କଳିଙ୍ଗ ନଗର/୨୭/୧୦/ସନ୍ଧାନ ନ୍ୟୁଜ୍) ଚଣ୍ଡିଖୋଲ ଡ଼ୁବୁରୀ ଜାତୀୟ ରାଜପଥ ଏବେ ମୁଣ୍ଡ ପରେ ମୁଣ୍ଡ ନବାରେ ବ୍ୟସ୍ତ ଥିବା ବେଳେ, ପ୍ରଶାସନ ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ, ବିଗତ ଦଶବର୍ଷ ମଧ୍ୟରେ ମଧ୍ୟ ଏବେ ସୁଦ୍ଧା ଚଣ୍ଡିଖୋଲ ଠାରୁ ଡ଼ୁବୁରୀ ଜାତୀୟ ରାଜପଥ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ ଯାହା ଫଳରେ ଏହି ରାସ୍ତାରେ ମୁଣ୍ଡ ପରେ ମୁଣ୍ଡ ଗଡିଚାଲିଛ ,କେତେଯେ ସଧବା ମଥାରୁ ସିନ୍ଦୂର ଲିଭିଛି କେତେ ମା କୋଳରୁ ସନ୍ତାନ ଛଡ଼େଇ ନେଇ କେତେ ଘର ଭସାଇ ଉଜାଡି ଦେଇଛି ଏ ରକ୍ତ ମୁଖା ରାଜପଥ ତାହାର ହିସାବ କାହା ପାଖରେ ନାହିଁ, ଦୁଇ ବର୍ଷ ମଧ୍ୟରେ ଦ୍ଵିତୀୟ ବ୍ରାହ୍ମଣୀ ସେତୁ ପୂର୍ଣ୍ଣାଙ୍ଗ ହେବାକୁ ଥିବା ବେଳେ ଏବେ ସୁଦ୍ଧା ସୁଳ୍ପ କାମ ହୋଇଥିବା ଦେଖିବାକୁ ମିଳେ,ବିଗତ ଦିନରୁ ସ୍ଥାନୀୟ ସେଚେତନ ନାଗରିକ ମଞ୍ଚ ଯାଜପୁର ଏହାର ପ୍ରତିବାଦ କରିଆସୁଛି, ଫଳରେ କିଛି କିଛି କାମ ହେଉଥିବା କାମ ଦେଖିବାକୁ ମିଳିଛି, ସ୍ଥାନୀୟ ଧର୍ମଶାଳା ଓ ସୁକିନ୍ଦା ବିଧାୟକ ଏହି ମରଣଯନ୍ତା ରାଜପଥ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବି ହେଉଛି, ଆଗାମୀ ଦିନରେ ଜାତୀୟ ରାଜପଥ କତୃପକ୍ଷ ପ୍ରଶାସନ କାମ ନେଇଥିବା ଠିକା ସଂସ୍ଥା ଯଦିଓ ଏହାର କାର୍ଯ୍ୟ ଖୁବ୍ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ନ କରନ୍ତି ତେବେ ସ୍ଥାନୀୟ ଜନସାଧାର ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି,
ଚଣ୍ଡିଖୋଲ ଡ଼ୁବୁରୀ ୫୩ ନମ୍ୱର ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା
|
October 27, 2024 |
