କାନପୁର, ୩୧/୧୦/୨୦୨୧ (ସନ୍ଧାନ ନିଉଜ) : କାନପୁରରେ ୪ ଜଣ ଜିକା ଭାଇରସ ଚିହ୍ନଟ ହେବା ପରେ ହଇଚଇ ସୃଷ୍ଟି ହୋଇଛି । ୩ ପଜିଟିଭ ସଂକ୍ରମିତ ଏୟାରଫୋର୍ସ କର୍ମଚାରୀ ବୋଲି ଜଣାପଡିଛି । କାନପୁର ଜିଲ୍ଲାଧିକାରୀ ବିଖାଖୀ ଜୀ ଏୟାରଫୋର୍ସ ଷ୍ଟେସନ ଅଧିକାରୀଙ୍କୁ ଏୟାରଫୋର୍ସ କର୍ମଚାରୀଙ୍କ ତାଲିକା ମାଗିଛନ୍ତି ଯେଉଁମାନେ ଏହି ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ସୂତ୍ର ଅନୁସାରେ, ୬୦୦ରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଏସମସ୍ତଙ୍କର ଯାଞ୍ଚ କରାଯିବ ଓ ରକ୍ତ ନମୁନା ମଧ୍ୟ ନିଆଯିବ । ଜିଲ୍ଲା ଅଧିକାରୀ ବିଶାଖା କହିଛନ୍ତି ଯେ ଅନେକ ପାଣି ଟାଙ୍କି ଅଛି । ଏଥିରୁ ଜନ୍ମ ହେଉଥିବା ମାସ ଜିକା ଭାଇରସ ବିସ୍ତାର କରିବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ଏୟାରଫୋର୍ସ ଅଧିକାରୀଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ପ୍ରାୟ ୬୦୦ ଏୟାରଫୋର୍ସ କର୍ମଚାରୀଙ୍କ ସମେତ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ନମିନା ଯାଞ୍ଚ କରାଯିବ । ରବିବାର ଦିନ ଜିଲ୍ଲା ଅଧିକାରୀ ଏୟାରଫୋର୍ସ ଷ୍ଟେସନ ତଦାରଖ କରିଛନ୍ତି । ଏହାସହିତ ସେଠାକାର ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ତେବେ ଜିକା ଭାଇରସ ରୋଗୀଙ୍କ ସଂଖ୍ୟା ୧ରୁ ବଢି ୪ ହୋଇଗଲାଣି ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ତେବ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏୟାରଫୋର୍ସ ଷ୍ଟେସନରେ ଆଲର୍ଟ ଜାି କରିଛନ୍ତି । କାନପୁରରେ ଜିକା ଭାଇରସ ରୋଗୀ ଚିହ୍ନଟ ହେବା ପରେ ଦିଲ୍ଲୀ ଆସିଥିବା ଏକ୍ସପର୍ଟ ଟିମ ଲଗାତାର ମନିଟରିଂ କରୁଛନ୍ତି ।
ଜିକା ଭାଇରସ ରୋଗୀ ଚିହ୍ନଟ ହେବା ପରେ ଆଲର୍ଟ ଜାରି
|
October 31, 2021 |