ଯୋଡା୧୩/୦୧:କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଦେଓଝର ପଞ୍ଚାୟତ ରେ ଥିବା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ ପକ୍ଷରୁ ଉଦ଼ଘାଟନ ହୋଉଥିବା ଓ ପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ସ୍ଵାମୀ ବିବେକାନନ୍ଦଙ୍କ ଉଦ୍ଦେଶ୍ଯ ରେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଦିନ ଉଦଯାପିତ ହୋଇଯାଇଛି। ଯୋଡା ବ୍ଲକ ଅଞ୍ଚଳର ଦେଓଝର,ଅଂଶେଇକଳା, ବି ରିକଳା,କଣ୍ଡରା ପ୍ରଭୃତି ପାଞ୍ଚ ପଞ୍ଚାୟତ ର ଯୁବ ପୀଢିକୁ ସଜାଗ କରାଇବା ଉଦ୍ଧେଶ୍ୟ ରେ ସ୍ଵାମୀ ବିବେକନନ୍ଦ ଙ୍କ ବାଣୀ ଯୁବକଙ୍କ ଅଗ୍ରଗତି ରେ ଦେଶର ପ୍ରଗତି କୁ ଜାହିର କରିବା ପାଇଁ, ଯୁବ ପିଢି ଙ୍କ ଭିତରେ ଉତ୍ସାହ, ଉଦ୍ଦୀପନା ଆଣିବା ପାଇଁ ଏହି ଦିନ ଟି ରେ ଉକ୍ତ ଟୁର୍ନାମେଣ୍ଟ କୁ ଉଦଯାପନ କରାଯାଇଥିଲା । ତେବେ ଏହି ଟୁର୍ନାମେଣ୍ଟ ରେ ପାଞ୍ଚ ପଞ୍ଚାୟତ ର ମୋଟ 40 ଟି ଦଳ ଭାଗ ନେଇ ନିଜ ନିଜର ଫୁଟବଲ ଖେଳ ପ୍ରଦର୍ଶନ କରିଥିବା ବେଳେ ଶେଷ ଦିନରେ ଯଥା ଫାଇନାଲ ମ୍ୟାଚ ଟି କୋଲ୍ହ ହୁଁଡଳ ଏକାଦଶ ଓ ଶିଆଳି ଯୋଡା ଏକାଦଶ ମଧ୍ୟରେ ହୋଇଥିଲା, ତେବେ କୋଲ୍ହ ହୁଣ୍ଡଳ ଏକାଦଶ ଦଳ ଶିଆଳି ଯୋଡା ଏକାଦଶ ଦଳ କୁ ଲଗାତାର ଦୁଇଟି ଗୋଲ ଦେଇ ବିଜୟ ହୋଇଥିଲେ ଅର୍ଥାତ୍ ଉକ୍ତ ଟୁର୍ନାମେଣ୍ଟ ର ଚାମ୍ପିଆନ୍ ହୋଇଥିଲା।ତେବେ ଏହି ଫାଇନାଲ୍ ମ୍ୟାଚ୍ କୁ ଉପଭୋଗ କରିବା ପାଇଁ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ଯ ଉପସ୍ଥିତ ରହିବା ସହ ହଜାର ହଜାର ଗ୍ରାମବାସୀ ଦର୍ଶକ ସାଜି ଖେଳ ର ମଜା ଉଠାଇଥିଲେ, ଶେଷ ରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହ ରଖା ଯାଇଥିବା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମ୍ପାନୀ ର ମୁଖ୍ୟ ଏମ୍ ଡି ପୁରୁଷୋତ୍ତମ,ସମ୍ମାନିତ ଅତିଥି ଭାବେ ଜାତୀୟ ମହିଳା ଫୁଟବଲ ଦଳର କୋଚ୍ ମହମ୍ମଦ ଯାବର ,କମ୍ପାନୀ ର ଅନ୍ୟ ବରିଷ୍ଠ ଅଧିକାର ଅରଜିତ ବିଶ୍ଵାସ, ମାନବ ସମ୍ବଳ ବିଭାଗ ର ମୁଖ୍ୟ ଶରତ କିଶୋର ପଣ୍ଡା, କାଶିଆ ଯୋନ୍ ମୁଖ୍ୟ ଆଶିଷ ମହାନ୍ତି, ସି ଏସ୍ ଆର୍ ମୁଖ୍ୟ ଭର୍ଜିଲ ଲାକ୍ରା, କର୍ପୋରେଟ କମ୍ୟୁନିକେସନ୍ ମୁଖ୍ୟ ଚୌଧୁରୀ ପ୍ରଣବାନନ୍ଦ ଦାସ ଙ୍କ ସହିତ କିଛି ଜନ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ଯକ୍ତି ପୁରସ୍କାର ଉତ୍ସବ ରେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ଵାରା ଚାମ୍ପିଆନ୍ ଦଳ କୁ ପୁରସ୍କୃତ କରାଯାଇଥିବା ବେଳେ ଉପ ବିଜେତା ଓ ଅନ୍ୟ ଖେଳାଳି ମାନଙ୍କୁ କମ୍ପାନୀ ର ଅନ୍ୟ ଉପସ୍ଥିତ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ତେବେ ଉପସ୍ଥିତ ଜନପ୍ରତିନିଧି ବୃନ୍ଦ କମ୍ପାନୀ ର ଏପରି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରସଂଶା କରିଥିବା ବେଳେ କମ୍ପାନୀ କେବଳ ଖେଳ ଓ ଖେଳ ଉପକରଣ ନୁହଁ ଚାଷ ବାସ ରେ ମଧ୍ଯ ନୂତନ ଜ୍ଞାନ କୌଶଳ ବିଷୟରେ ଲୋକ ମାନଙ୍କ ମଧ୍ୟରେ ସଚେତନତା କରି ଆସୁଛି ବୋଲି କହିବା ସହ ଜେ ଏସ୍ ପି କମ୍ପାନୀ ଓ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
|
January 13, 2023 |