୫ରେ ପଶ୍ଚିମ ଓଡ଼ିଶା ବନ୍ଦ

Spread the love
  •  
  •  
  •  
  •  
  •  
ଭୁବନେଶ୍ଵର,  ୨୫/୧/୨୦ (ସନ୍ଧାନ ନିଉଜ) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନରେ ସାମିଲ ହୋଇଛନ୍ତି ଆଇନ୍‌ଜୀବୀ। ଫଳରେ ମାମଲା ଗୁଡିକ ବିଚାର ହୋଇପାରୁନି। ପଶ୍ଚିମ ଓଡ଼ିଶା ଆଇନ୍‌ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରି ବାର କାଉନ୍‌ସିଲ୍‌ ଅଫ ଇଣ୍ଡିଆକୁ ଚିଠି ଲେଖିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଚିଠି ଲେଖିଛି। ତାଲିକାରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନାଁ ରହିଥିବାରୁ ଏହା ବିରୋଧରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ଏକଜୁଟ ହୋଇଛନ୍ତି।

Related Posts

About The Author

Add Comment