ଯାଜପୁର/ଜେନାପୁର ୩୦ ।୬(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ତହସିଲ ଅନ୍ତର୍ଗତ ବାଘୁଆ ଦୁଇ ନଂ ଖାଦାନରୁ ରବିବାର ସକାଳେ ପଥର ଧସିବାରୁ ସେଠାରେ କର୍ଯ୍ୟକରୁଥିବା ଶ୍ରମିକ ମାନେ ଅଳ୍ପକେ ବର୍ତ୍ତୀଯାଇଥିବା ବେଳେ ପଥର ପରିବହନ ପାଇଁ ଥିବା ଟ୍ରାକ୍ଟରଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ସୁଚନା ଅନୁଯାଇ ବାଘୁଆ ପାହାଡର ଏହି ୨ନଂ ଖାଦାନ ଅନେକ ଦିନ ଧରି ଲିଜ ହୋଇନାହିଁ । ଏହା ସମ୍ପୁର୍ଣ୍ଣ ଜଙ୍ଗଲ କିସମ ଜମି ହୋଇଥିବାରୁ ଏହାକୁ ତହସିଲ ପକ୍ଷରୁ ଲିଜ ଦିଆଯାଇନାହିଁ । ଲିଜ ନଥାଇ ଏହି ବାଘୂଆ ୧ନଂ ମୌଳାଭଞ୍ଜ ଓ ୨ନଂ ଖାଦାନରୁ ଦୈନିକ ଶହଶହ ଟ୍ରିପ କଳାପଥର ବାଘୂଆ ବାଲି ସାହି ଠାରେ ଥିବା କ୍ରସରକୁ ଚାଲାଣ ହେଉଛି । ଏ ସଂମ୍ବନ୍ଧରେ ପୁର୍ବରୁ ଅନେକବାର ତହସିଲ ଓ ଜଙ୍ଗଲ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇ ନାହିଁ । ଫଳରେ ଜଙ୍ଗଲ ବିଭାଗର ଏହି ପାହାଡ ଏବେ ଅଧାରୁ ଅଧିକ ନଷ୍ଟ ହୋଇ ସାରିଲାଣି । ସବୁଦିନ ପରି ରବିବାର ସକାଳେ ଶ୍ରମିକ ମାନେ ଟ୍ରାକ୍ଟର ସହିତ ବିନା ସୁରକ୍ଷାରେ ପଥର ବୋଝେଇ କରି ପରିବହନ ନିମିତ୍ତ ଖାଦାନରେ ପହଞ୍ଚô ଥିଲେ । ସେଠାରୁ ପଥର ବାଡେଇବା ପାଇଁ ପୁର୍ବରୁ କିଛି ଶ୍ରମିକ ମୁତୟନ ଥିଲେ । ଅଚାନକ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସ୍ଥଳ ଉପରେ ଝୁଲି ରହିଥିବା ୨୦ ଟ୍ରିପରୁ ଅଧିକ ପଥର ହଠାତ ଖସି ପଡିଥିଲା । ପଥର ଧସିବା ପୁର୍ବରୁ ଗୋଟିଏ ଛୋଟ ପଥର ଖସି ପଡିବାରୁ ଶ୍ରମିକ ମାନେ (ଡ୍ରଇଭର ସହିତ) ଦୌଡି ଆସିଜିବାରୁ ଅଳ୍ପକେ ବତ୍ତୀଯାଇଥିଲେ । ଘଟଣା ସ୍ଥଳରୁ ଟ୍ରାକ୍ଟର ଟିକୁ ନେବାକୁ ସୁଯୋଗ ନମିଳିବାରୁ ତାହା ସେଠାରେ ପଥର ତଳେ ଦବି ରହିଯାଇଛି । କୌଶଳ କ୍ରମେ ଖାଦାନ ମାଲିକ ଟ୍ରାକ୍ଟର ଇଞ୍ଜିନଟିକୁ ଟାଣି ଘୋସାରି ନେଇଯାଇଥିଲେ ମଧ୍ୟ ଡାଲାନେବାକୁ ସକ୍ଷମ ହୋଇପାରିନାହାଁନ୍ତି । ତେବେ ଜଙ୍ଗଲ ଜମିରେ ଏଭଳି ବୃହତ ଖାଦାନ ବିପଦ ସଂକୁଳ ଭାବେ ଚାଲିଥିଲେ ମଧ୍ୟ ବନ ବିଭାଗର କର୍ମଚାରୀ ମାନଙ୍କର କାର୍ଯ୍ୟଦାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଡାଲା ଉଦ୍ଧାର କରି ତଦନ୍ତ କଲେ ଖାଦାନର ମାଲିକ କିଏ ଜଣାପଡିବା ସହ ଜଙ୍ଗଲଜମିର ସୁରକ୍ଷା କରାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।