ଜାମ୍ମୁ କାଶ୍ମୀର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଲକୁ ରାଜ୍ୟପାଳଙ୍କ ମଞ୍ଜୁରୀ

Spread the love

ଜାମ୍ମୁ, ୨/୧୦ (ସନ୍ଧାନ ନିଉଜ) : ଜାମ୍ମୁ ଏବଂ କାଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲିକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଜାମ୍ମୁ ଏବଂ କାଶ୍ମୀର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନାମରେ ପ୍ରତିଷ୍ଠା ହେବ। ଏହି ମଞ୍ଜୁରୀ ପ୍ରଦାନ ଫଳରେ ଜାମ୍ମୁ ଏବଂ କାଶ୍ମୀର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଅଧିନିୟମ କାର୍ଯ୍ୟକ୍ଷମ ହୋଇଛି।

ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଜାମ୍ମୁ କାଶ୍ମୀର ଅନ୍ୟ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଥିବା ରାଜ୍ୟଗୁଡିକ ସହ ସମକକ୍ଷ ହୋଇପାରିବ। ୯୦ ଦଶକ ମଧ୍ୟ ଭାଗରେ ଜାମ୍ମୁ କାଶ୍ମୀରରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସର୍ବ ଭାରତୀୟ ଆଇନ ମନ୍ତ୍ରୀ ସମ୍ମିଳନୀରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ରାଜ୍ୟରେ ଜାତୀୟ ଆଇନ ବିଦ୍ୟାଳୟ ପ୍ରତିଷ୍ଠା କରି ଏହି ପାଠ୍ୟକ୍ରମର ଗୁଣବତ୍ତା ବୃଦ୍ଧି ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Related Posts

About The Author

Add Comment