ଧର୍ମଶାଳା (ସନ୍ଧାନ ନ୍ୟୁଜ) ଧର୍ମଶାଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ପୂଜା ପାଇଁ ସ୍ୱତନ୍ତ୍ର ଶିବିର ଆଜି ୫ମ ଦିବସରେ ପଂହଚିଛି । ଏହି ଉପଲକ୍ଷେ ଏକ ବୈଠକ ସେବା ଯୋଜନାର ସହ ସଂଯୋଜକ ଅଧ୍ୟାପକ ଶ୍ରୀପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱରୁପାନନ୍ଦ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ସମାଜସେବୀ ଦେବବତ୍ର ରାଉତ, ଗବେଷକ ମାନସ କୁମାର ରାଉତ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ସେବାର କରିବା ପାଇଁ ମାନସିକତା ଏବଂ ସ୍ୱତ୍ୱପୁର୍ତ୍ଥ ଇଚ୍ଛା ରହିବା ଅବଶ୍ୟକ ବୋଲି ମତ ଦେଇ ଅନେକ ମହାମନୀଷଙ୍କ ଉଦାହରଣ ଦେଇ ସମାଜପାଇଁ କାର୍ଯ୍ୟ କରିବାକୁ ଅଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଏପରକି ନିଜର ନିଜେ ଚାହିଁଲେ ମଧ୍ୟ ସେବା କରିହେବ ବୋଲି ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଏହି ଅବସରରେ ସେବା ଯୋଜନାର ସଂଯୋଜକ ଅଧ୍ୟାପିକା ଅରାଧାନା ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ଉପସ୍ଥିତ ଛାତ୍ରଛାତ୍ରୀ ସ୍ଥାନୀୟ ଜାରକା ମନ୍ଦିର ନିକଟରୁ ଏକ ସଡକ ସୁରକ୍ଷା ଶୋଭାଯାତ୍ରା ବାହାରି ବିିଭିନ୍ନ ସ୍ଲୋଗାନ ମାନ ଦେଇ ମହାବିଦ୍ୟାଳ ନିକଟରେ ପଂହଚିଥିଲେ । ଏଥିରେ ଧର୍ମଶାଳା ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର
|
October 14, 2025 |



