ଜିଲ୍ଳ୍‌ାରେ ବନ୍ୟା ପରିସ୍ଥିତି ଗମ୍ଭୀର : ୩ ଦିନ ପାଇଁ ରିଲିପଂ ପ୍ରଦାନ କରିବାକୁ ଜିଲ୍ଳ୍‌ାପାଳଙ୍କ ନିର୍ଦ୍ଦେଶ

Spread the love

ଯାଜପୁର,୨୮/୦୮/୨୦ (ସନ୍ଧାନ ନିଉଜ): ଜିଲ୍ଳ୍‌ାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାବେଳେ ଉଦ୍ଧାର ଓ ରିଲିପଂ କାର୍ଯ୍ୟକୁ ପ୍ରଶାସନ ତ୍ୱରାନ୍ୱିତ କରିଚ୍ଥି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀରେ ବଡ ବନ୍ୟାର ଆଶଙ୍କା ରହିଥିବା ବେଳେ ରେଙ୍ଗାଲି ଡ୍ୟାମରୁ ପାଣି ଚ୍ଥଡାଯାଇଥିବାରୁ ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଚ୍ଥି । ଏଥିପାଇଁ କେବଳ ଦାନଗଦୀ ଓ ସୁକିନ୍ଦା ବ୍ଳ୍‌କ ବ୍ୟତୀତ ଅନ୍ୟ ୮ ଗୋଟି ବ୍ଳକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଚ୍ଥି ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା ଓ ରାଜ୍ୟ ସରକାର ମଧ୍ୟ ଜିଲ୍ଳ୍‌ା ପ୍ରଶାସନକୁ ଏ ସଂପର୍କରେ ସତର୍କ କରାଇଥିଲେ । ଜିଲ୍ଳ୍‌ାପାଳ ତତ୍‌କ୍ଷଣାତ୍ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ବୈଠକ ଆହ୍ୱାନ କରାଇବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ବ୍ଳ୍‌କ ମାନଙ୍କ ଦାୟିତ୍ୱ ଦେଇଥିଲେ । ସେହିପରି ତାଲିମ ନେଉଥିବା ଓ.ଏ.ଏସ୍‌. ଓ ଓ.ଆର.ଏସ୍‌. ଅଧିକାରୀ ମାନଙ୍କୁ ମଧ୍ୟ ସେହି ବ୍ଳକରେ ସହଯୋଗ ପାଇଁ ଦାୟିତ୍ୱ ଦେଇଥିଲେ । ଅପରାହ୍ନରେ ଜିଲ୍ଳ୍‌ାପାଳ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ । ଗୁରୁବାର ପ୍ରତ୍ୟୁଷରୁ ଜିଲ୍ଳ୍‌ାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଜିଲ୍ଳ୍‌ାପାଳ କୋରେଇ ଓ ଯାଜପୁର ବ୍ଳ୍‌କର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାର ୩୧୧ ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୨୬୦ ରୁ ଊର୍ଦ୍ଧ୍ୱ ପଞ୍ଚାୟତର ୧୦୯୩ ଗୋଟି ଗ୍ରାମ ଜଳ ପ୍ଳାବିତ ହୋଇଥିବା ସଂପର୍କରେ ଜିଲ୍ଳ୍‌ାପାଳ ପ୍ରାରମ୍ଭିକ ତଥ୍ୟରୁ ପ୍ରକାଶ କରିଥିଲେ । ୫୦୦ ଲୋକଙ୍କୁ ବୁଧବାର ରାତିରେ ବନ୍ୟାଞ୍ଚଳ ଘେରା ବନ୍ଦିରୁ ଉଦ୍ଧାର କରାଯାଇ ବିଭିନ୍ନ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳୀରେ ଥଇଥାନ କରାଯାଇଚ୍ଥି । ଦଶରଥପୁର ବ୍ଳ୍‌କର କମଳପୁରର କସ୍ପା ଓ ଦତ୍ତପୁର ଏବଂ ଯାଜପୁର ବ୍ଳ୍‌କର ସିମିଳିଆ ଠାରେ ଘାଇ ସୃଷ୍ଟି ହୋଇଚ୍ଥି । ଓଡ୍ରାପଂ ଓ ଏନ୍‌.ଡି.ଆର.ଏପଂ. ର ଦୁଇଟି ଲେଖାଏଁ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ଅଚ୍ଥନ୍ତି । ବୈତରଣୀରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଚ୍ଥି ବୋଲି ସେ କହିଥିଲେ । ଯେଉଁ ବ୍ୟକ୍ତିମାନେ ବିଭିନ୍ନ ଆଶ୍ରୟ ସ୍ଥଳରେ ଥଇଥାନ ହୋଇଚ୍ଥନ୍ତି ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ଜିଲ୍ଳ୍‌ାପାଳ ସଂପୃକ୍ତ ବି.ଡି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପର ପକ୍ଷରେ ଜଳମଗ୍ନ ଅଞ୍ଚଳରେ ୩ ଦିନ ପାଇଁ ରିଲିପଂ ପ୍ରଦାନ ପାଇଁ ଜିଲ୍ଳ୍‌ାପାଳ ଘୋଷଣା କରିଚ୍ଥନ୍ତି । ତେବେ ଏହି ରିଲିପଂ, ରନ୍ଧା ଖାଦ୍ୟ ଇତ୍ୟାଦି ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ବଣ୍ଟନ ପାଇଁ ଜିଲ୍ଳ୍‌ାପାଳ କଡା ନିର୍ଦ୍ଦେଶ ଦେଇଚ୍ଥନ୍ତି । ବନ୍ୟା ଯୋଗୁ ବ୍ୟାପକ କୃଷି କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଚ୍ଥି । ତେଣୁ କୃଷି ଓ ରାଜସ୍ୱ ଅଧିକାରୀ ମାନେ ପ୍ରାଥମିକ ଭାବେ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଜିଲ୍ଳ୍‌ାପା୍‌ଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଊଦ୍ଧାର କାର୍ଯ୍ୟରେ ସରକାରୀ କର୍ମଚାରୀଙ୍କ ସହ ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ, ବିଭିନ୍ନ ସାମାଜିକ କର୍ମୀ ମାନେ ନିରନ୍ତର ଉଦ୍ୟମ କରିଥିବାରୁ ଜିଲ୍ଳ୍‌ାପାଳ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ପ୍ରକ୍ରିୟା ନିରବଚ୍ଚ୍ଥିନ୍ନ ଭାବେ ଜାରି ରଖିବାକୁ ଅନୁରୋଧ କରିଚ୍ଥନ୍ତି । ଜିଲ୍ଳ୍‌ାର ଲୋକମାନେ ବେଶ ଶୃଙ୍ଖଳିତ ଓ ବନ୍ୟା ପରିସ୍ଥିତି ସହ ବେଶ୍ ପରିଚିତ ଥିବାରୁ ସତର୍କ ଓ ସଚେତନ ରହିବାକୁ ଜିଲ୍ଳ୍‌ାପାଳ ନିବେଦନ କରିଚ୍ଥନ୍ତି । ଅପରାହ୍ନ ୪ ଘଟିକା ସୁଦ୍ଧା ଆନନ୍ଦପୁର ଠାରେ ଜଳ ପତ୍ତନ ୩୯.୬୪ ମି. ଥିବାବେଳେ ସେଠାରେ ବିପଦ ସଂକେତ ସ୍ତର ୩୮.୩୬ ମି. ରହିଚ୍ଥି । ଆଖୁଆପଦା ଠାରେ ଜଳ ପତ୍ତନ ୨୦.୦୦ ମି . ଥିବାବେଳେ ସେଠାରେ ବିପଦ ସଂକେତ ସ୍ତର ୧୭.୮୩ ମି. ରହିଚ୍ଥି । ଦଶରଥପୁର ଠାରେ ଜଳ ପତ୍ତନ ୧୨.୦୫ ମି. ଥିବାବେଳେ ସେଠାରେ ବିପଦ ସଂକେତ ସ୍ତର ୯.୫୨ ମି. ରହିଚ୍ଥି । ବଲ୍ଳଭୀ ଘାଟ ଠାରେ ଜଳ ପତ୍ତନ ୧୪.୩୬ ମି. ଥିବାବେଳେ ସେଠାରେ ବିପଦ ସଂକେତ ସ୍ତର ୧୩.୩୪ ମି. ରହିଚ୍ଥି । ସେହିପରି ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦ ସଙ୍କେତ ୬୭.୦୦ ପୁଂଟ ଥିବା ବେଳେ ଜଳ ସ୍ତର ୬୭.୩୦ ପୁଂଟ ଅଚ୍ଥି । ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ବ୍ଳ୍‌କରେ ୧୧ ମି.ମି. ବର୍ଷା ହୋଇଥିବା ବେଳେ ରସୁଲପୁର ବ୍ଳ୍‌କରେ ୭.୪ ମି.ମି. ରେକର୍ଡ ହୋଇଚ୍ଥି । ସମୀକ୍ଷା ବୈଠକରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ , ଜରୁରୀ ବିଭାଗ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment