ଚାଲାଣ, ହତ୍ୟା, ଲୁଣ୍ଠନ ଭଳି ଘଟଣାମାନ । ରାଜନୈତିକ ଚାପ ଯୋଗୁଁ ସବୁ ଜାଣି ଶୁଣି ମଧ୍ୟ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ପରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ନେତୃତ୍ୱ ରେ ବିଜେପି ର ଏକ ପ୍ରତିନିଧି ମଣ୍ଡଳୀ ଆସୁଥୁଲେ ସମ୍ବଲପୁର । ଜେଲ ରେ ଥିବା ହନୁମାନ ଭକ୍ତ, ଆହତ ଙ୍କୁ ସାକ୍ଷାତ କରି ପ୍ରଶାସନ ସହିତ ଆଲୋଚନା କରିବା ପାଇଁ । ହେଲେ ସାଂସଦ ବିଧାୟକ ଙ୍କୁ ନେଇ ଆସିଥିବା ପ୍ରତିନିଧି ମଣ୍ଡଳୀ କୁ ଝାରସୁଗୁଡା ସମ୍ବଲପୁର ସୀମା ରେ ଠେଲକୁଲି ଥାନା ରେ ଅଟକ ରଖା ଯାଇଥିଲା । ଡ଼.ରଥ ସମସ୍ତ ପ୍ରସଙ୍ଗ ଉତ୍ଥାପନ କଲା ପରେ ରାଜ୍ୟ ସରକାର ଙ୍କୁ ପଚାରିଥିଲେ ପ୍ରଶ୍ନ । ସେ ପଚାରିଛନ୍ତି ଯେ… ପ୍ରଥମେ ୧୨ ତାରିଖ ର ଅଘଟଣ ଓ ପୁଣି ୧୪ ତାରିଖ ରେ ଦଙ୍ଗା ଏତେବଡ ଘଟଣା ଗୁଡିକ ର ପୂର୍ବ ସୂଚନା ଦେବାରେ ଗୋଇନ୍ଦା ବିଭାଗ କିଭଳି ବିଫଳ ହୋଇଥିଲା..? ଘଟଣା ର ମୁଖ୍ୟ ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଗିରଫ ହୋଇପାରିଲେ ନାହିଁ କେମିତି..? ଏତେ ବଡ଼ ଘଟଣା ଘଟିଲା, ଜଣେ ଯୁବକ ଙ୍କର ହତ୍ୟା କରାଗଲା, ଅନେକ ହନୁମାନ ଭକ୍ତ ଓ ପୋଲିସ ଆହତ ହେଲେ । କିନ୍ତୁ, ବିଜେଡି ର ଜଣେ ହେଲେ ନେତା, ମନ୍ତ୍ରୀ, ବିଧାୟକ ମୁହଁ ଖୋଲିଲେ ନାଈଁ କେମିତି…? ସମସ୍ତ ଧର୍ମାବଲମ୍ବି ଲୋକଙ୍କୁ ତାଙ୍କର ଧର୍ମ ର ଆରାଧ୍ୟ ଙ୍କୁ ପୂଜା, ପ୍ରାର୍ଥନା କରିବା ସହ ଶୋଭାଯାତ୍ରା କରିବାର ସାମ୍ବିଧାନିକ ଅଧିକାର ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଆଳରେ ବର୍ଷ ବ୍ୟାପି ସମସ୍ତ ଧାର୍ମିକ ଶୋଭାଯାତ୍ରା କୁ ବନ୍ଦ କରି ଦିଆଯିବ ଗୃହ ବିଭାଗ ର ଅପାରଗତା ନୁହେଁ କି..? ବାର ବାର ଦାବୀ କରା ହେଉଥୁଲେ ସୁଦ୍ଧା କାହିଁକି ସମ୍ବଲପୁର ରେ ରହୁଥୁବା ହଜାର ହଜାର ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରାଯାଇ ବାହାର କରାଯାଉ ନାହିଁ…?ଆଜିର ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ, ସକ୍ରିୟ କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ ଓ ରଞ୍ଜିତ ରଥ ଉପସ୍ଥିତ ଥିଲେ ।
Related Posts
About The Author