ତଲସରା ଥାନା ରେ ସାୟବର ସଚେତନା କାର୍ଯ୍ୟକ୍ରମ

Spread the love

ତା:୧୮-୧0-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ତଲସରା ଥାନା ଠାରେ ତଲସରା ଥାନା ଅଧିକାରୀ ଶ୍ରୀ ପୁଷ୍ପେନ୍ଦୁ ସାଗର ଅଧ୍ୟକ୍ଷତା ରେ ଏକ ସାୟବର ସଚେଚନା କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଥାନା ର ସ୍ଥାନୀୟ ଅଞ୍ଚଳ ର ଭଦ୍ର ବ୍ୟକ୍ତି ଓ ମହିଳା ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ବର୍ତ୍ତମାନ ସମୟ ରେ ଦେଶର ୬କୋଟି ଜନ ସାଧାରଣ ସାୟବର ଠକେଇ ର ଶିକାର ହୋଇ ସାରିଲେଣି l ଦିନକୁ ଦିନ ବଢ଼ି ଚାଲିଛି ସାୟବର ଠକ କାରବାର l କେତେ ବେଳେ ବ୍ୟାଙ୍କ ଖାତା ରୁ ଲୁଟୁଛନ୍ତି ତ କେତେ ବେଳେ ଅନଲାଇନ ପ୍ରେମ ଜାଲ ରେ ପକେଇ ଲୁଟୁଛନ୍ତି, କେତେ ବେଳେ ଲୋକଙ୍କୁ ଲୋଭ ଦେଇ ଲୁଟୁଛନ୍ତି l ଏ ସବୁ ଲୋକଙ୍କ ଲୋଭ, ଡର, ଦାୟିତ୍ୱ ହୀନତା ର ସାୟବର ଠକ ଫାଇଦା ଉଠାଉଥିବା ଜଣା ପଡିଛି l ଏପରି ପରିସ୍ଥିତି ରେ ଭାବି ବିଚାରି କାର୍ଯ୍ୟ କରିବା ପାଇଁ ଏହି କାର୍ଯ୍ୟକ୍ରମ ଭିଡିଓ ଚଳଚିତ୍ର ମାଧ୍ୟମ ରେ ଦେଖାଇଥିଲେ l ଯଦି କୌଣସି ଜନ ସାଧାରଣ ଏପରି ସାୟବର ଠକେଇ ର ଶିକାର ହୋଇ ଥିଲେ ଟୋଲ ଫ୍ରୀ ନମ୍ବର ୧୯୩0କୁ ଫୋନ କରି ଜଣାଇବେ ବୋଲି ଭିଡିଓ ଚଳଚିତ୍ର ରେ ଦେଖା ଯାଇଥିଲା l ତା ଛଡା www.caybarcraime.gov.in ରେ ଜଣାଇବା ପାଇଁ ଜନସାଧାରଣ ଙ୍କୁ କୁହାଗଲା l

Related Posts

About The Author

Add Comment