ଡିୟୁ ଫ୍ରେଣ୍ଡସ କ୍ଲବର ତୃତୀୟ କ୍ୱାଟର ଫଅଇନାଲ କି୍ରକେଟ ଟୁର୍ଣ୍ଣାମେଣ୍ଟ: ସୋଲାରକୁ ହରାଇ ସେମିରେ ଚଣ୍ଡିଖୋଲ

Spread the love

ଯାଜପୁର,୫/୨(ସନ୍ଧାନ ନିୟୁଜ/ମାନସ ରାଉତ) ବଡଚଣା ବ୍ଲକ ସୁଙ୍ଗୁଡା ଖେଳପଡିଆ ଠାରେ ଚଣ୍ଡିଖୋଲ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ଅଷ୍ଟମ ବାର୍ଷିକ କି୍ରକେଟ ଟୁର୍ଣ୍ଣାମେଣ୍ଟ ର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି । ସୋଲାର କ୍ଲବ କଟକ ଓ ପ୍ରେଣ୍ଡସ କ୍ଲବ ଚଣ୍ଡିଖୋଲ ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟର୍ସଜିତି ସୋଲାର ନିର୍ଦ୍ଧାରୀତ ୨୫ଓଭରରେ ସମସ୍ତ ୱିକେଟ ହରାଇ ୨୧୯ ରନ ସଂଗ୍ରହ କରିଥିଲା । ୨୨୦ରନର ବିଜୟ ଲକ୍ଷ୍ୟନେଇ ଫ୍ରେଣ୍ଡସ କ୍ଲବ ଚଣ୍ଡିଖୋଲ ସତ୍ୟରଂଜନ ସେନାପତିଙ୍କ ବିସ୍ପୋରକ ୪୬ବଲରେ ୯୦ରନ ବଳରେ ୨୪.୧ ଓଭରରେ ୮ୱିକେଟ ବିନିମୟରେ ୨୨୦ରନ କରି ବିଜୟଲାଭ କରିଥିଲା । ଖେଳକୁ ଇମତିକାମ ଆଲାମ ଓ ଅମରେଶ ପରିଡା ପରି·ଳନା କରିଥିଲେ । ସତ୍ୟରଂଜନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ଜିତେନ୍ଦ୍ର ମହାନ୍ତି,ସ୍ମୁତିରାଜ ବିଶ୍ୱାଳ,ପ୍ରଶାନ୍ତ ସ୍ୱାଇଁ,ସନ୍ଦିପ ରାଉତ,ବିଭୂପ୍ରସାଦ ମାହାଲା,ଅନନ୍ତ ସ୍ୱାଇଁ,ଡମ୍ବରୁଧର ବାରିକ,ବିଶ୍ୱଜିତ ରାଉତ,କ୍ରିତ୍ତିରାଜ ସ୍ୱାଇଁ,ଦେବନ ବଳଙ୍କ ସମେତ ବହୁ ଉସôାହୀ ଯୁବକ ଓ କ୍ରୀଡାବିତ ପରି·ଳନାରେ ସହଯୋଗ କରିଥିବା ବେଳେ ଖେଳର ଧାରା ବିବରଣୀ ଦେବେନ୍ଦ୍ର ଜେନା ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉସôବରେ ବରିଷ୍ଠ ସାମ୍ବାଦିକ ମନମୋହନ ରାଉତ ଓ ପ୍ରସନ୍ନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ବନମାଳି ସେନାପତିଙ୍କ ପକ୍ଷରୁ ପ୍ରଦତ୍ତ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ । ଆସନ୍ତାକାଲି ଜାଗୁଆର କ୍ଲବ ଭୁବନେଶ୍ୱର ଓ ନିମପୁର ସ୍ପୋର୍ସ କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment