ଜାଲ କାଗଜରେ ଜଳ ବିଭାଜିକା ବ୍ୟାଙ୍କ ଆକାଉଣ୍ଟରୁ ୩.୮୭ ଲକ୍ଷ ଠକେଇ

Spread the love

ବାରିପଦା ୧୪/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଖୁଣ୍ଟା ଥାନା ଅଧୀନ ଘାଗରାର ଏକ ଜଳବିଭାଜିକା ଜଏଣ୍ଟ ଆକାଉଣ୍ଟରୁ ତଞ୍ଚକତା କରାଯାଇ ୩,୮୭, ୪୪୨ଟଙ୍କା ଠକେଇ ହୋଇଥିବା ନେଇ ଗୋପବନ୍ଧୁନଗର ଜଳବିଭାଜିକା ବିଭାଗର ପ୍ରକଳ୍ପ କାର୍ଯ୍ୟାନ୍ବୟନ ଅଧୁକାରୀ (ପିଆଇଏ) ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛି ।

                 ଅଭିଯୋଗ ଅନୁସାରେ ଘାଗରାର ସିନ୍ଦୁରଗୌରା ଜଳବିଭାଜିକା କମିଟିର ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ପଶ୍ନଦା ଶାଖାରେ ଏକ ଜଏଣ୍ଟ ଆକାଉଣ୍ଟ ରହିଛି । ଉକ୍ତ ଆକାଉଣ୍ଟ ଅଭିଯୋଗକାରିଣୀ ତଥା ଜଳବିଭାଜିକା ପିଆଇଏ ଆରତୀ ସେଠୀଙ୍କ ସମେତ କମିଟିର ସଭାପତି ଓ ସମ୍ପାଦକଙ୍କ ନାମରେ ରହିଛି। ଗତ ଫେବୃୟାରୀ ମାସରୁ ଜଳ ବିଭାଜିକା ଅଧୀନରେ କୌଣସି କାର୍ଯ୍ୟ କରାଯାଇନାହିଁ । ତେବେ ପିଆଇଏ ଆରତୀ ସେଠୀ ନିକଟରେ ଉକ୍ତ ପାଶ ବହିକୁ ଅପଡେଟ(ନବୀକରଣ) କରିବା ପରେ ଉକ୍ତ ଆକାଉଣ୍ଟରୁ ୧୫-୬-୨୦୨୦ ତାରିଖରେ ୩,୮୭,୪୪୨ ଟଙ୍କା  ଅନଲାଇନ ଯୋଗେ ଉଠାଣ ହୋଇ ଜନୈକ ଭେଣ୍ଡରଙ୍କ ଆକାଉଣ୍ଟକୁ ଯାଇଥିବା ଜାଣିବାକୁ ପାଇଥିଲେ ଅଧୀକ – ଖୋଳତାଡ଼ ପରେ ସିନ୍ଦୁରଗୌରା ଜଳବିଭାଜିକା ଅଧୀନରେ ଏକ ମାଟିକାମ ପାଇଁ ଅନୁମତି ପତ୍ର ବା ପ୍ରପୋଜାଲ ଫର୍ମ ଜରିଆରେ ଉକ୍ତ ଟଙ୍କା ଉଠାଣ ହୋଇଥିବା ଜଣାପଡିଥିଲା । ପ୍ରପଜାଲ ଫର୍ମରେ ଆରତୀ ସେଠୀଙ୍କ ଦସ୍ତଖତକୁ ଜାଲ କରାଯାଇଥିବା ନିଜେ ଅଭିଯୋଗ କରିବା ପରେ ସୁଚିନ୍ତିତ ଉପାୟରେ ତଞ୍ଚକତା କରାଯାଇ ଉକ୍ତ ଟଙ୍କା ଉଠାଣ ହୋଇଥିବା ସୃଷ୍ଟି ହୋଇଛି । ଅପରପକ୍ଷେ କମିଟିର ସଭାପତି ଓ ସମ୍ପାଦକଙ୍କୁ ପଚାରିବାରୁ ଟଙ୍କା ଉଠାଣ ବାବଦରେ ସେମାନେ କିଛି ଜାଣନ୍ତି ନାହିଁ, ଏପରିକି କମିଟି ରିଜଲ୍ୟୁସନ ଖାତାରେ କୌଣସି । ମାଟିକାମ ବାବଦରେ ଉଲ୍ଲେଖ ନଥିବା ସେମାନେ କହିଛନ୍ତି । ଟଙ୍କା କାରବାରରେ ବ୍ୟାଙ୍କର ପଶୁଦା ଶାଖା କର୍ତ୍ତୁପକ୍ଷ କେଉଁ ପରିସ୍ଥିତିରେ ଜାଲ ପ୍ରପୋଜାଲ ଫର୍ମକୁ ଜାଣି ପାରିଲେ ନାହିଁ ଓ ଟଙ୍କା ଅନଲାଇନରେ ଅନ୍ୟକୁ ପଠାଇଲେ ସେନେଇ ଭିନ୍ନ କଥା ଆଲୋଚନା ହେଉଛି । ପୁଲିସ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ବହୁ ରହସ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି। ଏବେ ବ୍ୟାଙ୍କ ଶାଖାର ସିସି ଟିଭି ଟଙ୍କା ଠକେଇର ରହସ୍ୟ ଖୋଲିବ ବୋଲି ଚର୍ଚ୍ଚା ଚାଲିଛି।

Related Posts

About The Author

Add Comment