ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପର ସମୀକ୍ଷା କଲେ ସଚିବ ଶ୍ରୀ ଗିରିଶ ଏସ୍‌.ଏନ୍‌.

Spread the love

ସୁନ୍ଦରଗଡ ତା:୨୬/୧୦/୨୦୨୬(ସନ୍ଧାନ ନ୍ୟୁଜ) ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ୍‌.ଏନ୍‌. ଏବଂ ସୁନ୍ଦରଗଡ଼ ଜିଲ୍ଲା ନୋଡାଲ ଅଧିକାରୀ ଆଜି ସୁନ୍ଦରଗଡ଼ ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ଅବସରରେ ସେ ସରକାରୀ ଭେଷଜ ମହାବିଦ୍ୟାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଅନୁଧ୍ୟାନ କରିବା ସହ ବନ୍ଧପାଲି, ସର୍ଗିପାଲି, ଉଜ୍ଜ୍ୱଳପୁର, ଫୁଲଧୁଡ଼ି ଓ ବେଲସରାରେ ଗ୍ରାମୀଣ ଭିତ୍ତିଭୂମି, ଦୁଗ୍ଧ ଶୀତଳୀକରଣ କେନ୍ଦ୍ର, ଛତୁ ଚାଷ, ଚିନାବାଦାମ ପ୍ରକ୍ରିୟାକରଣ ପ୍ରକଳ୍ପର ଅଗ୍ରଗତି ପରିଦର୍ଶନ କରିବା ସହ ଭିବି ଜି ରାମଜି ଓ ବିଜିବିଓ ଯୋଜନା ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟ ଗୁଡିକର ମଧ୍ୟ ସମୀକ୍ଷା କରିଥିଲେ। ଏଥିସହିତ ଭସ୍ମା ସ୍ଥିତ ପାନୀୟ ଜଳ ବିଶୋଧନାଗାର କାର୍ଯ୍ୟ ତୁରନ୍ତ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେବା ସହ କିରେଇ ଗ୍ରାମପଞ୍ଚାୟତରେ ‘ଏକ ପେଡ୍ ମା’ କେ ନାମ’ ଅଭିଯାନର ବୃକ୍ଷରୋପଣ କାର୍ଯ୍ୟ ସମୀକ୍ଷା କରିଥିଲେ। ସମସ୍ତ ପ୍ରକଳ୍ପରେ ଗୁଣବତ୍ତା, ସମୟାନୁବର୍ତ୍ତିତା ଓ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇଦେବା ଉପରେ ସଚିବ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ ।

Related Posts

About The Author

Add Comment