ଜନୈକ ନା-ବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଗିରଫ

Spread the love

ଧର୍ମଶାଳା,୦୫/୦୬/୨୦୨୨ (ସନ୍ଧାନ ନିଉଜ) ପୁଣି ଲଜ୍ୟା,ଦିନକୁ ଦିନ ନାଁବାଳିକା ଙ୍କ ପ୍ରତି ଅସଦା ଚରଣ ଓ ଦୁଷ୍କର୍ମ ଥମିବାର ନାଁ ଧରୁନି । ମଣିଷ ଭୁଲି ଜାଉଛି ନିଜର ହିତାହିତ ଜ୍ଞାନ । ଏମିତି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରେ।

ସୁଚନା ଥାଉକି,  ସୁଲୁ (ଛଦ୍ମନାମ)ଙ୍କ ଝିଅ ଦୋକାନକୁ ସଉଦା ଆଣିବାକୁ ଯାଇ ଥିବା ବେଳେ, ଦୋକାନୀ ସେକ ସିକନ୍ଦର ନାମ କ ବ୍ୟକ୍ତି କେହି ନ ଥିବାର ସୁଯୋଗ ନେଇ ଦୋକାନ ଭିତରକୁ ଟାଣି ନେଇ ଥିଲା । ନାବାଳିକା ଜଣକ ନବମ ଶ୍ରଣୀରେ ପଢ଼ୁଥିବା ବେଳେ ସେହି ଗ୍ରାମର ଶେଖ ସିକନ୍ଦର ବୟସ( 45) ଗ୍ରସରି ଦୋକାନୀ ପାଖରେ କେହି ନଥିବାର, ସୁଯୋଗ ନେଇ ନାଁବାଳିକାକୁ ଦୋକାନ ଭିତରକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା !ଏହାପରେ ଅଭିଯୁକ୍ତ ସୈତାନ ପିଶାଚ କାହାରିକୁ କିଛି ନ କହିବାକୁ ନା ବାଳିକାକୁ ଧମକ ମଧ୍ୟ ଦେଇଥିଲା ,ଏବଂ କହିଥିଲା ଯଦି ଏ ବିଷୟରେ ଘରେ କହିବୁ,ତତେ ଜିବନରୁ ମାରିଦେବି ବୋଲି କହିଥିଲା । ଏହି ଘଟଣା ପରେ ନାଁ ବାଳିକା ଜଣକ ଜୀବନ ବିକଳରେ କାନ୍ଦି କାନ୍ଦି ଘରକୁ ଦୌଡ଼ି ପଳାଇ ଯାଇ ତାଙ୍କ ମା ଙ୍କୁ ଜଣାଇଥିଲେ । ଏହାପରେ ନା ବାଳିକାଙ୍କ ମା ଧର୍ମଶାଳା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଧର୍ମସଲା ପୁଲିସ ଅଭିଯୁକ୍ତ ନର ପିଶାଚ କୁ ଗିରଫ କରି ଆଜି ଡାକ୍ତରୀ ମାଇନା ପରେ କୋଟ ଚାଲାଣ କରିଥିବା ଦେଖିବାକୁ ମିଳିଛି। ଅପର ପକ୍ଷରେ ପିଢ଼ିତାଙ୍କ ମା କହିବା ମୁତାବକ ଥାନାରେ ଲିଖିତ ଅଭିଯୋଗ ପରେ କିଛି ଅସାଧୁ ଲୋକ ଏହାକୁ ସମାଧାନ କରିଦେ ଓ କିଛି ପଇସା ନେଇଜା ଏଭଳି ପ୍ରଲୋଭନ ଦେଖାଉଥିବା ବେଳେ କେସ ହେଲେ କିଛି ଭଲ ହେବ ନାହିଁ ବୋଲି ଧମକ ଦେଇ ଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ମା ।

Related Posts

About The Author

Add Comment