ଛେଳି ଚୋରୀ କରିବା ବେଳେ ଧରା ପଡିଗଲା ନିଶାଡୀ

Spread the love

ଭଦ୍ରକ, 09.02.2021 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା ):-   ନିଶାସକ୍ତ ଅବସ୍ଥାରେ ଛେଳି ଚୋରୀ କରିବା ବେଳେ ଧରା ପଡିଗଲା ନିଶାଡୀ।  ଶେଷରେ ଗ୍ରାମବାସୀ ଚୋରକୁ ଅଟକ ରଖିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଥାନା ସ୍ୱାମୀପାଟଣା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ଛେଳି ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଦେଖିଥିଲେ । ପରେ ଗାଁ ଲୋକେ ଗୋଡ଼ାଇବାରୁ ଦୁଇ ଲୁଟେରା ପଳାଉଥିବା ବେଳେ ଲୋକେ ମାଡି ବସିଥିଲେ। ଦୁଇ ଜଣଙ୍କ ତଲାସୀ ବେଳେ ଲୋକେ ଗଞ୍ଜେଇ ଓ ବ୍ରାଉନସୁଗାର ପୁଡ଼ିଆ ପାଇଥିଲେ । ତେବେ ଦୁଇ ଜଣ ଭୋଗ ପାଇଁ ଆସିଥିବା କହିଥିଲେ , ପରେ ପଚରାଉଚୁରା ବେଳେ ଭୋଗ ଅର୍ଥାତ ଗଞ୍ଜେଇ ଓ ବ୍ରାଉସୁଗାର ବୋଲି କହିଛନ୍ତି ଲୁଟେରା । ଗ୍ରାମବାସୀମାନେ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି।

 

Related Posts

About The Author

Add Comment