ଜୁଆଡ଼ିଙ୍କ ଅଭୟାରଣ୍ୟ ପରିତ୍ୟକ୍ତ ଘର !

Spread the love

ରାଉରକେଲା, ୦୭/୧୦/୨୦ (ସନ୍ଧାନ ନିଉଜ) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ରାଉରକେଲାରେ ଲକ ଡାଉନ ଚାଲିଥିବା ବେଳେ, ବର୍ତମାନ ସପ୍ତାହର ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ପ୍ରକିୟା ଜାରି ରହିଛି । ପୁଲିସ ପକ୍ଷରୁ ସାରନଗରୀର ପ୍ରମୁଖ ଛକ ଯେପରି ମା’ ମଙ୍ଗଳା ଛକ, ଆଇଡ଼ିଏଲ ଛକ, ପୂର୍ଣ୍ଣାନନ୍ଦ ମାର୍କେଟ ଛକ, ରଙ୍ଗୋଲି ଛକ ଓ ଅନ୍ୟ ଅଂଚଳରେ ଦିନରାତି ପାଟ୍ରୋଲିଂ କରାଯାଇ ଅମାନିଆ ମାନଙ୍କୁ ତାଗିଦ କରାଯାଉଛି । ସେହିପରି ସାରନଗରୀର ଗଳିକନ୍ଦିରେ ନାଲୀବତୀ ସହ ଘୁରି ବୁଲୁଛି ପିସିଆର ଭ୍ୟାନ । ଅପରପକ୍ଷରେ ପୁଲିସକୁ ଚକମା ଦେଇ ସାରନଗରୀରେ ଥିବା ଭଙ୍ଗା ପରିତ୍ୟକ୍ତ ଘର ଓ ଅ।।ବାସ ଅନୁପଯୁକ୍ତ ଘର ଗୁଡ଼ିକରେ ମଧ୍ୟାହ୍ନ ଠାରୁ ଆରମ୍ଭ କରି ସଂଧ୍ୟା ଯାଏ ଜୁଆଖେଳ ଚାଲୁଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଖାଲିଥିବା ପରିତ୍ୟକ୍ତ ଘର ଗୁଡ଼ିକରେ ଅନ୍ଧାରର ସୁଯୋଗ ନେଇ ଜୁଆଡି ମାନେ ଜୁଆ ଖେଳରେ ମାତି ରହୁଛନ୍ତି । ଜୁଆ ଖେଳ ସମୟରେ ନିଜ ନିଜ ଭିତରେ କଳିଝଗଡ଼ା କରୁଥିବାରୁ ଏହାକୁ ନେଇ ପାଖରେ ଥିବା ପଡୋଶୀ ମାନେ ଏକ ପ୍ରକାର ବୀତବ୍ୟସ୍ତ ହୋଇ ପଡୁଛନ୍ତି । ପୁଲିସ ଭୟରେ ଏଭଳି କିଛି ପରିତ୍ୟକ୍ତ ଘରକୁ ସୁରକ୍ଷାର କବଚ ଭାବେ ଗ୍ରହଣ କରି ଜୁଆଡି ମାନେ ବାଛି ନେଇଥିବା ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି

Related Posts

About The Author

Add Comment