ଜଖପୁରା ଥାନା ଅଞ୍ଚଳ ପାଣିଟାଙ୍କି ନିକଟରୁ ମୃତ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା କରିଥିବା ସନ୍ଧେହ, ଯୁବକ ଜଣକ ରାୟପୁର ଛତିଶଗଡ଼ ଅଞ୍ଚଳର ବୋଲି ଜାଣିବାକୁ ମିଳୁଛି,,

Spread the love

ଜଖପୁରା/୧୧/୧୧/ସନ୍ଧାନ ନିୟୁଜ୍/(ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଜଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞ୍ଚାୟତ ଅଧିନ ଅସନ ବାହାଳୀ ଗ୍ରାମ ସମ୍ମୁଖରେ ଥିବା ଏକ ପମ୍ପ ହାଉସ ନିକଟବର୍ତ୍ତୀ ପାଣି ଟାଙ୍କି ନିକଟରୁ ଆଜି ସକାଳ ପ୍ରାୟ ୧୧.୪୦ ସମୟ ହେବ ଏକ ଅଜଣା ଯୁବକର ମୃତ ଶରୀର ପାଣିରେ ଆସୁଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଏହି ଗ୍ରାମର କିଛି ଲୋକ ପାଣିଟାଙ୍କି ନିକଟକୁ ସ୍ନାନ କରିବାକୁ ଆସିଥିବା ବେଳେ ଟାଙ୍କି ନିକଟରେ ଜଣେ ଯୁବକ ମରି ପାଣିରେ ଭାସୁଥିବା ଦେଖିଥିଲେ ,ଗ୍ରାମ ବାସୀଙ୍କୁ ଖବର ଦେବା ସହ ସ୍ଥାନୀୟ ଜଖପୁରା ଥାନାକୁ ଖବର ଦେଇଥିଲେ ଖବର ପାଇ ସଙ୍ଗେ ସଙ୍ଗେ ଜଖପୁରା ଥାନା ଅଧିକାରୀ ଶ୍ରୀ ଲକ୍ଷଣ କୁମାର ଦଣ୍ଡସେଣା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ସ୍ଥାନୀୟ ଲୋକମାନଙ୍କୁ ପଚରା ଉଚରା କରି ବ୍ୟବଚ୍ଛେଦ ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଦାନଗଦୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲା । ଏପଟେ ଏ ଲୋକ କିଏ କେମିତି ମଲା ଘର କେଉଁଠି ବୋଲି ଅଡୁଆରେ ପୋଲିସ। ପକେଟ ଭିତରୁ ଖୋଜାଖୋଜି କରିବା ପରେ ପୋଲିସ ଜାଣିବାକୁ ପାଇଛି କି ଯୁବକ ଜଣଙ୍କ ରାୟପୁର ଜିଲ୍ଲା ଛତିଶଗଡ଼ ଅଞ୍ଚଳର ଚେତନ ଦାସ ରାଜପୁତ ଙ୍କ ପୁଅ ନାମ ଚୋଟଲା ରାଜପୁତ (୩୩) ବୋଲି ଜାଣିବାକୁ ପାଇଛି । ସେ ଚାରି ଦିନ ପୂର୍ବରୁ ନିଜ ଗାଁ ରାୟ ପୁରରୁ ଟ୍ରକ ଆଣି ଓଡ଼ିଶା କଳିଙ୍ଗ ନଗର କୁ ଆସିଥିଲା ବୋଲି ଘର ଲୋକଙ୍କୁ ଫୋନ କରିବାରୁ କହିଥିଲେ ।ସେ ଜଣେ ଭିନ୍ନକ୍ଷମ ବୋଲି ଜାଣିବାକୁ ମିଳୁଛି ତାଙ୍କ ବାମ ଗୋଡ଼ ରେ ଏକ କୁତ୍ରିମ ଗୋଡ଼ ଲାଗିଥିବାର ଦେଖିବାକୁ ମିଳିଥିଲା ।ତାଙ୍କ ଡି ଏଲ ଓ କିଛି କାଗଜ ପତ୍ର ରୁ ପରିଚୟ ପାଇ ଘର ଲୋକଙ୍କୁ ଖବର ଦେବା ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ଖାନ୍ନ ଭିନ୍ନ ଜାରି ରଖିଛି ପୋଲିସ । ଏଠି ପ୍ରଶ୍ନ ଉଠେ ଛତିଶଗଡ଼ ଲୋକ ଏଠି ମଲା କେମିତି ତାକୁ କିଏ ହତ୍ୟା କରିଛି ନା ଆଉ କିଛି, ଯଦିଓ ଆତ୍ମ ହତ୍ୟା କରିବ ତେବେ ଆଣ୍ଠୁଏ ପାଣିରେ ମରିବ କିପରି କି ଆଉ କିଛି ତାକୁ ନେଇ ଜଖପୁରା ପୋଲିସର ମୁଣ୍ଡବିନ୍ଧା କାରଣ ପାଳିଟିଛି । ଦିନ ଦି ପହରେ ଥାନା ନିକଟବର୍ତ୍ତୀ ରେ କିପରି ଜଣେ ଭେଣ୍ଡିଆ ଟୋକା ମରିକି ପଡିଲ ତାକୁ ନେଇ ସ୍ଥାନୀୟ ଜନସାଧାରଣ ରେ ଚର୍ଚ୍ଚା ହେଉଛି। ଯଦିଓ ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରେ ତେବେ ଏ ଯୁବକକୁ କିଏ ହତ୍ୟା କରିଛି କି ଆତ୍ମହତ୍ୟା ବା ଆଉ କିଛି ଖୁବଶୀଘ୍ର ଘଟଣାର ପର୍ଦା ଫାସ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଜଖପୁରା ପୋଲିସ କେସ ନମ୍ବର ଓ ଉ ଡି ,୪/୨୧/ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।।

Related Posts

About The Author

Add Comment