ଯାଜପୁର/୦୧/୦୪. ସନ୍ଧାନ ନ୍ୟୁଜ୍) ଧର୍ମଶାଳା ବ୍ଲକ ଅଧିନସ୍ଥ ପ୍ରସିଦ୍ଧ ବୌଦ୍ଧ ପୀଠ କେଶସ୍ତୁପ ତରାପୁର ପାହାଡ଼ ପାଦ ଦେଶ ରେ ମହାସମାରୋହ ରେ ଉତ୍କଳ ଦିବସ ପାଳନ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାରୋହ ରେ ଉଦଘାଟନ ଭାବେ ସମାଜ ସେବୀ କାହ୍ନୁ ଚରଣ ଦାସ, ମୁଖ୍ୟ ଅତିଥି ଭାବେ ସର୍ବୋଦୟ ମଣ୍ଡଳ ଯାଜପୁର ର ସଭାପତି ରାମ ଚନ୍ଦ୍ର ଶୁକ୍ଳ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ସମ୍ମାନିତ ଅତିଥି ଭାବେ ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ର, ସାମାଜିକ କର୍ମୀ ବଦ୍ରି ନାରାୟଣ ଜେନା ଓ ଗବେଷକ ମାନସ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଉତ୍କଳ ଦିବସ ସମ୍ପର୍କ ରେ ଆଲୋକ ପାତ କରିଥିଲେ । ଏହି ଉତ୍କଳ ଦିବସ ସମାରୋହ ରେ ଛୋଟ ମୋର ଗାଁ ଟି ର ସଭାପତି ଦେବବ୍ରତ ରାଉତ ସଭାପତୀତ୍ୱ କରିଥିବା ବେଳେ ଭାଷା ଗବେଷକ ସୌଭାଗ୍ୟ କୁମାର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଓ ଯୁବ ସଂଗଠକ ରାଜେନ୍ଦ୍ର କୁମାର ବରାଳ ଧନ୍ୟବାଦ ଦେଇଥିଲେ । ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟ ରେ ସମ୍ଭବ ସମ୍ପାଦକ ଅଖିଳ କୁମାର ସ୍ୱାଇଁ, ଶୁଭ କାନ୍ତ ନାୟକ, ଦିବ୍ୟ ଜ୍ୟୋତି ସାମଲ, ଅମୁଲ୍ୟ ଭୂୟାଁ, ଅବସର ପ୍ରାପ୍ତ ଅଧ୍ୟାପକ ରାଧେ ଶ୍ୟାମ ସାହୁ, କବୟିତ୍ରୀ ଜୟନ୍ତୀ ଓଝା,, ଧର୍ମେନ୍ଦ୍ର ମଲ୍ଲ, ମିହିର କୁମାର କର, ଦେବେନ୍ଦ୍ର ପଟନାୟକ ଓ ଯୁବ ସମାଜସେବୀ ନିର୍ମଳ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ବରପୁତ୍ର ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ନିଜର ବହୁମୂଲ୍ୟ ମତ ପୋଷଣ କରିଥିଲେ ।
ଛୋଟ ମୋର ଗାଁ ଟି ପକ୍ଷ ରୁ ଉତ୍କଳ ଦିବସ ପାଳିତ
|
April 1, 2025 |
