ଚାଷୀକୂଳ ପ୍ରତି ସରକାରର ବିଶ୍ୱାସଘାତକତାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ – ନିରଞ୍ଜନ

Spread the love
  • କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ସରକାର ଚାଷୀ ସ୍ୱାର୍ଥର ବିରୋଧୀ

ଭୁବନେଶ୍ୱର ତା ୧୨/୭ (ସନ୍ଧାନ ନିୟୁଜ): – ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍ଜି ଠାରେ ଚାଷୀ ଓ ଚାଷୀ ସମସ୍ୟା ନେଇ ଏକ ଗଣଧାରଣ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଧାରଣାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ କେନ୍ଦ୍ର ବିଜେପି ସରକାର ତା’ର ସାଢେ ଚାରିବର୍ଷ ଶାସନ କାଳରେ ଚାଷୀଙ୍କୁ ଯେତେଗୁଡିଏ ପ୍ରତିଶ୍ରୁତି ଦେଇଛି ତାହା ସଂପୂର୍ଣ୍ଣ ପ୍ରତାରଣାରେ ପରିଣତ ହୋଇଛି। ସ୍ୱାମୀନାଥନ୍ କମିଟି ରିପୋର୍ଟ ଅନୁଯାୟୀ କୃଷି ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ମୂଲ୍ୟ ବୃଦ୍ଧି କେବଳ ନିର୍ବାଚନୀ ଧୂଆଁବାଣ ଓ ଭାଷଣ ସର୍ବସ୍ୱ। ଏବେ ନିକଟରେ କେନ୍ଦ୍ର ସରକାର ଧାନର କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟରେ ମାତ୍ର ୨୦୦ ଟଙ୍କା ବୃଦ୍ଧି କରି ତାଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି କହିବା କେବଳ ଚାଷୀଙ୍କ ପାଇଁ କଟାଘା’ରେ ଚୂନ ସଦୃଶ। ୨୦୧୨-୧୩ ରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ସମୟରେ ଧାନର କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଏକାଥରକେ ୧୭୦ ଟଙ୍କା ବୃଦ୍ଧି କରାଯାଇଥିଲା। ଆଜି ୫ ବର୍ଷ ପରେ ଉତ୍ପାଦନ ଖର୍ଚ୍ଚ କେତେ ତାହା ହିସାବ କରାନଯାଇ କେବଳ ୨୦୦ ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ଭୁଅାଁ ବୁଲାଉଛନ୍ତି। ମୋଦି ସରକାର ବଡ ବଡ ଶିଳ୍ପପତିଙ୍କୁ ୧ଲକ୍ଷ ୫୪ ହଜାର କୋଟି ଟଙ୍କା ଋଣ ଛାଡ କରିଥିବା ବେଳେ ଦେଶରେ ଋଣଯନ୍ତାରେ ଥିବା ଗରିବ ଚାଷୀଙ୍କୁ ଫଟା ପାହୁଲାଟିଏ ଛାଡି ନଥିବା ଦୁର୍ଭାଗ୍ୟଜନକ ବିଷୟ। ୟୁପିଏ ସରକାର ୨୦୦୮ ରେ ଦେଶରେ ୫ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ଠାରୁ ୭୨, ୬୮୦ କୋଟି ଟଙ୍କା କୃଷି ଋଣ ଛାଡ କରିବା ଦ୍ୱାରା ଚାଷୀ ଆଶ୍ୱସ୍ତଲାଭ କରିଥିଲେ। ବିଜେପି ସରକାର ଚାଷୀର ଆୟ ୨୦୨୨ କୁ ଦୁଇଗୁଣା ବୃଦ୍ଧି କରିବା କେବଳ ନାଟକବାଜି। ଅପରପକ୍ଷେ ଅନ୍ୟ ରାଜ୍ୟଗୁଡିକ ଚାଷୀଙ୍କ ସ୍ୱାର୍ଥ ପାଇଁ କୃଷି ଋଣ ଛାଡ କରୁଥିବା ବେଳେ ନବୀନ ସରକାର ଶିଳ୍ପପତିଙ୍କ ଠାରୁ ଜଳକର ଓ ବିଦ୍ୟୁତ୍ କର କୋଟି କୋଟି ଟଙ୍କା ଛାଡ କରି ଚାଷୀଙ୍କ ପାଇଁ ଆଖି ବୁଜି ଦେଇଛନ୍ତି। ଯାହା ଫଳରେ ରାଜ୍ୟରେ ଋଣଭାରରେ ଥିବା ଚାଷୀଙ୍କ ଠାରୁ ଆଜି ପର୍ଯ୍ୟନ୍ତ ଋଣ ଛାଡ କରାଗଲା ନାହିଁ। ଚାଷୀ ତା’ର ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇପାରୁ ନାହିଁ। ଅଭାବୀ ବିକ୍ରୀର ଶିକାର ହୋଇ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ବର୍ତମାନ ସାରା ରାଜ୍ୟରେ ସରକାରଙ୍କ ଚରମ ଅବହେଳା ଯୋଗୁଁ ଖରିଫ୍ ଚାଷରେ ଚାଷୀ ଘୋର ସଂକଟ ମଧ୍ୟରେ ଗତି କରୁଛି। ରାଜ୍ୟ ସରକାର ଚାଷୀଙ୍କୁ ବିହନ ଯୋଗାଇବାକୁ ଅସମର୍ଥ। ଆବଶ୍ୟକ ଅନୁଯାୟୀ ଚାଷୀଙ୍କୁ ପ୍ରାମାଣିକ ବିହନ ଠିକଣା ସମୟରେ ଯୋଗାଇ ଦେବାକୁ ସରକାରଙ୍କ ପାଖରେ ବିହନ ମହଜୁଦ ନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର କୃଷି କର୍ମଣ ପାଇଁ ବାହାସ୍ପୋଟ ମାରୁଛନ୍ତି। ୧୦ ଲକ୍ଷ ହେକ୍ଟର ଚାଷଜମି ପଡିଆ ପଡିଛି। ଲକ୍ଷ ଲକ୍ଷ ଚାଷୀଘରର ଭେଣ୍ଡିଆ ପୁଅ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଚାଷୀ ବୀମା ପ୍ରିମିୟମ୍ ପୈଠ କରି ଫସଲ ବୀମା କ୍ଷତିପୂରଣ ପାଇପାରୁନାହିଁ। ଯାହାର ଏକ ନିଚ୍ଛକ ନମୁନା- ୨୦୧୭ ରେ ରାଜ୍ୟର ୧୮ ଲକ୍ଷ ୨୫ ହଜାର ଚାଷୀ ୮୩୮ କୋଟି ଟଙ୍କା ବୀମା ପ୍ରିମିୟମ୍ ପୈଠ କରି ଗତ ଏପ୍ରିଲ୍ ମାସରୁ ଆଜି ପର୍ଯ୍ୟନ୍ତ ୧୩ଶହ କୋଟି ଟଙ୍କା ବୀମା କ୍ଷତିପୂରଣ ରାଶି ପାଇବାରୁ ବଂଚିତ। ସେପଟେ ମୋଦି ସରକାର ଘରୋଇ ବୀମା କମ୍ପାନୀମାନଙ୍କ ସହିତ ଭିତିରିଆ ସଲାସୁତୁରା କରି କମ୍ପାନୀମାନଙ୍କୁ ପୋଷୁଥିବା ବେଳେ ଚାଷୀମାନଙ୍କ ପେଟରେ ଲାତ ମାରୁଛନ୍ତି ବୋଲି ମାନ୍ୟବର ବିରୋଧିଦଳ ନେତା ଶ୍ରୀ ନିରସିଂହ ମିଶ୍ର କହିଥିଲେ।

ଏଣୁ ଏହି ସବୁ ବିଫଳତାକୁ ନେଇ ଉଭୟ ସରକାରଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସଂପୂର୍ଣ୍ଣ ଦାୟୀ କରିଛନ୍ତି। ଏହି ଆନ୍ଦୋଳନ ନିର୍ବାଚନ ପାଇଁ ନୁହେଁ, ମୋ ପାଇଁ ନୁହେଁ, ଏହି ଆନ୍ଦୋଳନ କରାଯାଉଛି ଓଡିଶାର ଚାଷୀକୂଳ ପାଇଁ, କଂଗ୍ରେସ ଦଳ ନିମିତ ମାତ୍ର। ଯେପର୍ଯ୍ୟନ୍ତ ଚାଷୀକୂଳର ଅର୍ଥନୈତିକ ମାନଦଣ୍ଡର ଅଭିବୃଦ୍ଧି ନହୋଇଛି ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ କଂଗ୍ରେସ ଦୃଢ଼ ସଂକୁଳ୍ପବଦ୍ଧ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ପରିପ୍ରେକ୍ଷୀରେ ଚାଷୀଙ୍କୁ ତୁରନ୍ତ ଆବଶ୍ୟକୀୟ ପରିମାଣର ଉନ୍ନତ ପ୍ରାମାଣିକ ବିହନ, ସାର, କୀଟନାଶକ ଔଷଧ, କୃଷିଋଣ ଯୋଗାଣ, ଗତବର୍ଷର ଫସଲବୀମା କ୍ଷତିପୂରଣ ଓ ସମସ୍ତ ଚାଷୀଙ୍କ ଠାରୁ କୃଷି ଋଣ ଛାଡ, ଭାଗଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆଇନ୍ଗତ ବ୍ୟବସ୍ଥା, ପ୍ରତି ଚାଷୀଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା ଭତା ପ୍ରଦାନ କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବିଧାନସଭା ପାରିତ ପ୍ରସ୍ତାବ ଅନୁଯାୟୀ ୨୯୩୦ ଟଙ୍କାକୁ ବୃଦ୍ଧି, ରାଜ୍ୟ ସରକାର କ୍ୱିଂଟାଲ ପିଛା ଧାନରେ ଚାଷୀଙ୍କୁ ୩୦୦ ଟଙ୍କା ବୋନସ୍, ଖାଦ୍ୟଶସ୍ୟ ଉତ୍ପାଦନ ଖର୍ଚ୍ଚ ଉପରେ ଉପଯୁକ୍ତ ମୂଲ୍ୟ, ଚାଷୀଙ୍କୁ ଚାଷ ପାଇଁ ମାଗଣା ବିଜୁଳି ଯୋଗାଣ, ନିଅଂଟିଆ ସମସ୍ତ ବ୍ଲକରେ ରାଜ୍ୟ ସରକାର ତାଙ୍କ ଘୋଷଣା ମୁତାବକ ତୁରନ୍ତ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ସୁବିଧା ଅବିଳମ୍ବେ କରିବା, କେନ୍ଦ୍ର ସରକାର କୃଷି ଇନ୍ପୁଟ ସବ୍ସିଡି ଦୁଇଗୁଣା ବୃଦ୍ଧି କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଏହି ଗଣଧାରଣାରେ ଏଆଇସିସି ସଂପାଦକ ରୁଦ୍ର ରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ଏଆଇସିସି ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ପିସିସି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ସୀତାକାନ୍ତ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ମତଲୁବ ଅଲ୍ଲୀ, କିଶୋର ପଟେଲ, ଶିବାନନ୍ଦ ରାୟ, ଦେବାଶିଷ ପଟ୍ଟନାୟକ, ସସ୍ମିତା ବେହେରା, ମାନସ ଚୌଧୁରୀ, ଇତିଶ୍ ପ୍ରଧାନ, ସମୀର କୁମାର ରାଉତରାୟ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଯୁଧିଷ୍ଠିର ଜେନା, କିଶୋର ଜେନା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅଶୋକ ସାମଲ, ପଦ୍ମାକର ଗୁରୁ, ଅରିନ୍ଦମ ସର୍କେଲ, ଶିବେନ୍ଦ୍ର ହାତୀ, ସ୍ୱାଗତିକା ପଟ୍ଟନାୟକ, ବିରେନ୍ ମୋହନ ପଟ୍ଟନାୟକ, ସୁରେଶ ମହାପାତ୍ର, ଲଲାଟେନ୍ଦୁ ମହାପାତ୍ର, ସଚିଦାନନ୍ଦ ମହାକୁଡ, ସଂଗ୍ରାମ କେଶରୀ ଜେନା, ରଶ୍ମି ମହାପାତ୍ର, କାଙ୍ଗାଳି ପଣ୍ଡା, ବେଣୁଧର ଭୋଇ, ସୁମିତ୍ରା ଜେନା, ସ୍ମୃତିପ୍ରକାଶ ନନ୍ଦ, ମନୋଜ ରାଉତ, ଗିରିବାଳା ବେହେରା, ବିଷ୍ଣୁଚରଣ ବାରିକ, ଦରିଦ୍ର ନାରାୟଣ ଜେନା, ପ୍ରମୋଦ ସାହୁ, ସୁକାନ୍ତ ବେହେରା, ଅବଦୁଲ୍ ବାରୀ, ରାମକୃଷ୍ଣ ପରିଡା, ଦେବି ଚାନ୍ଦ, ଖଗେଶ୍ୱର ଜେନା, ସାବିତ୍ରୀ ଚୌଧୁରୀ, ଚିତ୍ରଲେଖା ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟବ୍ରତ ନାୟକ, ଦୀପା ଚୌଧୁରୀ, ସନତ୍ ଦାସ, ସନ୍ତୋଷ ବଳ, ମନୋଜ ସାହୁ, ଯୋଗୀନାଥ ବାହୁବଳେନେ୍ଦ୍ର, ନିକୁଞ୍ଜ ପଶାୟତ, ବିଶ୍ୱଜିିତ୍ ଦାସ, ବିଶ୍ୱଭୂଷଣ ଦାସ, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ସତ୍ୟସ୍ମିତ ମହାନ୍ତି, ସ୍ୱାଧିନବାଳା ଦାସ, ପ୍ରଣତୀ ମିଶ୍ର, ନଳିନୀ ବେହେରା, ଜୟନ୍ତ ଭୋଇ, ଶୈଳବାଳା ଜେନା, ଅଜିତ୍ ମଙ୍ଗରାଜ, ରବିନ୍ଦ୍ର କୁମାର ମଲ୍ଲିକ, ବିପ୍ଳବ ଜେନା, ମନୋରଞ୍ଜନ ରାଉତରାୟ, ଶ୍ରେୟା ମହାନ୍ତି, ପ୍ରଦୀପ ସ୍ୱାଇଁ, ମନୋଜ ସାହୁ, କନକ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Related Posts

About The Author

Add Comment