ଜିଲ୍ଲା ପ୍ରଶାସନ ବ୍ରହ୍ମବରଦା କଣ୍ଟୀନମେଣ୍ଟ ଜୋନ ଘୋଷଣା କରିଛି

Spread the love

ଯାଜପୁର ସଦର (ସନ୍ଧାନ ନିୟୁଜ/ଗୋପିନାଥ ଦାଶ) ଯାଜପୁର ଜିଲ୍ଲା କରୋନା ଆତଙ୍କରେ ଲୋକମାନେ ଭୟଭିତ ହୋଇଥିବା ବେଳେ, ଯାଜପୁର ଜିଲ୍ଲାପାଳଙ୍କ ପକ୍ଷରୁ ସଚେତନତା ଲାଗି ଲୋକମାନଙ୍କୁ ଘରୁ ନବାହିରବା ପାଇଁ ପ୍ରଶାସନ ପକ୍ଷରୁ ବ୍ରହ୍ମବରଦା ଫାଣ୍ଡି ଅଞ୍ଚଳରେ ଥିବା ୭ଟି ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଅଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, କରୋନା ଭାଇରସ୍ ଆତଙ୍କରେ ଲୋକମାନେ ସଙ୍କ୍ରମଣ ହେବାରୁ କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଆଜି ଆତଙ୍କରେ ରହିଥିବା ବେଳେ, ଯାଜପୁର ଜିଲ୍ଲାକୁ ଲକ୍ ଡାଉନ୍ ତାପରେ ସଟ୍ ଡାଉନ୍ କରାଯାଇଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତର ସଂଖ୍ୟାଲଘୁ ସମ୍ପ୍ରଦାୟର ମୌଲବି ଦିଲ୍ଲୀ ନିଜାମୁଦ୍ଦିନ୍କୁ ଯାଇଥିବା ବେଳେ, ସେଠାରୁ ସଙ୍କ୍ରମଣ ହୋଇ ମାର୍ଚ୍ଚ ୧୮ ତାରିଖରେ ଫେରିଥିବା ବ୍ରହ୍ମବରଦାକୁ ଫେରିଥିବା ସୂଚନା ମିଳିଚି । ଏହି କରୋନା ଆକ୍ରାନ୍ତକାରୀ ମୌଲବିକୁ କଟକ ଅଶ୍ୱିନୀ ହସ୍ପିଟାକୁ ପଠାଯାଇଥିବା ଜଣାଯାଇଚି । ତାଙ୍କ ସଂସ୍ପର୍ଶରେ କେତେ ଲୋକ ଆକ୍ରାନ୍ତ ହୋଇଚି ପ୍ରଶାସନ ନିକଟରେ ଖବର ନଥିବା ବେଳେ, ଏହି କରୋନା ଭାଇରସ୍ରେ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି ତାହା ଜଣା ପଡ଼ିନାହିଁ । ମୌଲବି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବ୍ରହ୍ମବରଦା ଏବଂ ଆଖପାଖ ଅଞ୍ଚଳରେ କରୋନା ଭୟରେ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଯାହାକି ଯାଜପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଲକ୍ଡାଉନ୍ ବ୍ରହ୍ମବରଦାକୁ କରାଯିବାକୁ ଜିଲ୍ଲାପାଳ ସ୍ଥିର କରିଥିଲେ । ଜିଲ୍ଲା ପୋଲିସ୍ ପକ୍ଷରୁ ସଚେତନ କରାଯିବା ପାଇଁ ସ୍ଥର କରାଯାଇଥିଲା । ସଟ୍ ଡାଉନ୍ ପରେ ଏହି ୭ଟି ପଞ୍ଚାୟତକୁ ସମସ୍ତ ଜାତୀୟ ରାଜପଥ ଏବଂ ଗ୍ରମାଞ୍ଚଳ ରାସ୍ତାଗୁଡ଼ିକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଚି । ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ତିକ୍ଷ୍ଣ ନଜର ରଖିଥିବା ବେଳେ, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ପେଟ୍ରୋଲିଙ୍ଗକୁ କଡ଼ା କଡ଼ି କରିଥିବା ଦେଖିବାକୁ ମିଳିଚି ।

Related Posts

About The Author

Add Comment