ଜେନାପୁର ୬ ।୨(ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ): ଧର୍ମଶାଳା ବ୍ଲକ ସାହାଣୀଡିହ ପଂଚାୟତର ଦଣ୍ଡାଘାଟି ଠାରେ ଜୟ ଜଗନ୍ନାଥ ସେବା ପ୍ରତିଷ୍ଠାନର ବାର୍ଷିକ ଉସôବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ମଧୁପୁରଗଢ ରାଜଜେମା ଅର୍ପଣାଧିର ସିଂ ବହୁ ସାଧୁସନ୍ଥଙ୍କ ଗହଣରେ ଅନୁଷ୍ଠାନର ସହେଯାଗରେ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହେବ । ଏହାକୁ ଆଖି ଆଗରେ ରଖି ଆଖାପାଖ ଅଂଚଳର ବହୁ ବିଶିଷ୍ଟ ଲୋକମାନଙ୍କୁ ନେଇ ଅନୁଷ୍ଠାନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା । ଆସନ୍ତା ୮ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ଉକ୍ତ ଉସôବରେ ହରିବଂଶ ପଠନ, ବିଷ୍ଣୁ ସହଶ୍ରନାମ, ଠାକୁର ଅନୁକୂଲଚନ୍ଦ୍ରଙ୍କର ସତସଙ୍ଗ, ଗୁରୁ ପୁଜନ, ଅର୍ଜୁନ ଚରଣ ନାଥ ଓ ବିରେନ୍ଦ୍ର ଶତପଥିଙ୍କ ଦ୍ୱାର ପ୍ରବଚନ, ସସ୍କୃତ ଭାରତୀ ଓଡିଶା ଏକାଡେମି ଭୁବନେଶ୍ୱର ଦ୍ୱାର ସମ୍ବଲପୁରୀ ନୃତ୍ୟ ପରିବେଷଣ, ନିକଟସ୍ଥ ୨୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୃତ୍ୟ,ସଙ୍ଗୀତ, ବକ୍ତୃତା ଓ ଆଧ୍ୟାତ୍ମିକ ଜ୍ଞାନ ପରୀକ୍ଷା ଏବଂ ୧୦ତାରିଖ ୯ଟା ସୁଧା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଦୁଇ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଏହି ଉସôବରେ ପ୍ରଥମ ଦିନ ୯ତାରିଖରେ ସ୍ଥାନୀୟ ମଣ୍ଡଳ ଶିକ୍ଷାଧିକାରୀ ପ୍ରଫୁଲ କୁମାର ବେହେରା ଓ ଦ୍ୱୀତିୟ ଦିନରେ ଜେନାପୁର ଥାନାଧିକାରୀ ଶୁସାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ସମ୍ମାନିତ ଅତିଥି ଭାବରେ ବସନ୍ତ କୁମାର ନାୟକ, ନିଳମଣୀ ପଣ୍ଡା, ଡା. ଅରୁଣ କୁମାର ବିଶ୍ୱାଳ, ଚନ୍ଦ୍ରଶେଖର ସ୍ୱାଇଁ ଶିଶୁ ଉସôବରେ ଯୋଗ ଦେବେ । ଜଗନ୍ନାଥ ସସ୍କୃତିର ପ୍ରଚାର ପ୍ରସାର ସହିତ ଗ୍ରାମାଞ୍ଚଳରେ ଆଧ୍ୟାତ୍ମିକବାଦୀ ବ୍ୟକ୍ତି ବିଶେସଙ୍କୁ ତିର୍ଥ ଭ୍ରମଣ କରାଇବା, ବିଦ୍ୟାଳୟର ପିଲାମାନଙ୍କୁ ଆଦ୍ୟାତ୍ମିତ ଚେତନା ଉପରେ ସଚେତନ କରାଇବା ସହିତ ସୁସ୍ତ ସମାଜ ଗଠନ ଦିଗରେ ସହାୟକ ହେବାକୁ ଏହି ଅନୁଷ୍ଠାନ ସର୍ବଦା ଚେଷ୍ଟିତ ରହିବ । ଅନୁଷ୍ଟାନ ପକ୍ଷରୁ ସାମୁହିକ ବ୍ରତୋପନୟନର ବ୍ୟବସ୍ତା କରାଯିବାକୁ ଲକ୍ଷ ସ୍ଥିର କରାଯାଇଛି । ଭାଗବତ ଟୁଙ୍ଗୀର ପୁନଃରୁଧାର ପାଇଁ ଅନୁଷ୍ଠାନ ଆଗଭର ଥିବା ସୁଚନା ଦିଆଯାଇଛି । ଏହି ଅବସରରେ ୨୦୦ରୁ ଉଦ୍ଧ୍ୱର୍ ଗରିବ ଭୀକାରୀଙ୍କୁ ସପ, କମଳ,ଛତା ଆଦି ପ୍ରଦାନ କରାଯିବାକୁ ବ୍ୟବସ୍ଥା ରହିଛି । ୯ତାରଖ ଦିନ ସେଠାରେ ପହଞ୍ଚô ଏହି ସବୁ ବସ୍ତୁ ଗ୍ରହଣ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସଭାପତି ରଘୁନାଥ ବେହେରା ଓ ସମ୍ପାଦକ ନିଳମଣୀ ପଣ୍ଡା ନିବେଦନ କରିଛନ୍ତି ।
ତାଜା ଖବର
- ତଳସରା ଗ୍ରାମରେ ଜମୁଛି ଜୁଆ ଆଡ୍ଡା
- ବିଗତ ଦିନର ବାଇକ ଦୁର୍ଘଟଣା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଘଟଣା ତଦନ୍ତ ଘେରରେ
- ବୁଲାଣି ରାସ୍ତା ରେ ବାଇକ ଦୁର୍ଘଟଣା ଜଣେ ମୃତ୍ୟୁ ଦୁଇ ଆହତ, ତଲସରା ଥାନା ରେ ଅଭିଯୋଗ
- ଗ୍ରାମ୍ୟ ଜୀବନ ଦର୍ଶନ କାର୍ଯ୍ୟକ୍ରମ
- ତଳସରା ଥାନା ପକ୍ଷରୁ “ଶିଶୁ ସାଥୀ ” ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଖରେ ସୋଲାର ପମ୍ପ ଥାଇ ଟୋପାଏ ପିଇବା ପାଇଁ ଲୋକେ ଡହଲ ବିକଳ
- ପ୍ରମୋଦ ପତି ଫାଉଣ୍ଡେସନ ତରଫରୁ ମେଧା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା
- ରୁଦ୍ରପୁରରେ ହନୁମାନ ଯଜ୍ଞ ଅନୁଷ୍ଠିତ ହେଉଛି
- ଯାଜପୁର ଜିଲ୍ଲାପାଳଙ୍କୁ ଭେଟିଲେ ସଂଗଠନ ସଦସ୍ୟ
- ଜମି ବିବାଦରୁ ହତ୍ୟା ଘଟଣାରେ ୩ ଆସାମୀ ଜେଲ ଗଲେ


