ଚାଷୀ ପଞ୍ଜିକରଣ କୁ ନେଇ ତିହିଡ଼ି ରେ ଚାଷୀ ଅସନ୍ତୋଷ

Spread the love

ତିହିଡ଼ି ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତି ରେ ଚାଷୀ ପଞ୍ଜିକରଣ କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ନବୀନ ପଟ୍ଟନାୟକଙ୍କ ସରକାର ରେ ଆମେ ବହୁତ ଖୁସି ଥିଲୁ କିନ୍ତୁ ଏ ସରକାର ଆସିବା ପରେ ଆମକୁ ବହୁତ କଷ୍ଟ ଦେଉଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଚାଷୀ ପଞ୍ଜିକରଣ ରେ ଝିଅ ମାନଂକ ସିକୃତି ପତ୍ର ଦରକାର ବୋଲି ସରକାର ଘୋଷଣା କଲା ପରେ ଚାଷୀ ମାନେ ପଞ୍ଜିକରଣ କରି ପାରୁ ନାହାଁନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଝିଅ ମାନେ ବିବାହ କରି ବହୁ ଦୂର ରେ ରହୁ ଛନ୍ତି। ସେମାନଙ୍କୁ ଆଧାର କାର୍ଡ ଓ ସୀକୃତି ପତ୍ର ମାଗିଲେ ସେମାନେ ସନ୍ଦେହ କରି ଆଧାର କାର୍ଡ ଦେଉ ନାହାଁନ୍ତି। ଏହା ଦ୍ବାରା ଭାଇ ଓ ଭଉଣୀ ଙ୍କ ସଂପର୍କ ଖରାପ ହେବାରେ ଲାଗିଛି। ଯଦି ସରକାର ଙ୍କ ଇଚ୍ଛା ନାହିଁ ଚାଷୀ ମାନଙ୍କୁ ସହଯୋଗ କରିବା ପାଇଁ ତେବେ ସିଧା ମନା କରି ଦିଅନ୍ତୁ। ଏଭଳି ନାଟକ ବାଜି ନ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି। ଯଦି ସରକାର ଚାଷୀ ମାନଙ୍କ ସପକ୍ଷ ରେ ନ ରୁହନ୍ତି ତେବେ ଆମେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ୍ ସନ୍ଧାନ।

Related Posts

About The Author

Add Comment