ଜାତୀୟ ରାଜପଥରେ ସୂଚନାଫଳକ ନାହିଁ, ଅଡୁଆରେ ଯାତ୍ରୀ ଓ ଚାଳକ

Spread the love

ଯାଜପୁର, 20/5 (ସନ୍ଧାନ/ମାନସ ରାଉତ)-ଯାତାୟତରେ ସୁବିଧା ନିମନ୍ତେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବା ପାଇଁ ବିଧିବଦ୍ଧ ଭାବେ ନିୟମ ରହିଛି । ମାତ୍ର ବହୁସ୍ଥାନରେ ସୂଚନା ଫଳକ ଲଗାଯାଇନଥିବାରୁ ଏହା ଦୂରଦୂରନ୍ତରାରୁ ଯାତାୟତ କରୁଥିବା ଗାଡି ଚାଳକ ଏବଂ ଯାତ୍ରୀ ମାନଙ୍କୁ ଅଡୁଆରେ ପକାଉଥିବା ଦେଖାଯାଇଛି । ତିନିଗୋଟି ଜାତୀୟ ରାଜପଥର ସଂଯୋଗସ୍ଥଳ ଚଣ୍ଡିଖୋଲ ଛକ ଦେଇ ଜାତୀୟ ରାଜପଥ ୧୬ନମ୍ବର, ୫(କ), ଏବଂ ୫୩ନମ୍ବର ଯାଇଅଛି । ଏହି ଛକ କୋର୍ଟ ପାଖ ବାଇପାସ୍ ରାସ୍ତାରେ ସୂଚନା ଫଳକ ଲଗାଯାଇନଥିବାରୁ ଚାଳକ ମାନେ ସଠିକ୍ ରାସ୍ତା ଜାଣି ନପାରି ଭୂଲ ରାସ୍ତାରେ ଯାଇଥାନ୍ତି । ଫଳରେ ବିଭିନ୍ନ ସମୟରେ ଅନେକ ଛୋଟ ବଡ ଦୃର୍ଘଟଣା ମାନ ଘଟୁଥିବାର ନଜରୀ ରହିଛି ।

ଏହି ୫୩ନମ୍ବର ଜାତୀୟ ରାଜପଥର ବାଇପାସ ଦେଇ ଡୁବୁରୀରୁ ଆସୁଥିବା ଗାଡି ଡୁବୁରୀ-ପାରାଦୀପ କିମ୍ଭା ଚଣ୍ଡିଖୋଲ ଛକକୁ ଆସୁଥିବା ବେଳେ କଟକ-ଡୁବୁରୀରୁ ଆସୁଥିବା କିଛି ଗାଡିି ଏହି ବାଇପାସ ଠାରେ ରାସ୍ତା ଜାଣିପାରନ୍ତି ନାହିଁ । ଫଳରେ ଯେଉଁ ଗାଡି ଯୁଆଡେ ପାରିଲା ଯିବା ଆସିବା କରିବା ଫଳରେ ଦୃର୍ଘଟଣାର ସମ୍ମୁଖୀନ ହେବା ସହିତ ଅନ୍ୟ ଦିଗକୁ ଯାଇ ମଧ୍ୟ ଅଡୁଆରେ ପଡିବା ସାର ହେଉଛି । ସେହିପରି ସୁଙ୍ଗୁଡା ବାଇପାସ ଠାରେ ମଧ୍ୟ ସୂଚନା ଫଳକ ନଥିବାରୁ ଯାତ୍ରୀ ଏବଂ ଚାଳକ ମାନେ ରାସ୍ତା ନଜାଣିପାରି ଅନ୍ୟ ଦିଗକୁ ଯାଇ ଦୃର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବରେ ରାତ୍ରୀ ସମୟରେ ଭାରୀଯାନ ଚାଳକ ମାନେ ଏଭଳି ଭୂଲ ରାସ୍ତାରେ ଯାଇ ଦୃଘଟଣାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ଦୂର ସ୍ଥାନରୁ ଆସୁଥିବା ମଟରସାଇକେଲ ଯାତ୍ରୀ ମାନେ ମଧ୍ୟ ଫଳକ ନଥିବାରୁ ରାସ୍ତା ଜାଣିବାରେ ଅସୁବିଧା ହେବା ସହିତ ଅନ୍ୟ ଦିଗକୁ ପଳାଇ ଅଡୁଆରେ ପଡୁଥିବାର ଦେଖାଯାଇଛି । ଖାଲି ବାଇପାସ ନୁହେଁ ବରଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଏଭଳି ଯାତ୍ରୀଙ୍କ ସୁବିଧାଦାୟକ ସୂଚନା ଫଳକ ନଥିବାରୁ ଯାତ୍ରୀ ଅଡୁଆରେ ପଡି ହନ୍ତସନ୍ତ ହେଉଥିବାର ଅଭିଯୋଗ ହେଉଛି । ଏପରକି ଜାତୀୟ ରାଜପଥ କଡରେ ଅବସ୍ଥିତ ଥିବା ଗ୍ରାମ ଏବଂ ବିଭିନ୍ନ ପ୍ରର୍ଯ୍ୟଟନସ୍ଥଳ ମାନଙ୍କର ସ୍ଥାନମାନଙ୍କର ସୂଚନା ଫଳକ ଲଗାଯାଇନଥିବାରୁ ତାହା ମଧ୍ୟ ଯାତ୍ରୀଙ୍କୁ ଅଡୁଆରେ ପକାଉଥିବା ଲକ୍ଷ୍ୟ କରାଯାଇଛି । ଏହା ଉପରେ ଜାତୀୟ ରାଜପଥ ପ୍ରାଧିକରଣ ସଂସା୍ଥର ଉଚ୍ଚଅଧିକାରୀ ମାନେ ଦୃଷ୍ଟି ଦେବା ପାଇଁ ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment