ଚଣ୍ଡିଖୋଲ ଦୋକାନ ଘର ଭାଙ୍ଗିବା ପ୍ରତିବାଦରେ ଫୁଟ୍ ଫାଥ୍ ବ୍ୟବସ୍ଥାୟୀ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବି ପତ୍ର

Spread the love
  • 25
    Shares

ବଡଚଣା,୨୬/୬ (ସନ୍ଧାନ ନିୟୁଜ/ମାନସ ରାଉତ) ଦୀର୍ଘ ଦିନରୁ ଚଣ୍ଡିଖୋଲ ବଜାରରେ ନିଜର ଜୀବିକା ନିର୍ବାହ କରୁଥିବା କ୍ଷୁଦ୍ର ବ୍ୟବସ୍ଥାୟୀ ମାନଙ୍କୁ ଥଇଥାନ କରିବା ପ୍ରତିବଦଳରେ ପ୍ରଶାସନ ତାଙ୍କୁ ଥାଇଥାନ ନକରି ତାଙ୍କୁ ଉଚ୍ଚେଦ କରିବାରେ ଲାଗିପଡିଛି । ବଜାର ସମ୍ପସାରଣ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବର୍ତ୍ତନ କରି ଅନ୍ୟ ସ୍ଥାନରେ ଦୋକାନ କରିବା ପାଇଁ କହି ପୁଣି ସେହି ସ୍ଥାନରୁ ଉଠାଇବାକୁ ନେଇ ବ୍ୟବସ୍ଥାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚଣ୍ଡିଖୋଲ ବଜାରରେ ୫୦ଜଣ ବ୍ୟବସ୍ଥାୟୀ ନିଜ ଅର୍ଥରେ ଅସ୍ଥାୟୀ ଭାବେ ଦୋକାନ ଗୃହ ନିର୍ମାଣ କରିଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପରୋକ୍ଷରେ ଅନୁମତି ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ପ୍ରଶାସନ ସେଥିରୁ ୪୦ଟି ଦୋକାନ ଗୃହକୁ ଜେସିବି ଲଗାଇ ଭାଙ୍ଗିଦେଇଥିଲା । ଯାହାକିସମ୍ପୁର୍ଣ୍ଣ ବେଆଇନ୍ ବୋଲି ବ୍ୟବସ୍ଥାୟୀ ସଂଘ ଅଭିଯୋଗ କରିବା ସହିତ କଣ ପାଇଁ ତାଙ୍କ ପୂର୍ବରୁ ଜଣାଗଲାନାହିଁ ବୋଲି ପ୍ରଶ୍ନ କରିବା ସହିତ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ମଧ୍୍ର ସୂଚନା ଦିଆଯାଇନଥିବା ଅଭିଯୋଗ କରିଛନ୍ତି । ଏପରକି ପଂଚାୟତ ପକ୍ଷରୁ ବେଆଇନ୍ ଭାବେ ମହାସୁଲ ଆଦାୟ କରାଯାଉଥିବା ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏନ.ଏଚ ସ୍ଥାନରେ ପଂଚାୟତ ମହାସୁଲ ଆଦାୟ କରିବାର ନିୟମ ନଥିବା ବେଳେ ପଂଚାୟତ ପକ୍ଷରୁ ପଦତ୍ତ ରସିଦ ସଠିକ୍ ନୁହେଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ତୁରନ୍ତ କ୍ଷୁଦ୍ରବ୍ୟବସ୍ଥାୟୀ ମାନଙ୍କୁ ଥଇଥାନ କରାନଗଲେ ଆଗମୀ ଦିନରେ ତହସିଲ ସମ୍ମଖରେ ଧାରଣ ଦିଆଯିବ ବୋଲି ବ୍ୟବସ୍ଥାୟୀ ସଂଘ ପକ୍ଷରୁ କୁହାଯାଇଛି । ଆଜି ଦାବି ପତ୍ର ଦେବା ସମୟରେ ଫୁଟ୍ ଫାଥ ୍ବ୍ୟବସ୍ଥାୟୀ ସଂଘର ସଭାପତି ସମରେନ୍ଦ୍ର ମହାଲା, ସମ୍ପାଦକ ଅନିରୁଦ୍ଧ ସମାନ୍ତରାୟ, ଉତ୍ତମ କୁମାର ଜେନା, ଭାଗ୍ୟଧର ବେହେରା, ଭାଷ୍କର ନାୟକ, ମନମୋହନ ରାଉତ, ସୁରେନ୍ଦ୍ର ନାୟକ, ରବିନ୍ଦ୍ର ରାଉତ, ପ୍ରତାପ ପଲାଇ, ରମେଶ ରାଉତ, ରାହସ ବିହାରୀ ଜେନା, ବିକ୍ରମ ଜେନା ସମେତ ବହୁ ସଭ୍ୟ ଉପସ୍ଥିତ ରହି ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ ।

  • 25
    Shares

Related Posts

About The Author

Add Comment