କପ୍ତିପଦା,୧୪.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) :- କପ୍ତିପଦା ବ୍ଲକ୍ ଶରତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡ଼ାକ୍ତର ରୋଗୀଙ୍କ କଥା ନଶୁଣିବାରୁ ରୋଗୀଙ୍କ ସଂପର୍କୀୟ ଜଣକ ଡ଼ାକ୍ତରଙ୍କୁ ଘର ଭିତରେ ଚାବି ପକାଇଦେଇଥିଲେ। ଖବରରୁ ପ୍ରକାଶ, ଶରତ ଅଞ୍ଚଳର ରଞ୍ଜିତା ବେହେରାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦ ତାରିଖରେ ଶରତ ଡ଼ାକ୍ତରଖାନାକୁ ଆସିଥିଲେ। ମାତ୍ର ତାଙ୍କ କଥା କେହି ନଶୁଣିବାରୁ ସେ ଡ଼ାକ୍ତରଖାନା ବାରଣ୍ଡାରେ ରାତିସାରା ରହିଥିଲେ। ୧୧ ତାରିଖରେ ରୋଗୀଙ୍କ ସଂପର୍କୀୟ ଜଣକ ରୋଗୀଙ୍କୁ ଦେଖୁ ପାଇଁ ଡ଼ାକ୍ତରଙ୍କୁ ଅନୁରୋଧ କରିଥିଲେ । ମାତ୍ର କାର୍ଯ୍ୟରତ ଡ଼ାକ୍ତର କିଛି ନଶୁଣିବାରୁ ରୋଗୀଙ୍ ସଂପର୍କୀୟ ଜଣକ ତାଙ୍କୁ ଦିବା ୧୧ଟାରୁ ୧ଟା ପର୍ଯ୍ୟନ୍ତ ତାଲା ପକାଇ ଦେଇଥିଲେ । ଶରତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ଼ାକ୍ତରଙ୍କୁ ଉଦ୍ଧାର କରିଥିଲା । ଏ ସଂପର୍କରେ ସଂପୃକ୍ତ ଡ଼ାକ୍ତରଙ୍କୁ କ‘ଣ ପାଇଁ ତାଲା ପକାଯାଇଥିଲା ବୋଲି ପଚାରିବାରୁ ଯିଏ ଚାବି ପକାଇଛି ତାକୁ ପଚାର ମୁଁ କିଛି ଜାଣିନାହିଁ ବୋଲି ଉତ୍ତରରେ ପ୍ରକାଶ କରିଥିଲେ।
ଡ଼ାକ୍ତରଙ୍କୁ ତାଲା ପକାଇଲେ ରୋଗୀଙ୍କ ସଂପର୍କୀୟ
|
January 14, 2021 |
