ଜଙ୍ଗଲ ରେ ନିଆଁ ନିବାରଣ ପାଇଁ ସଚେତନତା ଅଭିଯାନ

Spread the love
  •  
  •  
  •  
  •  
  •  

ଯୋଡ଼ା /,ବଡ଼ବିଲ -କେନ୍ଦୁଝର ଡିଏଫଓ ଏଚ ଡି ଧନରାଜ ଙ୍କ ନିର୍ଦ୍ଦେଶ କ୍ରମେ ଯୋଡ଼ା ବ୍ଲକ ଅଞ୍ଚଳ ର ଗୁଆଲି ବନପାଳ ଅକ୍ଷୟ କୁମାର ମହାନ୍ତି ଏବଂ ଦୋଳ ଗୋବିନ୍ଦ ଦେଓ, ବନରଖି ଅଭିମନ୍ୟୁ ନାଏକ, ଏବଂ ଭଦ୍ରାସାହି ସରପଞ୍ଚ ଙ୍କ ଉପସ୍ଥିତିରେ ଏକ ସାଧାରଣ ସଭାର ଆୟୋଜନ ଝାଡ଼ଗାଆଁ ମଣ୍ଡପରେ  ହୋଇଥିବା ଜଣାପଡିଛି, ଏଥିରେ ଜଙ୍ଗଳରୁ ମିଳିଥିବା ଲାଭ ଏବଂ ଜଙ୍ଗଲ ନିଆଁ ଦ୍ଵାରା ହେଉଥିବା କ୍ଷତି ସମ୍ପର୍କରେ ଆଲୋଚନା କରାଯାଇ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା, ବନପାଳ ଅକ୍ଷୟ କୁମାର ମହାନ୍ତି ହାତୀ ମାନଙ୍କର ସୁରକ୍ଷା ସହିତ ଜଙ୍ଗଲ ର ସୁରକ୍ଷା ଏବଂ ଜଙ୍ଗଳକୁ ନିଆଁ ଦାଉରୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ ,ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଭୂମିକା ଏବଂ ତାଙ୍କର ସହଯୋଗରେ କିପରି ଜଙ୍ଗଲ ସୁରକ୍ଷା କରାଯାଇପାରିବ ତାହା ସମ୍ଵନ୍ଧରେ ଆଲୋଚନା କରାଯାଇଥିଲା, ସମସ୍ତେ ମିଳିମିଶି ଆଗାମୀ ଦିନରେ କିପରି ଜଙ୍ଗଲ କୁ ସୁରକ୍ଷା କରାଯିବା ସହିତ ବନ୍ୟ ଜୀବଜନ୍ତୁ  ସୁରକ୍ଷା ପାଇବେ ସେନେଇ ଆଲୋଚନା କରାଯାଇଥିଲା, ସ୍ଥାନୀୟ ସରପଞ୍ଚ ନିକଟସ୍ଥ ଜଙ୍ଗଳ କୁ  ଜଗିବା  ପାଇଁ ଏକ ଜଗୁଆଳି ର ବ୍ୟବସ୍ଥା କରାଇଥିଲେ, ଆଗାମୀ ଦିନରେ ଜଙ୍ଗଲ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଜଙ୍ଗଲ ସୁରକ୍ଷା ର ବ୍ୟବସ୍ଥା ମଧ୍ଯ କରାଯାଇଥିଲା, ଜଙ୍ଗଲରେ ନିଆଁ ଲଗାଇବା ଏକ ଦଣ୍ଡନୀୟ ଅପରାଧ ବୋଲି  ଗ୍ରାମବାସୀଙ୍କୁ ବୁଝାଇଥିଲେ, ଜଙ୍ଗଲ ହେଉଛି  ମା ସମାନ  ତେଣୁ ତାକୁ ସୁରକ୍ଷା  ଦେବା ସମସ୍ତ ଜନସାଧାରଣଙ୍କ  ଦାୟିତ୍ଵ ହେବା ଉଚିତ ବୋଲି  ବନପାଳ ଗ୍ରାମବାସୀଙ୍କୁ  ବୁଝାଇଥିଲେ, ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଚେତନତା ସଭା ଭଙ୍ଗ କରାଯାଇଥିଲା,,

Related Posts

About The Author

Add Comment