ଚାନ୍ଦବାଲି ବ୍ଲକ୍ ରେ ଚାଷଜମି ଜଳମଗ୍ନ

Spread the love

ଚାନ୍ଦବାଲି (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ବୈତରଣି ଏବଂ ସାଳନ୍ଦୀ ଜଳ ସ୍ତର କମି ବାର ନାଁ ଧରୁ ନଥିବା ବେଳେ ବଢ଼ି ଚାଲିଛି ଚାଷୀ ପରିବାର ର ଦୁଃଖ ଦୁର୍ଦ୍ଦଶା, ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକ୍ ରେ ବିଭିନ୍ନ ଗ୍ରାମ  ଆରଡ଼ି, କୋଇଲେଖା, ବାଙ୍କମୁହାଁ,ଶୀତଳ ପୁର, ନାନ୍ଦପୁର, ନାଲୁଗୁଣ୍ଡା, ବାଟିଟଙ୍କି, ଭୁଇଁପୂର୍, ତରୁଖା ଆଦି ଗ୍ରାମ ଗୁଡିକରେ ଆଜ କୁ ଚାରିଦିନ ହେଲା ଜଳନଷ୍କାସନ ର ବାଟ ଖୋଲୁନି, ଯାହା ଫଳରେ ଚାଷ ଜମି ମାନଙ୍କରେ  ପାଣି କମିବାର ନାଁ ଧରୁନି, ଜମି ଗୁଡିକ ପ୍ରାୟ ଖାଲୁଆ ଏବଂ ସାଳନ୍ଦୀ ନଦୀ ର ପାଖରେ ହୋଇଥିବାରୁ ଏଭଳି ପରିସ୍ଥିତି ରେ ସାମ୍ନା ହେବାକୁ ପଡୁଛି।     ବନ୍ୟା ଜଳ ର ପ୍ରାୟ ରୁଆ ଭାସି ଯାଇଥିବା ମନେ କରାଯାଉଥିବା ବେଳେ କେତେକ ଜାଗା ରେ ଧାନ ଗଛଗୁଡ଼ିକ ମୂଳ ପଚିବାରେ ସାମ୍ନାକୁ ଆସିଛି।  କରୋନା ଭଳି ମହାମାରୀ କବଳ ରୁ ରକ୍ଷା ପାଇବା ପାଇଁ ଚାଷୀ ର ସପରିବାର ନିଜ ବେଉସା କୁ ଆଦରି ଥିବା ବେଳେ ବନ୍ୟା ଜଳ ସେଥିରେ  ବାଟ ଓଗାଳିଛି।  ଯଦି ଏଭଳି ପରିସ୍ଥିତିରେ କୌଣସି ପ୍ରଶାସନ ଚାଷୀ ଙ୍କୁ   କୌଣସି ସହାୟତାରେ ହାତ ନ ବଢାନ୍ତି ଆସନ୍ତା ଭବିଷ୍ୟତରେ ଚାଷୀ କୁଳ ଚାଷ ଛାଡ଼ି ବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। କଥାରେ ଅଛି ଚାଷ ନାହିଁ ତ ବାସ ନାହିଁ। ତେଣୁ କରି  ଚାଷୀ ଙ୍କ ପାଇଁ ସମସ୍ତ ପ୍ରଶାସନ ଏଥିରେ ସଜାଗ ହେବା ନିହାତି ଜରୁରୀ।

Related Posts

About The Author

Add Comment