ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୫ଟି ଗାଡ଼ି ଜବତ ଜୋରିମାନା ଆଦାୟ

Spread the love

ଯାଜପୁର ସଦର, ୧୧/୦୨/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ରସୁଲପୁର ତହସିଲ ପକ୍ଷରୁ ତହସିଲଦାର ନିରଂଜନ ସାହୁ ଚଢ଼ାଉ କରି ୫ଟି ଗାଡ଼ିକୁ ଜବତ କରିବା ସହିତ ୯୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଜାତୀୟ ରାଜପଥ ଗୋପାଳପୁର ଛକରେ ତହସିଲଦାର ଯାଞ୍ଚ କରୁଥିବା ସମୟରେ ଗାଡ଼ିର କାଗଜପତ୍ର ନଥିବା ବେଆଇନି ଭାବେ ମାଲ ପରିବହନ କରୁଥିବା ଆଜି ସକାଳେ ତହସିଲଦାର ନିରଂଜନ ସାହୁ ଚଢ଼ାଉ କରି ୫ଟି ଗାଡ଼ିକୁ ଜବତ କରିଥିଲେ । ୩ଟି ହାଇୱା ଥିବା ବେଳେ, ୨ଟି ଟ୍ରକ ରହିଥିଲା । ବାଲି ବୋଝେଇ କରି ଆସୁଥିବା ଟ୍ରକ ୨ଟି ତହସିଲଦାରଙ୍କ ହାତରେ ଧରା ପଡ଼ିଥିଲା । ଗାଡ଼ି ଡ୍ରାଇଭର ଗାଡ଼ିର କାଗଜ ପତ୍ର ନଥିବାରୁ ତହସିଲ କାର୍ଯ୍ୟାଳୟକୁ ଗାଡ଼ି ଆସିଥିବା ବେଳେ, ଜୋରିମାନା ୯୦ ହଜାର ଟଙ୍କା ନେଇ ଗାଡ଼ିକୁ ଛଡ଼ାଯାଇଥିଲା । ରିପୋର୍ଟ ଲେଖା ହେବା ବେଳକୁ ଗାଡ଼ି ଗୁଡ଼ିକ ତହସିଲଦାର ଛାଡ଼ି ଦେଇଥିବା ଜଣାଯାଇଚି ।

Related Posts

About The Author

Add Comment