ଜେନାପୁର ଥାନା ରେ ଅଣ ଓଡିଆ ଲୋକଙ୍କ ସୁରକ୍ଷାପାଇଁ ସଚେତନତା କାର୍ଯ୍ୟକ୍ରମ।

Spread the love

 

ଜେନାପୁର,/ ୧୨/୮ (ସନ୍ଧାନ ନ୍ୟୁଜ୍) (ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ରେ ବାହାର ରାଜ୍ୟର ଲୋକଙ୍କ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବାଂଲାଦେଶ ରେ ଚାଲିଥିବା ଘଟଣା ଉପରେ ଆଲୋଚନା କରାଯାଇ ସେଠାରେ ହିନ୍ଦୁ ଙ୍କ ଉପରେ ହେଉଥିବା ଆକ୍ରମଣ ଭଳି ଓଡ଼ିଶାରେ ସେମିତି କିଛି ନ ହେଉ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସବ ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ଭୋଳ, ଶଶୀ ଭୂଷଣ ପରିଡ଼ା, ରଞ୍ଜନ କୁମାର ବେହେରା ପ୍ରମୁଖ ସ୍ଥାନୀୟ ଜେନାପୁର ଥାନା ଅଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସାମ୍ବାଦିକ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରିଥିଲେ। ଯଦି କୌଣସି ସ୍ଥାନରେ ବାହାର ରାଜ୍ୟର ଲୋକଙ୍କୁ ସନ୍ଦେହ କରି ମାରଧର କରାଯାଉଥିବା ଦେଖିବାକୁ ମିଳେ କିମ୍ବା କୌଣସି ଲୋକର ପରିଚୟ କୁ ନେଇ ସନ୍ଦେହ ଜାଗ୍ରତ ହୁଏ ତେବେ ପୋଲିସ କୁ ଖବର ଦେବାକୁ ଉପସ୍ଥିତ ଥାନା ଅଧିକାରୀ ସୂଚନା ଦେଇଥିଲେ।ଜେନାପୁର ଥାନା ର ବିଭିନ୍ନ ସ୍ଥାନରେ ରହୁଥିବା ବାହାର ଲୋକ ଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କ ସମ୍ବନ୍ଧରେ ଅଧିକ ଖବର ରଖାଯିବ ବୋଲି ସବ ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ଭୋଳ ସୂଚନା ଦେଇଛନ୍ତି।

Related Posts

About The Author

Add Comment