କେନ୍ଦୁଝର, ୩୧/୫ (ସନ୍ଧାନ ନିୟୁଜ୍/ ନିହାର ରଂଜନ ଜେନା) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡାଙ୍ଗରିଟିଆ ଗ୍ରାମର ବିଷ୍ଣ ୁ ମହାକୂଡ (୧୮) ଗତକାଲି ନିକଟସ୍ଥ ଏକ ଜାମୁ ଗଛରେ ଛଡିଥିବା ବେଳେ ଅସବଧାନାତା ହେତୁ ଗଛରୁ ଖସି ପଡିଥିଲେ । ଗଛ ତଳେ ଥିବା ଏକ ଗଛର ଏକ ଗୋଜିଆ କୀଳା ସଦୃଶ ଡାଳ ତାଙ୍କ ବେକରେ ପସି ଯାଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନା ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ଚିକସôା ହୋଇପରିନଥିଲା । ଯାହା ଫଳରେ ସେହିଭଳି ଡାଳ ବେକରେ ପଶିଥିବା ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ମଧ୍ୟ ସେ ଗୁରୁତର ରହିଥିବା ଜଣାଯାଇଛି ।

ADVT