ଜନଗଣନା–୨୦୨୭ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କ୍ଷେତ୍ର ପ୍ରଶିକ୍ଷକଙ୍କ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆରମ୍ଭ

Spread the love

୨ଟି ବ୍ୟାଚ୍‌ରେ ତାଲିମ ନେବେ ୭୪ ଜଣ କ୍ଷେତ୍ର ପ୍ରଶିକ୍ଷକ; କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବାକୁ ଜିଲ୍ଲାପାଳଙ୍କ ଆହ୍ୱାନ
ଯାଜପୁର, :୨୧/୧୧/୨୬ (ସନ୍ଧାନ ନ୍ୟୁଜ)  ଜନଗଣନା–୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଜନସଂଖ୍ୟା ଗଣନା କାର୍ଯ୍ୟକୁ ସଫଳ କରିବା ନିମନ୍ତେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଗୁରୁବାର ଦିନ ଆୟୋଜିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆରମ୍ଭ ହୋଇଥିବା ଏହି ପ୍ରଥମ ବ୍ୟାଚ୍‌ର ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ମୋଟ ୨ଟି ବ୍ୟାଚ୍‌ରେ ୭୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତାଲିମ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଯୁଧିଷ୍ଠିର ନାଏକ ଏବଂ ଜିଲ୍ଲା ପ୍ରଶିକ୍ଷକ ତଥା ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ପ୍ରଶିକ୍ଷକ ଶ୍ରୀ ହାରାଧନ କର୍ମୀ ଯୋଗଦାନ କରିଥିଲେ। ଏହି ଅବସରରେ ଅତିଥିମାନେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ମଧ୍ୟ ଅତ୍ୟନ୍ତ ନିଷ୍ଠା ଓ ସୁଚାରୁ ରୂପେ ସମ୍ପାଦନ କରିବାକୁ ପ୍ରଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଜନଗଣନାର ମାଷ୍ଟର ଟ୍ରେନର ତଥା ଯାଜପୁର ତହସିଲଦାର ଶ୍ରୀ ରବିନାରାୟଣ ପାଢ଼ୀ ଏବଂ ଡେପୁଟି କଲେକ୍ଟର ଶ୍ରୀମତୀ ମନୀଷା ସାହୁ ପ୍ରମୁଖ ଉପସ୍ଥିତ ରହି କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ଜନଗଣନା ସମ୍ବନ୍ଧୀୟ ବୈଷୟିକ ଓ ବ୍ୟବହାରିକ ତାଲିମ ପ୍ରଦାନ କରିଥିଲେ। ଉକ୍ତ ଶିବିରରେ ଜିଲ୍ଲା ଜନଗଣନା ଦାୟିତ୍ୱରେ ଥିବା ଶ୍ରୀ ଉପେନ୍ଦ୍ର କୁମାର ନାୟକ ଓ ଜନଗଣନା କାର୍ଯ୍ୟାଳୟର ଶ୍ରୀ ଅନିଲ କୁମାର ବେହୁରିଆ ଉପସ୍ଥିତ ଥିଲେ। ଶେଷରେ ଯାଜପୁର ଉପ ଜନଗଣନା ଅଧିକାରୀ ଶ୍ରୀମତୀ ନିବେଦିତା ପ୍ରଧାନ ଉପସ୍ଥିତ ସମସ୍ତ ଅଧିକାରୀ ଓ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିକାଶଦୀପ ତରାଇ ଏବଂ କନିଷ୍ଠ ରାଜସ୍ୱ ସହାୟକ ଧନଞ୍ଜୟ ଦାସଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

Related Posts

About The Author

Add Comment