ଝାରସୁଗୁଡା ଜେ.ଏସ.ଡବ୍ଲୁ ଜିନ୍ଦଲ କମ୍ପାନୀର କର୍ମଚାରୀଙ୍କ ଘୋଘର ଇବ ନଦୀ ଖରସ୍ରୋତରେ ମୃତ୍ୟୁ

Spread the love

ସୁନ୍ଦରଗଡ ତା:୭/୩/୨୦୨୨( ସନ୍ଧାନ ନିଉଜ/ରାନୁ ପଟେଲ ) ଆଜି ଦିନ ସମୟରେ ଝାରସୁଗୁଡା ଜିନ୍ଦଲ ଷ୍ଟିଲ କମ୍ପାନିର ତିନିଜଣ ଯୁବକ ବାଲିସଙ୍କରା ବ୍ଲକ ଅନ୍ତର୍ଗତ ଘୋଘର ନଦୀକୁ ଭୋଜି ଅଥବା ବୁଲିବା ଉଦ୍ଧେଶ୍ୟରେ ଆସିଥିଲେ । ଇବ ନଦୀରେ ଦିନ ୧ଟା ସମୟରେ ତିନିଜଣ ଯୁବକ ଗାଧୋଉଥିବା ବେଳେ ନଦୀର ଖରସ୍ରୋତରେ ଜଣେ ଯୁବକ ଭାସିଯାଇଥିଲା । ଖବର ପାଇ ବାଲିସଙ୍କରା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଅନେକ ଖୋଜାଖୋଜି କରି ଯୁବକର ଶବକୁ ଉଦ୍ଧାର କରି ଵ୍ୟଵଛେଦ ପାଇଁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ । ମୃତକଙ୍କ ନାମ ରୁପେଶ ଝା(୩୦ ବର୍ଷ) ଓ ସେ ବିହାର ରାଜ୍ୟର ପାଟଣା ଜିଲ୍ଲା ଅଞ୍ଚଳର ବୋଲି ସୁତ୍ରରୁ ପ୍ରକାଶ । ସୂଚନା ଅନୁସାରେ ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ଏପରି ଘଟଣା ଘଟୁଥିବାର ସ୍ଥାନୀୟ ଲୋକଙ୍କ ପାଖରୁ ପ୍ରତିକ୍ରିୟା ମିଳିଛି ।

Related Posts

About The Author

Add Comment