ଧର୍ମଶାଳା ( (ସନ୍ଧାନ ନିୟୁଜ୍/ଗିତାଞ୍ଜଳୀ ପତି)-ଚଣ୍ଡିଖୋଲ ବନ ଉପଖଣ୍ଡ ଓ ଧର୍ମଶାଳା ତହସିଲ ଅଧିନସ୍ଥ କଂଟିଗଡିଆ ପାହାଡ ପାଦଦେଶରେ ଥିବା ଜଙ୍ଗଲଜମି ଏବେ ଜବରଦଖଲ କାରୀଙ୍କ କବଳରେ ଥିବା ଦେଖାଯାଇଛି । କିଛିଦିନ ପୂର୍ବରୁ ଏହି ଜବରଦଖଲକୁ ନେଇ ବହୁ ବାଦବିବାଦ ଉପୁଜିଥିଲା ଯାହାକୁ ନେଇ ଧର୍ମଶାଳା ତହସିଲଦାର ଓ ଚଣ୍ଡିଖୋଲ ବନ ଉପଖଣ୍ଡ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଜବରଦଖଲ ଉଚ୍ଛେଦ କରିଥିଲେ । ଏହାର କିଛିଦିନ ପରେ ଉକ୍ତ ସ୍ଥାନ ମାନଙ୍କରେ ପୁନଃବସତି ସ୍ଥାପନା ହେବାସହ ଜବରଦଖଲ ହୋଇଥିବା ଦେଖାଯାଇଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳ,ଆରକ୍ଷୀ ଅଧ୍ୟକ୍ଷକ,ତହସିଲଦାର,ଥାନାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜବରଦଖଲକାରୀ ଓ ଦିଲିପ କୁମାର ମହାନ୍ତିଙ୍କ ମଧ୍ୟରେ ବାଦବିବାଦ ଲାଗି ଧର୍ମଶାଳା ଥାନାରେ ୨୯.୪.୧୮ରିଖରେ ଅଭିଯୋଗ କରିଥିଲେ । ଗ୍ରାମବାସୀ ସ୍ଥାନୀୟ ନେତୃବୃନ୍ଦଙ୍କ ହସ୍ତକ୍ଷେପ ଫଳରେ ସମସ୍ୟାର ସମାଧାନ କରାଯାଇ ମାମଲା ପ୍ରତ୍ୟାହୃତ ହୋଇଥିଲା । ପୁଣି ଏବେ ଏହି ଜମିଜମାକୁ ନେଇ ବିବାଦ ମୁଣ୍ଡଟେକିଥିବା ଜଣାଯାଇଛି । ଯାହାକି ଆଗାମୀ ଦିନରେ ଉଗ୍ରରୂପ ଧାରଣ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଓ ଧର୍ମଶାଳା ତହସିଲଦାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
sercha in youtube Sandhan tv and subscribed our news channel