ଜବରଦଖଲରେ ପର୍ଯ୍ୟଟନ ବିଭାଗ

Spread the love

ମାଣତ୍ରୀ, ,05/10 (ସନ୍ଧାନ ନ୍ୟୁଜ୍) :- ମାଣତ୍ରୀରେ ପର୍ଯ୍ୟଟନ ବିଭାଗର ପଟ୍ ନମ୍ବର ୪୧୭/୧ରେ ଥିବା ୩ ଏକର ଜମି ଏବେ ଜବରଦଖଲକାରୀଙ୍କୁ କବ୍ଜାରେ। ଏପରି କି ପର୍ଯ୍ୟଟନସ୍ଥଳୀ ଜମିକୁ ଜବରଦଖଲକାରୀ ବିକ୍ରି କରିଥିବା ନେଇ ସ୍ଥାନୀୟ ମାଣିତ୍ରୀ ଗ୍ରାମବାସୀ, ସରପଞ୍ଚ, ମାଣତ୍ରୀ ରାଜସ୍ୱ ନିରୀକ୍ଷକ, ମନ୍ଦିର ପରିଛା, ମାଣତ୍ରୀ ଫାଣ୍ଡି ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ମାଣତ୍ରୀର ପ୍ରସିଦ୍ଧ ବାବା କଖାରୁଆ ବୈଦ୍ୟନାଥ ଶୈବପୀଠର ଉନ୍ନତି ପାଇଁ ୨୦୧୨ ମସିହା ସେପ୍ଟେମ୍ବର ୧୧ ତାରିଖରେ ବଡ଼ସାହି ତହସିଲ ପକ୍ଷରୁ ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନସ୍ଥଳୀକୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ଉକ୍ତ ଜମିକୁ ଜବରଦଖଲ ପରେ ବିକ୍ରି କରାଯାଉଛି । ଜମି କିଣିଥିବା ବ୍ୟକ୍ତି ଉକ୍ତ ସ୍ଥାନରେ ପକ୍କାଗୃହ ନିର୍ମାଣ କରୁଛନ୍ତି । ମାଣତ୍ରୀ ଆର ଆଇ ଓ ଦିନ ସ୍ଥାନୀୟ ସରପଞ୍ଚ ଉକ୍ତ ଜମିରେ ଗୃହ ନିର୍ମାଣ ବଢ଼ି ନ କରିବାକୁ ଉକ୍ତ ବ୍ୟକ୍ତିଙ୍କୁ ମନା କରିଥିଲେ । ପାସ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକଙ୍କ କଥାକୁ ଚ ବେଖାତିର କରି ଉକ୍ତ ବ୍ୟକ୍ତି ଘରକାମ ଜାରି ରଖିଥିଲେ । ଏହି ଘଟଣା ସମ୍ପର୍କରେ ଥାନାରେ ଅ ଅଭିଯୋଗ କରାଯାଇଥିବା ସର୍ଭେ କୌଣସି ଟି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡ଼ିଛି । ୧ ସୂଚନାଯୋଗ୍ୟ କି, ପର୍ଯ୍ୟଟନ ବିଭାଗର ଜମି ସହ ମାଣ ତ୍ରୀ ଶ୍ରୀ ଶାନ ରହିଛି । ଜବଦଖଲକାରୀମାନେ ଏହି ଶ୍ମଶାନର ରାସ୍ତାକୁ ମଧ୍ୟ ମାଡ଼ି ଆସିଲେଣି । ପଞ୍ଚାୟତ ଓ ରାଜସ୍ବ ବିଭାଗ ପକ୍ଷରୁ ଜବରଦଖଲ ଜମିରେ । ବେଆଇନ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରା ନ ଗଲେ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଆଗାମୀ ଦିନରେ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏପରିକି ଦିନ ଆସିବ ଗୋରୁ ଚରିବା ପାଇଁ ମଧ୍ୟ ଆଉ ଜାଗା ରହିବ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଆଗାମୀ ଦିନରେ ତୁରନ୍ତ ଗୋଚର ଜମିରୁ ନିର୍ମାଣାଧୀନ ଘର ବନ୍ଦ କରିବା ସହ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଉ ବୋଲି ଦାବି ଜୋର ଧରିଛି । ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନ ଦିଆଗଲେ ଓ ଅଜୟ ଦେହୁରୀ, ପ୍ରିୟରଞ୍ଜନ ପଣ୍ଡା, ଲକ୍ଷ୍ମୀଧର ବାରିକ, ଜଗନ୍ନାଥ ଭୂୟାଁ, ଅଞ୍ଜନ ଦେହୁରୀ, ବାସ ଜେନା, ସଞ୍ଜୟ ଦାସ, ଶଙ୍କର ଦାସ, ଜଗନ୍ନାଥ ବାରିକ, କ୍ରିଷ୍ଣା ଭୂୟାଁ, ବସନ୍ତ ଦେହୁରୀ, ସଞ୍ଜୟ ପୁଥାଳଙ୍କ ସହ ଅନେକ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି .

Related Posts

About The Author

Add Comment