ଜୀବନର ନୀତି ଓ ନିୟମ

Spread the love
  •  
  •  
  •  
  •  
  •  

ଲିଙ୍ଗରାଜ ପଣ୍ଡା , ବାରିପଦା     

ଜୀବନ ଏକ ମହରର ଲକ୍ଷ୍ୟ ନେଇ ସୃଷ୍ଟି ହୋଇଛି । ସେହି ମହତ୍ ଲକ୍ଷ୍ୟସାଧନ ପାଇଁ
ଯେତେ ନିୟମ ବା ନୀତି ଅଛି, ତାହା ମଧ୍ୟ ମହତ୍ରର ।”ଖିର୍ଗ୍ଧ ମଙ୍କକ୍ଷଗ୍ଧଙ୍କକ୍ସର କ୍ଟ୍ରରକ୍ସ୍ ଖିର୍ଗ୍ଧ।
ମୋଷସଙ୍କୃତୋମ ଲୋପନଯାତି ପ୍ରସଙ୍କଳ୍ପକୃଷ.” ଅର୍ଥାତ୍ ସଂସ୍କୃତି ଲୋପ ପାଇଯାଉ କିନ୍ତୁ ନ୍ୟାୟର ଜୟ
ହେଉ । ନ୍ୟାୟ ଓ ଏକତା ହିଁ ଜୀବନର ନୀତି । ମୋ ମତରେ ଅସୁନ୍ଦର ଓ କୁମ୍ବିତ, ତାହାଠାରୁ ଜୀବନକୁ ଦୂରେଇ ରଖିବା ।

ଅନ୍ୟାୟ ଓ କଳୁଷିତ ସଭ୍ୟତାଠାରୁ ଦୂରରେ ଜନତା ମଧ୍ୟରେ ଗମ୍ଭୀର ଓ ନିଶ୍ଚଳ ପ୍ରକୃତି କୋଡରେ ମଣିଷ ଆଶ୍ରୟ ନେବା ଉଚିତ, ଯେଉଁଠାରେ କି ଶିଶୁ-ସୁଲଭ ପବିତ୍ରତସରେ ଜୀବନ ଚଳଣି ଓ ମାନବ ଇତିହାସର ଜଳବାୟୁ ନିୟନ୍ତ୍ରିତ ହେଉଥାଏ ।

ଜୈବିକ ସୁଖ ବିଳାସ ପଛରେ ଅନୁଧାବନ ନ କରିବା ହେଉଛି ମଣିଷ ଜୀବନର ପ୍ରକୃତ ଧର୍ମ । ଏହାର ବିରୁଦ୍ଧାଚରଣ କରିବା ଅର୍ଥ ଆମ ଜୀବନର ସମସ୍ତ ନୀତି ଉ ନିୟମକୁ ଲଘନ କରିବା ତଥା ଯନ୍ତ୍ରନା ଓ ବିଶୃଙ୍ଖଳାକୁ ବରଣ କରି ଆଣିବା । ମଣିଷ ଥରେ ତାହାର
ମହନୀୟ ପ୍ରକୃତିର ଆଭାସ ପାଇଗଲେ, ଯେତେବେଳେ କି ସେ ସ୍ଵ ଅହଂ ବା ମୁଁ ଏପରି ପ୍ରେମ କରୁଛି ର ସୀମା ଅତିକ୍ରମ କରିଯାଏ, ସେତେଭେଳେ ସେ ଆଉ ପାଶବିକ ଆଚରଣରେ ସୁଖ ଓ ଶାନ୍ତି ପାଇଁ ଲିପ୍ତ ହୁଏ ନାହିଁ ।

ମଣିଷ ଜୀବନ ସାମାଜିକ, ରାଜନୈତିକ ଓ ସାଂପ୍ରଦାୟିକ ଏପରି ବିଭିନ୍ନ ଭାଗରେ ବିଭକ୍ତ ନୁହେଁ, ଜୀବନର ସମସ୍ତ ନିୟମ ବ୍ୟକ୍ତି ମାଧମରେ ନିଜକୁ ବରାବର ପ୍ରକାଶ କରି ଚାଲିଥାଏ । ବ୍ୟକ୍ତିର କାର୍ଯ୍ୟାବଳୀ ଏହି ନିୟମ ଅର୍ଥନୀତି, ସମାଜନୀତି, ତଥା ରାଜନୀତି କ୍ଷେତ୍ରରେ ଆତ୍ମପ୍ରକାଶ କରେ । ଅଖଣ୍ଡ ଏକତା ହିଁ ଜୀବନ ବନର ଲକ୍ଷଣ । ବ୍ୟକ୍ତିର ଚତୁପାର୍ଶ୍ବରେ ପ୍ରତି ମୁହୁର୍ଭରେ କେତେ ପରିବର୍ତ୍ତନ ଘଟିଯାଉଛି, ତାହାର କଳନା ନାହିଁ । ପ୍ରତ୍ୟେକ ଜିନିଷ କ୍ଷୟ ହୋଇ ଚାଲିଛି । କିନ୍ତୁ ଏହି ସମସ୍ତ କ୍ଷୟ ଓ ଟ୍ୟୁସର ଅନ୍ତରାଳରେ ଏକ ଚିରନ୍ତନ ନିୟମ ଅଛି । ସେହି ନିୟମ ହେଉଛି ଗତିଶୀଳତା ବା ପ୍ରବାହଶୀଳତା । ସେହି ଚିରନ୍ତର ନିୟମର ଛନ୍ଦରେ ପ୍ରତ୍ୟେକ ଜିନିଷ ନିଜକୁ ଧ୍ବଂସ କରୁଛି ଓ ସେହି ନିଜକୁ ପୁନଃ ସୃଷ୍ଟି କରୁଛି । ସେହି ଅବିନାଶୀ ଶକ୍ତି ହେଉଛି ଆଧାମ୍ବିକ ଶକ୍ତି ଓ ସରଳ ଭାବରେ କହିବାକୁ ଗଲେ, ସେହି ଶକ୍ତି ହେଉଛି ଈଶ୍ୱର । ମୃତ୍ୟୁ ମଧ୍ୟରେ ଜୀବନ ନିଜକୁ ଜାହିର କରିଥାଏ । ଠିକ ଯେପରି ଅସତ୍ୟ ଓ ମିଥ୍ୟ ମଧ୍ୟରେ ଅଖଣ୍ଡ ସତ୍ୟ ନିଜକୁ ପ୍ରକଟିତ କରେ, କିମ୍। ନିଶୀଥର ଗଭୀର ଅନ୍ଧକାର ମଧ୍ୟରେ ଆଲୋକ ଯେପରି ଉଙ୍କି ମାରୁଥାଏ । ଈଶ୍ଵର ହିଁ ଜୀବନ ଓ ସତ୍ୟହିଁ ଆଲୋକ । ସେ ହେଉଛନ୍ତି ପ୍ରେମର ପ୍ରତିମୂର୍ତ୍ତି ଏବଂ ସେ ହେଉଛନ୍ତି ବିଶ୍ୱ ଜୀବନର ନିୟନ୍ତା ।

ଏହା ଜାଣିଶୁଣି ମଣିଷ ଯେବେ ଜେବିକ ଜୀବନ ଓ ଭୋଗ ବିଳାସ ପରିହାର ନ କରେ, ତା ହେଲେ ତାକୁ ମୃତ୍ୟୁ ସମୟରେ ଅଗତ୍ୟା ତ୍ୟାଗ କରିବାକୁ ହେବ । ମଣିଷ ଯେବେ ତାର ମହନୀୟ ପ୍ରକୃତିକୁ ଜୈବିକ ଭୋଗ ବିଳାସ ନିକଟରେ ସମର୍ପଣ କରିଦିଏ, ସେତେବେଳେ ସେ ତାର ଦୈହିକ ଅବସାନକୁ ମଧ୍ୟ ଶୀଘ୍ର ଶୀଘ୍ର ଆମନ୍ତ୍ରଣ କରିଆଣେ । ନୈରାଶ୍ୟ, ନିର୍ଯ୍ୟାତନା ଓ ବିଫଳତା ଯୋଗୁଁ ସେ ଧ୍ବଂସ ଅର୍ଥାତ୍ ଶାରିରୀକ କ୍ଷୟର ନିକଟବର୍ତ୍ତୀ ହୁଏ । ମୃତ୍ୟୁର ଏହି ନୈରାଶ୍ୟ ଓ ବିଫଳତାରୁ ସେ ନିଜକୁ ମୁକ୍ତ କରିଥାଏ । ସୃଷ୍ଟି କ୍ଷୟଶୀଳ, ମଣିଷ କ୍ଷଣସ୍ଥାୟୀ । ଏପ୍ରକାର ଜ୍ଞାନ, ଶକ୍ତି ବ୍ୟକ୍ତି ନୈତାଶ୍ୟ ଓ ବ୍ୟର୍ଥତା ପରବର୍ତ୍ତୀ ଜୀବନରେ ସୁଖ ଓ ଶାନ୍ତି ପାଇବାକୁ ଆଶାକରେ । ଏ ପ୍ରସଙ୍ଗରେ ଧର୍ମ ଗୁରୁମାନଙ୍କର ପ୍ରତିଶୃତି ମଧ୍ୟ ତାକୁ ଆଶାନ୍ବିତ କରିଦିଏ । ଏହି ଆଶା ହିଁ ଇହ ଜୀବନର ଏକମାତ୍ର ସାନ୍ତନା । ସୁଖ ଓ ବିଳାସ ବ୍ୟସନର ଅନ୍ବେଷଣ ତାହାକୁ ବାଞ୍ଚିତ ଫଳ ଦେଇ ନଥାଏ । ବରଂ ଅପୂର୍ଣ ବାସନାର ପରିଣତି ହେଉଛି ଏହି ଆଶା । ଜୈବିକ ଭୋଗ-ବିଳାସ ଆମ ଜୀବନର ଲକ୍ଷ୍ୟହେବା ଉଚିତ ନୁହେଁ । ଏହି ଦାରଣା ହିଁ ପୁନର୍ଜନ୍ମର ହେତୁ । ଜୈବିକ ପ୍ରକୃତିର ଅବସାନ ହେଉଛି ପୁନଶ ଜନ୍ତି । ଏହା ବାସନାର ପରିତ୍ୟାଗରେ ସମ୍ଭବ ହୋଇଥାଏ । ପୁନଶ୍ଚ ମଣିଷର ଅଧିମିକ ଲକ୍ଷଣ ଏହାଦ୍ୱାରା ପ୍ରକଟିତ ହୋଇଥାଏ ।

ମଣିଷ ଯେତେବେଳେ ଉପଲବଧ କରେ ଯେ, ଜୈବିକ ଭୋଗ ବିଳାସର ଦମନରେ ହିଁ ଯତାର୍ଥ ଜୀବନ ନିହିତ ଥାଏ, ସେତେବେଳେ ସେ ପୁନର୍ଜନ୍ମର ତଦ୍ ସହଜରେ ଅବଗାହନ କରିପାରେ । ନିଜର ଆଶା, ଅଭିଅଳାଷ, ଗର୍ବ ଓ ଅହଂକାର ପଛରେ ପଡିରହେ । ବ୍ୟକ୍ତିଗତ କାମନା ଠିକ୍ ସକାଳର କୁହୁଡି ଓ କାକର ଭଳି କୁଆଡେ ଅଦୃଶ୍ୟ ହୋଇଯାଏ । ସେତେବେଳେ ସେ ବୁଝିପାରେ ଯେ, ସେହିସବୁ ଆଶା, ଅଭିଳାଷ ଯଥାର୍ଥ ନୁହେଁ । ଅଳୀକ ମାତ୍ର । ତାର ସାମନାରେ ଗୋଟାଏ ଅନ୍ଧକାର ଆବରନ ଥିଲା, ତାହା ଯେପରି ଅପସରି ଯାଏ । ଉଜ୍ଜଳ ଆଲୋକରେ ସେ ନୂତନ ଆନନ୍ଦ ଲାଭକରେ । ଯେଉଁ ବ୍ୟକ୍ତି ଏପରି ଉପଲବ୍ଧ କରି ନ ପାରେ, ସେ ପ୍ରକୃତରେ ଜୀବନର ମୂଲ୍ୟ ବୁଝିପାରେ ନାହିଁ । ଠିକ ଯେପରି ଗୋଟିଏ ଶୁଖିଲା ମଞ୍ଜି ଅଙ୍କୁରରେ ପରିଣତ ହେବାର ସ୍ଵପ୍ନ ଦେଖିପାରି ନଥାଏ । ମଣିଷ ଅସୀମଶକ୍ତି ଓ ଚିନ୍ତାର ଅଧିକାରୀ । କିନ୍ତୁ ସେ ଯେବେ ନିଜକୁ ସାମୟିକ ପ୍ରଲୋଭନ ଓ ପ୍ରତାରଣା ନିକଟରେ ଅବିଚଳିତ ରଖିନପାରେ, ତା ହେଲେ ତାପକ୍ଷରେ ମହତ୍ତର ଜୀବନର ସ୍ଵପ୍ନ ମରୀଚିକା ମାତ୍ର ।

ଜୀବନର ଗତି ଅସୀମ ଓ ଅଖଣ୍ଡ । ସେଥିରେ ଅନୈଜ୍ୟ ମଧ୍ୟରେ ଐକ୍ୟ ହିଁ ପ୍ରକଟିତ ହୋଇଥାଏ । ସମାଜରେ ଯେ ଅଗଣିତ ନରନାରୀ ବଞ୍ଚି ରହିଛନ୍ତି, ତାହାର ଏକମାତ୍ର କାରଣ ହେଉଛି ଜୀବନର ନିର୍ଦ୍ଦିଷ୍ଟ ନିୟମ ଓ ସଂବିଧାନ । ସେହି ନିୟମ ଓ ସଂବିଧାନ ଅସ୍ତ୍ର ଶସ୍ତ୍ର କିମ୍ବା ଦୈହିକ ଶକ୍ତି ଉପରେ ନିର୍ଭର କରିନାହିଁ; ବରଂ ସତ୍ୟ ଓ ପ୍ରେମ ହେଉଛି ତାର ଅସଲ ଶକ୍ତି । ପୃଥିବୀରେ ଦୁଇଦୁଇଟା ଯୁଦ୍ଧ ହେଲେ ମଧ, ପୃଥିବୀ ଯୁଦ୍ଧ ଯୋଗୁଁ ଯେତେ ବଞ୍ଚନାହିଁ, ସତ୍ୟ ଓ ପ୍ରେମ ଯୋଗୁଁ ସେ ବଞ୍ଚିଛି ଓ ତାର ଶକ୍ତି ବୃଦ୍ଧି ପାଇଛି । କଳକାରଖାନା, ହାଟବଜାର ଓ କ୍ଷେତବାଡରେ ଅସଂଖ୍ୟ ଶ୍ରମିକ କାମ କରୁଛନ୍ତି । ତାଙ୍କର ପ୍ରକୃତ ଶକ୍ତି ହେଉଛି ମନର ବଳ ଅର୍ଥାତ ସତ୍ୟ ଓ ପ୍ରେମ ପାଇଁ ସେମାନଙ୍କର ଆନୁଗତ୍ୟ ।

ପୃଥିବୀ ଇତିହାସ ଅଧ୍ୟୟନ କଲେ, ଏହି ମୌଳିକ ସତ୍ୟଟି ସହଜରେ ଧରାପଡେ । ଦୁଇଟି ରାଷ୍ଟ୍ର ମଧ୍ୟରେ ଯଦି ବ୍ୟକ୍ତିଗତ ସ୍ୱାର୍ଥଯୋଗୁଁ ଯୁଦ୍ଧ, ସଂଘର୍ଷ ଓ ରକ୍ତପାତ ହୁଏ, ତାହେଲେ ତାହାର ଶେଷ କେଉଁଠି ? ଇରଂ ଜଣେ ଯଦି ନିଜର ତୃଟି ବୁଝିଯାଏ, ଅନ୍ୟକୁ ନିଜର ଆଦର୍ଶରେ ପ୍ରଭାବିତ କରିପାରେ, ତାହେଲେ ସେଠାରେ ରକ୍ତପାତର ସମ୍ଭାବନା ନଥାଏ । ପଡୋଶୀ ପଡୋଶୀ ମଧ୍ୟରେ ଯାହା ସତ୍ୟ, ରାଷ୍ଟ୍ର ଓ ଦେଶ ପକ୍ଷରେ ତାହା ମଧ୍ୟ ସତ୍ୟ । ମଣିହ ଜୀବନର ଇତିହାସ ହେଉଛି ତାର ତୁଟି, ବ୍ୟତିକ୍ରମ ଓ ବିଶୃଙ୍ଖଳାର ବିବରଣୀ । ଆମ୍ବଶକ୍ତି ତାହା ପକ୍ଷରେ ନିହାତି ସ୍ଵାଭାବିକ । ଞଷରରଲକ୍ଟକର, ଗ୍ଧଷକ୍ଟଙ୍କଶଷ ଓ କ୍ସରବକ୍ଷସଗ୍ଧର, ଜ୍ଞକ୍ଟକ୍ସର ଗ୍ଧଷବଭ ରଙ୍ଖରକ୍ସ, ଷକ୍ସଙ୍ଗରଙ୍ଖରକ୍ସ ଓ ବଜ୍ଞ ଲକ୍ସକ୍ଟଜ୍ଞ ଗ୍ଧଷବଗ୍ଧ ଶକ୍ଟବକ୍ଷ, ଲକ୍ଟବଷ ଜ୍ଞର ଗ୍ଧଷର କ୍ଷବଙ୍ଗ କ୍ଟଲ ମ କ୍ଟଜ୍ଞକ୍ଟକ୍ଷରଗ୍ଧର କ୍ଷକ୍ଟଙ୍ଖର ସ ଟ୍ରଷର କ୍ଷବଙ୍ଗ ଚୂଲ ଜ୍ଞଚ୍ଚ ଭରସଭଶ.” ପ୍ରେମର ଆଇନ, ପ୍ରେମର ନିର୍ଦ୍ଦେଶ ହିଁ ତାଙ୍କ ପକ୍ଷରେ ଥିଲା ଚୂଡାନ୍ତ ନିର୍ଦ୍ଦେଶ ।

