ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା।

Spread the love

ଯାଜପୁର  ୨୧/୯/୨୬ (ସନ୍ଧାନ ନ୍ୟୁଜ)   ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ୍ ଅନ୍ତର୍ଗତ ଷଠିପୁର ଗାଁ ର ମିଶନ ଶକ୍ତି ଗ୍ରୁହରେ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ସଚୀବ ଲିପା ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହିତ ପ୍ରାଧିକରଣ ର  କାର୍ଯ୍ୟ ପରିସର ଓ କେଉଁମାନେ ଆଇନଗତ ସୁବିଧା ବିନାମୂଲ୍ଯ ରେ ପାଇପାରିବେ ସେ ବିଷୟ ଉଲ୍ଲେଖ କରିବା ସହିତ ଆଜିର ପ୍ରସଙ୍ଗ ସମ୍ବନ୍ଧ ରେ ସୂଚନା ଦେଇଥିଲେ। ଏଥିରେ ଅତିଥି ଆଲୋଚକ ଭାବେ କୋରାଇ ବ୍ଲକ୍ ସହକାରୀ ଶ୍ରମ ଅଧିକାରୀ ଅଭିଜିତ ଜୟପ୍ରକାଶ ପ୍ରଧାନ, ଡିଷ୍ଟ୍ରିକ୍ଟ ଲୟର ଆସୋସିଏସନ ସଂପାଦକ ଦିବାକର ମହାନ୍ତି, ଆରକ୍ଷୀ ଅଧିକାରୀ ବିଶ୍ବରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ପ୍ରବାସୀ ଶ୍ରମିକ ମାନଙ୍କ ବିବିଧ ସମସ୍ୟା ତାର ପ୍ରତିକାର ଓ ପ୍ରତିଶେଧ, ସାମାଜିକ ଗଣମାଧ୍ୟମ ଓ ସାଇବର ଅପରାଧ ସେ ପାଇଁ ଆଇନ୍ ଗତ ବ୍ୟବସ୍ଥା ସହିତ ଜନସାଧାରଣ ଓ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରାଧିକରଣ ପ୍ରାକ୍ତନ ସଦସ୍ଯ ଡ ରୁଦ୍ରନାରାୟଣ  ପ୍ରୁଷ୍ଟି ସଭା ସଂଚାଳନ କରିବା ସହିତ ମାନବ ଚାଲାଣ ଏବଂ ବାଣିଜ୍ୟିକ ଯୌନ ଶୋଷଣ ରେ ପୀଡତ ପାଇଁ ନାଲସାର କାର୍ଯ୍ୟକାରୀ ହେଉଥିବା ୨୦୧୫ ଯୋଜନା ବିଷୟ ରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ କର୍ମଚାରୀ ମାନେ ସହଯୋଗ କରିଥିଲେ।

Related Posts

About The Author

Add Comment