ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର

Spread the love

ଜେନାପୁର ,୨୭/୦୧/ ସନ୍ଧାନ ନ୍ୟୁଜ୍ )ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ରେଖିଦେଇପୁର ଗ୍ରାମରେ ଜଙ୍ଗଲୀ ଜୀବ ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଗୁରୁତ୍ୱର ଅଛନ୍ତି।। ମୃତ ବ୍ୟକ୍ତି ଜଣକ ହେଲେ ରେଖିଦେଇପୁର ଗ୍ରାମର ସୀତା ମଳିକ ବୋଲି ଜଣାପଡିଛି।ଆହତ ବ୍ୟକ୍ତି ଦୁଇ ହେଲେ ପବିତ୍ର ସାହୁ , ରଞ୍ଜନ ମଲ୍ଲିକ, ପବିତ୍ରଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି,ଉଭୟଙ୍କୁ ପରିବାର ଲୋକ ଉଦ୍ଧାର କରି ଧର୍ମଶାଳା ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିବା ଜଣାପଡିଛି।ଚିକିତ୍ସା ଅବସ୍ଥାରେ ଡାକ୍ତର ସୀତାଙ୍କୁ ମୃତ ଘୋଷଣା କରିଛନ୍ତି. ଏହା ଜଙ୍ଗଲୀ ବାରହା ବୋଲି ସ୍ଥାନୀୟ ଲୋକ ପ୍ରକାଶ କହିଛନ୍ତି। ବନବିଭାଗ ବାରହା ଟି ଘଉଡ଼ାଇବା ପରେ ପାଖ ନଦୀପଠା ପଳାଶ ବଣ ଭିତରକୁ ଚାଲିଯାଇଛି। ମୃତ ବ୍ୟକ୍ତି ଜଣକ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଊଛି।ଘଟଣା ସ୍ଥଳରେ,ବୈରୀରେଞ୍ଜର,ଗଡ଼ମଧୁପୁର ବନବିଭାଗ ଏବଂ ଜେନାପୁର ପୋଲିସ ଉପସ୍ଥିତ ରହି ଜଙ୍ଗଲୀ ବାରହା ର ଗତିବିଧି ଉପରେ ନଜର ରଖିଛନ୍ତି

Related Posts

About The Author

Add Comment