ଯାଜପୁର ସଦର, ୧୧/୦୪: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯାଜପୁର ବ୍ଲକ ଝାଲପଡ଼ା ପଂଚାୟତ କାକୁଡ଼ିକୁଦର ୨ ନଂ ୱାର୍ଡ଼ରେ ଜମିବାଡ଼ିକୁ କେନ୍ଦ୍ରକରି ୨ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ୨ ପରିବାରଙ୍କ ପକ୍ଷରୁ ୫ଜଣ ଗୁରୁତର ଆହତ ହୋଇ ହୋଇଥିବା ବେଳେ, ୧୨ ଜଣ ଆହତ ହୋଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୫ଜଣ ଗୁରତର ଆହତ ହୋଇଥିବା ମଧ୍ୟରୁ ୪ଜଣ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ଯାଜପୁର ମେଡିକାଲକୁ ଚିକିତ୍ସା ପଇଁ ନିଆଯାଇଚି । ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଚି । ଏକ ବିବାଦିୟ ଜାଗାକୁ ନେଇ ବିବାଦ ଲାଗି ରହିଥିଲା । ଏନେଇ ଦୁଇ ପରିବାର କୋର୍ଟର ଦ୍ୱାରସ୍ତ ହୋଇଥିଲେ । କୋର୍ଟରେ ରାୟ ହୋଇନଥିବା ବେଳେ, ବିବାଦ ଜାଗାରେ ଘର ନକରିବା ପାଇଁ କୋର୍ଟ ନିର୍ଦ୍ଦେଷ ଦେଇଥିଲା । କୋର୍ଟ ନିର୍ଦ୍ଦେଷକୁ ଅବମାନନା କରି ସାଉଣ୍ଟି ପରିବାର ପକ୍ଷରୁ ଏହି ଜାଗାରେ ଘର ନିର୍ମାଣ କରିବାରୁ ଏହାକୁ ବାବୁଲି ରଣା ପରିବାର ବିରୋଧ କରିଥିଲେ । ଏନେଇ ସଦର ଥାନାରେ ବାବୁଲି ପରିବାର ପକ୍ଷରୁ ଏତଲା କରାଯାଇଥିଲା । ସଦର ଥାନା ପୋଲିସ ଘଟଣା ସ୍ଥଳେ ପହଁଞ୍ôଚ ସାଉଣ୍ଟିଙ୍କ ପରିବାରକୁ ବାବୁଲି ଘର ନକରିବାକୁ ଥାନା ନିର୍ଦ୍ଦେଷ ଦେଇଥିଲା । ଗତକାଲି ରାତି ୧୧ଟା ବେଳେ ସାଉଣ୍ଟି ପରିବାର ଲୋକେ ବାବୁଲି ପରିବାର ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ୨ ପରିବାରଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା । ବାବୁଲି ରଣାଙ୍କ ପରିବାର ବାବୁଲି, ଭଣଜା ଶ୍ରୀଧର ରଣା, ପତ୍ନୀ ମମତା ରଣା, ମା କୁଳ ରଣା ଗୁରୁତର ହୋଇଥିଲେ । କୁଳ ରଣା କଟକରେ ଚିିକିତ୍ସିତ ହେଉଥିବା ଜଣାଯାଇଚି । ବାବୁଲି ରଣା ମମତା ରଣା, ଶ୍ରୀଧର ରଣା, ଯାଜପୁରରେ ଚିକିତ୍ସିତ ହେଉଛନ୍ତି । ସାଉଣ୍ଟିଙ୍କ ପରିବାର ପକ୍ଷରୁ ବିପିନି ଗୁରୁତର ଥିବା ବେଳେ, ସାଉଣ୍ଟି, ମଙ୍ଗୁଳି, ବାଇଧର, ରମା, ଝୁନ ଆହତ ହୋଇଛନ୍ତି । ସଦର ଥାନା ଆଇଆଇସି ଘଟଣା ସ୍ଥଳରେ ପହଁଞ୍ôଚ ୨ଜଣଙ୍କୁ ଥାନାରେ ଅଟକ ରଖିଛନ୍ତି ।
ଜମିବାଡ଼ି ଘଟଣାକୁ କେନ୍ଦ୍ରକରି ପିଟାପିଟି ହେଲେ
|
April 11, 2022 |
