ଜେନାପୁର ଉପଡାକଘର ସମ୍ମୁଖରେ ଗଣଧାରଣା

Spread the love

ଧର୍ମଶାଳା ୨୮/୦୫ (ସନ୍ଧାନ ନିୟୁଜ୍/ଦିପକ କୁମାର ମଲିକ) ଗ୍ରାମୀଣ ଡାକସେବକମାନଙ୍କ ପାଇଁ ଉଦ୍ଦିଷ୍ଟ ବେତନ କମିଟି କମଲେଶ୍ ଚନ୍ଦ୍ରା ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଉପଡାକଘର ସମ୍ମୁଖରେ ଗ୍ରାମୀଣ ଡାକସେବକମାନେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇ ଗଣଧାରଣାରେ ବସି ରହିଛନ୍ତି ।

ଗତ ୨୨ତାରିଖଠାରୁ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡାକସେବକ ଆହ୍ୱାନ କ୍ରମେ ଆୟୋଜିତ ହୋଇଥିବା ଏହି ଧର୍ମଘଟରେ ଜେନାପୁର ଉପଡାକଘର ସମେତ ଏହା ଉପରେ ନିର୍ଭର କରୁଥିବା ୧୨ଟି ଶାଖା ଡାକଘରର ୨୦ରୁ ଉଦ୍ଧ୍ୱର୍ ଗ୍ରାମୀଣ ଡାକସେବକ ସାମିଲ ହୋଇ ସରକାରଙ୍କ ବୈମାତୃକ ମନୋଭାବକୁ ତୀବ୍ର ଭର୍ସôନା କରିବା ସହ ବିଭିନ୍ନ ନାରାବାଜି ମାଧ୍ୟମରେ ସରକାରଙ୍କୁ କଡା ସମାଲୋଚନା କରିଥିଲେ ।

Related Posts

About The Author

Add Comment