ଜଣେ ବ୍ୟକ୍ତି ନିଜର ଭୋଗବିଳାସ ଓ ସୁଖ-ସ୍ଵାଛନ୍ଦ୍ୟ ପ୍ରତି ଦୃଷ୍ଟି ନଦେଇ ସମସ୍ତଙ୍କର ସୁଖ ଓ ସମୃଦ୍ଧି ପାଇଁ ପ୍ରକାଶ କରିବା ସ୍ଵାଭାବିକ । ଥରେ ଯେ ଯେବେ ପ୍ରଜ୍ଞା ଓ ବିବେକ ଜାଗ୍ରତ ହୁଏ, ତାହେଲେ ବ୍ୟକ୍ତି ଅନୁଭବ କରିପାରିବ ଯେ, ଜୀବନର ମହତ୍ତର ଲକ୍ଷ୍ୟ ବ୍ୟକ୍ତିଗତ ସ୍ଵାର୍ଥସାଧନରେ ନାହିଁ । ବ୍ୟକ୍ତି ଥରେ ନିଜର ସ୍ୱାର୍ଥରେ ଜଳାଞ୍ଜଳି ଦେଇପାରିଲେ ତା ସମ୍ମୁଖରେ ଜୀବନର ପ୍ରକୃତ ଲକ୍ଷ୍ୟ ଅଙ୍କିତ ଓ ଉଭାସିତ ହୋଇଯାଏ । ଆଧାର୍ମିକ ଚେତନା ସାହାଯ୍ୟରେ ଆମେ ଅନୁଭବ କରିପାରିବା ଯେ, ଅନ୍ୟମାନଙ୍କର ସୁଖ-ସ୍ଵାଛନ୍ଦା ମାଧ୍ୟମରେ ଆମକୁ ବିଶ୍ୱର ସୁଖ ଓ ଶାନ୍ତି ଅନୁସନ୍ଧାନ କରିବାକୁ ପଡିବ । ଗୋଟିଏ ଯନ୍ତ୍ର ଯେଉଁ ଉଦ୍ଦେଶ୍ୟରେ ତିଆରି ହୋଇଛି ତାହା ଯଦି ସେହି ଉଦ୍ଦେଶ୍ୟରେ କାମ ନ କରେ ତାହେଲେ ତାହାର ଧ୍ବଂସ ନିଶ୍ଚିତ । ମଣିଷସମାଜ ଜୀବନର ଯଥାର୍ଥ ନିୟମ ପ୍ରତି ବିଶ୍ୱସ୍ତ ନ ହେବାରୁ ତାର ଦୁଃଖ ଓ ଯନ୍ତ୍ରଣାର ମାତ୍ରା ବୃଦ୍ଧି ପାଇଥାଏ । ନିଜ ପାଇଁ ବ୍ୟସ୍ତ ହେବାରେ କିମ୍ବା ନିଜର ବ୍ୟକ୍ତିଗତ ପ୍ରଶ୍ନକୁ ଜାବୁଡି ଧରିବାରେ କେବଳ ଦୁଃଖ ହିଁ ସାର ହୁଏ ।

ସମାଜରେ ଯେଉଁମାନେ ବୟସ ସେମାନେ ଜୀବନରେ ଅନେକ ସ୍ଵପ୍ନ ଦେଖାନ୍ତି । ସେଥିମଧ୍ୟରୁ କେଉଁଟି ସାର୍ଥକ ହୁଏ, କେଉଁଟି ମଧ୍ୟ ସାର୍ଥକ ହୁଏ ନାହିଁ । ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ଅନ୍ୟପ୍ରାଣୀକୁ ହତ୍ୟା କରିବା ଏକ ସାଘାତିକ ନାରକୀୟ ବୃତ୍ତି ଏବଂ ସେହି ପ୍ରବୃତ୍ତି ବର୍ତ୍ତମାନ ସମାଜର ବିବର୍ତ୍ତନରେ ଜମିଦାର ଓ ଶ୍ରମିକର ଶୋଷଣରେ ରୂପାନ୍ତରିତ ହୋଇଛି 

ଏହି ଶୋଷଣ, ତାହାର ସ୍ଵରୂପ ଯାହା ହେଉ ନା କାହିଁକି, ମଣିଷ ସମାଜ ପକ୍ଷରେ ଅତ୍ୟନ୍ତ ମାରାତ୍ମକ । ମଣିଷ ପୂର୍ବେ ଯେପରି ଅବାଧ ଭାବରେ ଜୀବଜନ୍ତୁ ହତ୍ୟା କରିପାରୁଥିଲା, ବର୍ଭମାନ ଆଉ ସେପରି କରିପାରୁନାହିଁ । ମଣିଷ ମାଂସ ପରିବର୍ତ୍ତେ ଦୁଧ ଓ ଅଣ୍ଡା ବ୍ୟବହାର କରି ଶିଖିଲା । ସେ ଜୀବନର ପ୍ରକୃତ ଲ୩ ଯେତିକି ଉପଲବଧ କରିପାରୁଛି, ସେହି ପରିମାଣରେ ସେ କଂସାତ୍ମକ କାର୍ଯ୍ୟରୁ ବିରତ ହେଉଅଛି । ସମାଜ ଆଧାୟିକ କ୍ଷେତ୍ରରେ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ନିଜର ସ୍ୱାର୍ଥରେ ଜଳାଞ୍ଜଳି ଦେଇ ସାମୂହିକ କଲ୍ୟାଣରେ ନିଜକୁ ଉତ୍ସର୍ଗ କରିଦିଅନ୍ତି । ସେ ଭଲ ଜିନିଷ ପ୍ରତି ଅଧିକ ଆକୃଷ୍ଟ ହେବ ଓ ଯାହା ଦୁର୍ଗୁଣ, କଳଙ୍କିତ ସେ ତାହାର ନିନ୍ଦା କରିବ । ସେପାଇଁ ପ୍ରାଚୀନ ସମାଜରେ ନିଶାପାନ ପସନ୍ଦ କରାଯାଉଥିଲା । ମାତ୍ର କ୍ରମେ ନିଶାପାନ ବିରୋଧରେ ସର୍ବତ୍ର ମତ ପ୍ରକାଶ ପାଇଲା । ମଣିଷର ରୁଚିର ପରିବର୍ତ୍ତନ ମଧ୍ୟ ଷଟୁଅଛି । ତାହାର ଦୃଷ୍ଟିକୋଣ ମଧ୍ୟ ପରିବର୍ତ୍ତିତ ହୋଇଅଛି । ଏହା ସବୁ ଦେଶ, ସବୁ ଜାତି ଓ ସବୁ ସଂପ୍ରଦାୟ ପ୍ରତି ମଧ୍ୟ ପ୍ରଯୁଜ୍ୟ । ବିଶ୍ୱ ଜୀବନର ମୂଳଭିଭି ହେଉଛି ମଣିଷ ଜୀବନର ଅଖଣ୍ଡତା । ମଣିଷସମାଜ ଓ ମଣିଷର ମନ ଛୋଟ ଛୋଟ କଠୋରିରେ ବିଭକ୍ତ ନୁହେଁ-ଯଥା ସାମାଜିକ, ରାଜନୈତିକ ଏବଂ ଧର୍ମାତ୍ମକ । ପ୍ରତ୍ୟେକ, ପରସ୍ପର ସହିତ ସଂପୃକ୍ତ –

