ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ସାଟିଫିକେଟ ଚିରି ଫିଙ୍ଗିଲେ

Spread the love
  •  
  •  
  •  
  •  
  •  

ବାଲେଶ୍ବର, ୦୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-  ସାଟିଫିକେଟ୍ ରହି ଲାଭ‌ କଣ ? ଯଦି କିଛି ସୁବିଧା ପାଇବିନି। ଯେଉଁ ସରକାରୀ ବାବୁ ସାଟିଫିକେଟ୍ ଦେଇଥିଲେ ତାଙ୍କରି ଅଫିରେ ଆଣି ଚିରିଦେଲି। ଦରକାର ନାହିଁ ମୋର ଏ ସରକାରୀ ସହାୟତା । ବହୁତ ଅବହେଳାରେ ଶିକାର ହେଲିଣି। ଆଉ ସହିହେଉନି। କରୋନା ପାଇଁ ଏଠାକୁ ଆସିପାରୁ ନଥିଲି । ନ ହେଲେ ବହୁ ଦିନରୁ ଆସି ଏହି କାମ କରିଥାନ୍ତି। ସରକାରୀ ବାବୁଙ୍କ ଉପରେ ଆସ୍ଥା ହରାଇ ଆଜି ଜଣେ ଦିବ୍ୟାଙ୍ଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ନିଜର ସବୁ ସାର୍ଟିଫିକେଟ୍‌କୁ ଚିରି ଟୁକୁରା ଟୁନୁରା କରି କୋହଭରା କଣ୍ଠରେ ନିଜର ଦୁଃଖ ବଖାଣିବା ସହ ସରକାରୀ ଅବ୍ୟବସ୍ଥାକୁ ଦାୟୀ କରିଥିଲେ। ଏହି ଦୃଶ୍ୟ ଆଜି ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଖଇରା ବ୍ଲକ ଧାମଘରିପଦା ଗ୍ରାମର ସୁରେନ୍ଦ୍ର ମଲ୍ଲିକ(୫୨), ସୁରେନ୍ଦ୍ର ଜନ୍ମରୁ ଜଣେ ଦିବ୍ୟାଙ୍ଗୀ। ଦୁଇଗୋଡ଼ରେ ଠିରେ ଚାଲିପାରୁନାହାନ୍ତି। ସୁରେନ୍ଦ୍ରଙ୍କ ପରିବାର କହିଲେ ଦୁଇ ଝିଅ, ଗୋଟିଏ ପୁଅ ଓ ପତ୍ନୀ। ଦିବ୍ୟାଙ୍ଗ ହୋଇ ବି ପରିବାର ଚଳେଇବା ପାଇଁ ବ୍ୟବସାୟ କରିଥିଲେ । ହେଲେ ବ୍ୟବସାୟରେ କ୍ଷତି ସହିବାରୁ ସେ ଦାଦନ ଖଟିବାକୁ ତାମିଲନାଡୁ ପଳାଇ ଯାଇଥିଲେ। ସେଠାରେ ଏକ ହୋଟେଲରେ ରୋଷେଇ କରୁଥିଲେ। ଯେତିକି ରୋଜଗାର‌ କରୁଥିଲେ ପରିବାର ଚଳେଇବା କଷ୍ଟକର ହୋଇଥିଲା । ସରକାରୀ ସହାୟତା ମିଳିବା ଆଶାରେ ସୁରେନ୍ଦ୍ର ୧୯୭୫ ମସିହାରୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଥିଲେ। ହେଲେ ଦୁର୍ଭାଗ୍ୟ ଯେ, ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳି ପାରିନାହିଁ ।ଏତିପାଇଁ ସେ ବ୍ଲକ୍ ଅଫିସ୍ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଜଣାଇବା ପରେ ଶେଷରେ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ମତ ଦେଇଥିଲେ । ସବୁଠି ଖାଲି ପ୍ରତିଶ୍ରୁତି ସିନା ମିଳିଲା । ହେଲେ ଆଜିଯାଏ ତାଙ୍କୁ ସରକାରୀ ସହାୟତା ମିଳିପାରିଲା ନାହିଁ । ସୁରେନ୍ଦ୍ର କୁହନ୍ତି, ଭତ୍ତା ପାଇଁ ବିଡିଓଙ୍କ ପାଖକୁ ଅନେକ ଥର ଯାଇଛି । ସେଠି କିଛି ନାହେବାରୁ ଜିଲ୍ଲାପାଳଙ୍କୁ ପାଖକୁ ପ୍ରାୟ ୧୦ ଥର ଆସିଲିଣି। ଏମିତିକି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇ ୫ ଥର ଆବେଦନ କରିସାରିଛି । ହେଲେ ଭତ୍ତା ମିଳୁନାହିଁ। ତେବେ ଭତ୍ତା ସିନା ମିଳୁନାହିଁ ୧୯୭୫ ମସିହାରେ ସାଟିଫିକେଟ୍ ରିହ୍ୟ କରିବା ବେଳେ ୯୦ ପ୍ରତିଶତ,‌ ୧୯୮୮ ମସିହାରେ ୮୦ ପ୍ରତିଶତ, ୨୦୮ ମସିହାରେ ୫୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ମୋତେ କୁହାଗଲା । ଆଉ କିଛି‌ ବର୍ଷ ପରେ ମୁଁ ଦିବ୍ୟାଙ୍ଗ ନୁହେଁ ବୋଲି କୁହାଯିବା ଏମିତି ୪୫‌ ବର୍ଷ ହେଲା ଭତ୍ତା ପାଇଁ ସଂଘର୍ଷ କରୁଛି । ସେମିତି ମୋ ପତ୍ନୀ  ପ୍ରଣତିର ଏକ ଅପରେସନ୍ କଟକ ଡାକ୍ତରଖାନାରେ କରିଥିଲି। ସ୍ବାସ୍ଥ୍ୟବୀମା ଯୋଜନାରେ ମୋତେ ଟଙ୍କା ମିଳିବ ବୋଲି ସବୁ କାଗଜପତ୍ର ଜମା କଲି। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ଖାତାକୁ ଆସିଲା ନାହିଁ। ଏମିତି ଚାଲିଛି ସରକାରୀ ବ୍ୟବସ୍ଥା । ରେ ବହୁତ ହୋଇଗଲା ସହିବା । ଆଉ ସହି ହେଉନି… ସରକାରୀ ର ବାବୁଙ୍କୁ ମୋ ଅସନ୍ତୋଷ କହିବାରୁ ଓଲଟା ମୋତେ ନାଲି ଆଖି ଦେଖାଇ ଫେରେଇ ଦେଲେ । ଦିବ୍ୟାଙ୍ଗ ହେଲୁ ବୋଲି କଣ ଆମେ ଆମର ଅଧିକାରରୁ ବଞ୍ଚିତ ହେବୁ। ଏମିତି କାନ୍ଦିକାନ୍ଦି ଆଜି ସୁରେନ୍ଦ୍ର ଗୋଟିଏ ନିଃଶ୍ବାସରେ କହି ଚାଲିଥିଲେ। ଆଉ ସରକାରୀ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଥିଲେ। ପ୍ରଶ୍ନ ଉଠୁଛି, ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ବହୁ ଯୋଜନା କରିଛନ୍ତି। ସହାୟତା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ହେଲେ ଏଥିରେ ହିତାଧିକାରୀ ଏଥିରେ ତ, କେତେ ଫାଇଦା ପାଉଛନ୍ତି ତାହା ସୁରେନ୍ଦ୍ରଙ୍କଠାରୁ ଜ୍ଵଳନ୍ତ‌ ଉଦାହରଣ ଆଉ କଣ ବା ଦିଆଯାଇପାରେ। ଜଣେ ଦିବ୍ୟାଙ୍ଗ କିଛି ଭତ୍ତା ପାଇଁ ଏତେ ବର୍ଷ ଧରି ସଂଘର୍ଷ କରିବା ଆଉ ଶେଷରେ ନପାଇ ସାଟିଫିକେଟ୍ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ଚିରି ଫୋପାଡ଼ି ଦେବା ଜିଲ୍ଲାରେ ସରକାରୀ କି ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related Posts

About The Author

Add Comment