ସୁତରାଂ ସମାଜ, ରାଜନୀତି ଓ ଧର୍ମବିଶ୍ୱାସ ଦୃଷ୍ଟିରେ ମଣିଷରୁ ବିଚ୍ଛିନ୍ କରି ବିଚାରକରାଯାଇପାରେ । ମଣିଷ ହେଉଛି ଏକ, ତାହା ମଧ୍ୟରେ ଆଦର୍ଶଗତ ବ୍ୟବଧାନ ଥାଇପାରେ, ମାତ୍ର ତାହା ସ୍ଥାୟୀ ନୁହେଁ ।

“ଗଚ୍ଚ କରକ୍ଷସଶସକ୍ଟଭ ଷବ ଭକ୍ତି ଶକ୍ସକ୍ଟଶବକୃଷସମବକ୍ଷ କ୍ଷସଜ୍ଞସ, ଓଲ ଓ ଷବଙ୍ଖର ବ କ୍ଷସଙ୍ଖସଭଶ ଲବସଗ୍ଧଷ ସଭ ସଗ୍ଧ,ସଗ୍ଧ ଗ୍ନିସକ୍ଷକ୍ଷ ଗ୍ଧକ୍ସବଭତ୍ସମରଭୟ ଜ୍ଞଚ୍ଚ କ୍ଷକ୍ଟଙ୍ଖର ଲଢ଼ିକ ଓଭୟସବ ଶରଷ୍ଟରକ୍ଷଲ.” ଗାନ୍ଧିଜୀଙ୍କର ଏହି ଦର୍ଶନ ମୂଳରେ ବିଶ୍ଵଜୀବନର ପରିକଳ୍ପନା ହିଁ ଦେଖିବାକୁ ମିଳେ । ଜୀବନ ସର୍ବତ୍ର ସମାନ । ଷୋଡଶ ଶତାବ୍ଦୀର ଜଣେ ଓଡ଼ିଆ କବି କହିଛନ୍ତି ।

                                       “ସକଳ ଘଟେ ନାରାୟଣ,

                                         ବସନ୍ତି ଅନାଦି କାରଣ ।”

ବିଶ୍ଵଜୀବନର ଚିନ୍ତା ମୂଳରେ ସାର୍ବଜନୀନ ପ୍ରେମର ପ୍ରଭାବ ଅଛି । ଅନ୍ୟମାନଙ୍କ ସୁଖରେ ସୁଖ, ଦୁଃଖ ଦେଖିବା ହିଁ ବହୁଦଶୀ ବ୍ୟକ୍ତିର କର୍ତ୍ତବ୍ୟ ।

ଅନ୍ୟ ପାଇଁ ନିଜର ଜୀବନ ଉତ୍ସର୍ଗ କରିବା ହିଁ ବିଶ୍ୱପ୍ରେମର ନାମାନ୍ତର । କ୍ଷେତବାଡିରେ ଯେଉଁ ଚାଷୀ ଓ ଶ୍ରମିକମାନେ ଖରା କାକରରେ ଖଟନ୍ତି, ସେମାନେ କେବଳ ନିଜ ପାଇଁ ଖଟନ୍ତି ନାହିଁ; ସେମାନେ ସମଗ୍ର ବିଶ୍ବସମାଜ ପାଇଁ ଖଟନ୍ତି । ଏହି ଶ୍ରମିକମାନଙ୍କର ସାମାଜିକ ସମ୍ପର୍କରେ ଏହି ସତ୍ୟ ଆହୁରି ପ୍ରତିଫଳିତ ।

ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ବ୍ୟକ୍ତି ସ୍ୱାର୍ଥପର ଜୀବନର ଅସାରତା କ୍ରମିଶ ଉପଲବଧ କରିଥାଏ । କିନ୍ତୁ ଯେଉଁମାନେ ଶିକ୍ଷିତ, ସେମାନଙ୍କର ଦୃଷ୍ଟିକୋଣ ସ୍ଵତନ୍ତ୍ର । ସେମାନେ ଦୈହିକ ଜୀବନର ବିଳାସ-ବ୍ୟସନର ଅସାରତା ଦିନେ ନା ଦିନେ ଉପଲବ କରନ୍ତି; କିନ୍ତୁ ମହତ୍ତର ଜୀବନର ସନ୍ଧାନ ପାଇପାରି ନଥାନ୍ତି । ସେମାନେ ସେମାନଙ୍କର ଶିକ୍ଷା ଓ ଜ୍ଞାନ ବରାବର ଗୋଟାଏ ବ୍ୟବଧାନ ବଜାୟ ରକନ୍ତି । ଏହି ବ୍ୟବଧାନ ଶିକ୍ଷିତ ଓ ସଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରେ । ଜ୍ଞାନ ଓ ଶିକ୍ଷା ରାଜ୍ୟରେ ଶିକ୍ଷିତ ବ୍ୟକ୍ତିମାନେ ମାନସିକ ବିଳାସରେ ଆନନ୍ଦ ପାଆନ୍ତି । ସେହି ମାନସିକ ବିଳାସ ହେଉଛି ଅନ୍ୟମାନଙ୍କ ଉପରେ ଶିକ୍ଷା ଓ ଜ୍ଞାନଗତ ଆଧୁପତ୍ୟ ଜାହାର କରିବା । ଏହି ପ୍ରକାର ମାନସିକ ବିଳାସ ଚରିତାର୍ଡ କରିବା ପଶୁଜୀବନର ସୁଖ- ସ୍ଵାଛନ୍ଦ୍ୟ ଅଭିଳାଷଠାରୁ କୌଣସି ଅଂଶରେ ଉଣା ନୁହେଁ । ନ୍ୟସ୍ତସ୍ୱର୍ଥ ଗୋଷ୍ଠୀମାନଙ୍କର ସୌନ୍ଦର୍ଯ୍ୟ ଉପଭୋଗ ବାସନ ମଧ୍ୟ ଏହି ବିଳାସ ବ୍ୟସନର ଅନ୍ତର୍ଗତ । ବଣ ଜଙ୍ଗଲରେ ଜୀବଜନ୍ତୁ ଅଧୁକ ଖାଇ ଦେହ କମାଇ ନିଜ ଗୋଷ୍ଠୀରେ ନିଜର ଆସ୍ଥାନ ଜମାଇବାକୁ ଚାହେଁ । ଯେଉଁ ବ୍ୟକ୍ତିମାନେ ଏପରି କରନ୍ତି, ସେମାନେ ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ଶୁଦ୍ଧ ଓ ସଞ୍ଜତ ଜୀବନଠାରୁ ନିଜକୁ ଦୂରେଇଦିଅନ୍ତି । କେରଣ ସେମାନଙ୍କର ବିଳାସବ୍ୟସନର ଅଭିଳାଷ ସେମାନଙ୍କର ଉପଲବଧୂର ପଥରେ ଅନ୍ତରାୟ ସୃଷ୍ଟି କରେ । ବୌଦ୍ଧିକ ବାସନା ଚରିତାର୍ଥ କରି ବ୍ୟକ୍ତି ମଧ୍ୟ ପ୍ରକୃତ ସୁଖ ଓ ଆରି ପାଇପାରେନା । ଆମର ସୁଖ କିମ୍ବା ଦୁଃଖ, ଶାନ୍ତି ବା ଅଶାନ୍ତି ବ୍ୟକ୍ତିଗତ ଜୀବନର ଲାଭ ଓ କ୍ଷତି ଉପରେ ନିର୍ଭର କରେ ନା ।

ଅହଙ୍କାର, ଗର୍ବ, ଛଳନା ଓ ପ୍ରତାରଣା ତ୍ୟାଗ କରି ଯୁକ୍ତି, ଦର୍ଶନ ଓ ବିବେକର ଖଣ୍ଡାଧାରରେ ଜଣେ ଚାଲିପାରିଲା ଶେଷରେ ସେ ପ୍ରକୃତ ଶାନ୍ତି ଲାଭ କରିପାରିବ । କେବଳ ଜଣେ ଅନ୍ୟଜଣକ ପାଇଁ ନିଜର ସ୍ୱାର୍ଥ ତ୍ୟାଗ କରିପାରିଲେ ପ୍ରକୃତ ସୁଖ ଓ ଶାନ୍ତି ମଧ୍ୟ ପ୍ରାପ୍ୟ ହେବ ନାହିଁ । କାରଣ ପଶୁଜୀବନର ପ୍ରବୃତ୍ତିକୁ ଜଳାଞ୍ଜଳି ଦେଇପାରିଲେ ପ୍ରକୃତ ସୁଖ ଓ ଶାନ୍ତିର ସମ୍ଭାବନା ଆପେ ଆପେ ତୁଟିଯାଏ । ପ୍ରଥମେ ବ୍ୟକ୍ତି, ତାପରେ ପରିବାର, ତାପରେ ସମାଜ, ତାପରେ ଦେଶ ଓ ରାଷ୍ଟ୍ର, ଶେଷରେ ବିଶ୍ବର ପରିକଳ୍ପନା; ପ୍ରତ୍ୟେକର ଅପର ସହିତ ନିବିଡ ସମ୍ପର୍କ ରହିଅଛି । ବିଶ୍ଵଜୀବନର ପରିକଳ୍ପନା କେବଳ ଆଦଶଗତ ନୁହେଁ, ଏହା ବ୍ୟକ୍ତିଜୀବନରେ ସାଧନା କରାଯାଇପାରେ । ଭାରତବର୍ଷ ପ୍ରାଚୀନ ଉପନିଷଦରେ ଏହି ବିଶ୍ଵଜୀବନ ସମ୍ପର୍କରେ ଚିନ୍ତା କରାଯାଇଥିଲା । ସର୍ବେ ଭବନ୍ତୁ ସୁଖିନ କଥାଟି ବିଶ୍ଵଜୀବନର ମୂଳମନ୍ତ୍ର ।

ଆଜି ଭବିଷ୍ୟତ ସମ୍ପର୍କରେ ଯେତେ କଳ୍ପନା ଚାଲିଛି, ପୂର୍ବେ ଏପରିଭାବେ ନ ଥିଲା । ପୃଥିବୀରେ କଣ ସବୁବେଳେ ହିଂସା, ଦରିଦ୍ର୍ୟ, ଅନାହାର ଓ ଦୁଃଖ-ଦୁର୍ଦ୍ଦଶା ଲାଗିରହିଥିବ ? ଧର୍ମବିଶ୍ୱାସ ଦୃଢ ହେବନି ? ପୃଥିବୀ କଣ ନାସ୍ତିକ ହେବ ? ସମାଜରେ ଏକ ବିରାଟ ପରିବର୍ତ୍ତନ ଯଦି ଆସେ, ତେବେ ସେଇ ପରିବର୍ତ୍ତନ କିପରି ଆସିବ ? ଯୁଦ୍ଧ ଜରିଆରେ ନା ଶାନ୍ତିପୂର୍ଣ୍ଣ ଉପାୟରେ ? ଆସନ୍ତା କାଲିର ପୃଥିବୀ ଅହିଂସା ଉପରେ ପ୍ରତିଷ୍ଠିତ ହେବ । ଏହା ହେଉଛି ପ୍ରଥମ ଆଇନ୍ । ଏଥିରୁ ଅନ୍ୟ ସବୁ ଆଶୀର୍ବାଦ ପ୍ରବାହିତ ହେବ । ମନେହେବ ଯେ, ଏହି ଲକ୍ଷ୍ୟ ବହୁଦୂର-ଏକ ଅବାସ୍ତବ ୟୁଟୋପିଆ । କାରଣ ବର୍ତ୍ତମାନ ଏ ଦିଗରେ କାମ କରାଯାଇ ପାରିବା କଷ୍ଟକର । ଆଗାମୀ କାଲିର ପୃଥିବୀରେ ଦାରିଦ୍ର୍ୟ, ରହିବ । ମୋଟାମୋଟି କହିବାକୁ ବସିଲେ, ଜଗତର ସ୍ଥିତ ଧର୍ମ ଉପରେ ନିର୍ଭର କରେ । ଏହାର ମୂଳୋତ୍ପାଟନ ଦିଗରେ ସବୁ ଉଦ୍ୟମ ବିଫଳ ହେବ । ଏକ ବିଶ୍ୱ-ସଙ୍ଘର ଭିଭି ହେଉଛି ଅହିଂସା ।ବିଶ୍ୱ-ବ୍ୟାପାରରେ ହିଂସାକୁ ଫପୂର୍ଣ୍ଣରୂପେ ବର୍ଜନ କରିବାକୁ ପଡିବ । ଯଦି ଭାରତର ଉଦ୍ୟମରେ ସ୍ଵାଧିନ ଦେଶଗୁଡିକ ନେଇ ଏଭଲି ଏକ ବିଶ୍ୱାସ ସଙ୍ଘ ଗଢାଯାଇ ପାରିବ, ତେବେ ଦିବ୍ୟରାଜ୍ୟ ବା ରାମରାଜ୍ୟ ପ୍ରତିଷ୍ଠା କରିବା ଆଶା ନ୍ୟାୟତଃ ପୋଷଣ କରାଯାଇପାରିବ ।   

Related Posts

About The Author

Add Comment