ଚଣ୍ଡିଖୋଲ ଛକରେ ପାର୍କିଙ୍ଗକୁ ନେଇ ଜନସାଧାରଣାଙ୍କ ଭିତରେ ଅସନ୍ତୋଷ

Spread the love

ଚଣ୍ଡିଖୋଲ, ୧୬/୧୦/୨୦୨୧ (ସନ୍ଧାନ ନିଉଜ) : ବ୍ୟସ୍ତ ବହୁଳ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକର ଟ୍ରାଫିକ ସମସ୍ୟାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି .ଏଇ ଛକଦେଇ ୧୬ ନ ଜାତୀୟ ରାଜପଥ ଯାଇଅଛି .ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦୋକାନ ବଜÿାର ଗଢିଉଠିଛି.ବିଶେଷ କରି କଟକ ଆଡୁ ଆସୁଥିବା ଯାତ୍ରୀମାନେ କୌଣସି କାରଣରୁ ଚଣ୍ଡିଖୋଲ ଛକରେ ଜଳଖିଆ କିମ୍ବା କିଣାକିଣି କରିବାକୁ ହେଲେ ୫୩ ନ ଜାତୀୟ ରାଜପଥ ଉପରେ ନିଜର ଚାରିଚକିଆ ଗାଡି ରଖି ଦୋକାନକୁ ଯାଇଥାନ୍ତି ଫଳରେ ବହୁ ସମୟରେ ଏହି ସ୍ଥାନରେ ପାର୍କିଙ୍ଗ ସମସ୍ୟା ଦେଖାଦେଇଥାଏ.ସେହିପରି ଏହି ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗସ୍ତ ଗାଡିକୁ ଉଠାଇବା ପାଇଁ ବଡ଼ବଡ଼ କ୍ରେନ ସବୁ ଦିନସାରା ଛିଡାହେଇ ରହିବା ଫଳରେ ବହୁ ସମୟରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ.ସେହିପରି ହୋଟେଲ ମିଡ଼ଇଏଷ୍ଟ ସମୁଖରେ ଯାଇଥିବା ସର୍ଭିସ ରାସ୍ତା ଉଭୟ ପାର୍ଶ୍ୱରେ ଗାଡିରଖି ଲୋକମାନେ ହୋଟେଲକୁ ଯାଇଥାନ୍ତି ,ଏହିଂ ସ୍ଥାନରେ ମଧ୍ୟ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ.ଏହି ରାସ୍ତାଦେଇ ଜରୁରୀସେବା ଯୋଗାଉଥିବା ନିଆଁଲିଭା ଗାଡିର କାର୍ଯ୍ୟାଳୟ ଥିଲେ ସୁଦ୍ଧା ବେଳେବେଳେ ଟ୍ରାଫିକ ଯାମ ଯୋଗୁ ନିଆଁଲିଭା ଗାଡି ମଧ୍ୟ କିଛି ସମୟ ପାଇଁ ରାସ୍ତାରେ ଅଟକି ରହିବାକୁ ବାଧ୍ୟ ହେଇଥାଏ.ଛକର ଭୌଗଳିକ ପରିସୀମା ଓ ସ୍ଥାନର ଅଭାବରୁ କିଛି ଲୋକ ବାଧ୍ୟ ହେଇ ଏହି ସବୁ ସ୍ଥାନରେ ନିଜର ଗାଡି ରଖିବାକୁ ବାଧ୍ୟ ହେଉଛନ୍ତି .ପ୍ରଶାସନ ପକ୍ଷରୁ ଛକର କୋଣସି ଜାଗାରେ ନୋପାର୍କିଙ୍ଗ ବୋର୍ଡ ଲଗାଯାଇନାହିଁ .ନୂତନ କରି ଆସିଥିବା ଟ୍ରାଫିକ ଥାନା ଅଧିକାରୀ ଗତ କିଛିଦିନ ହେବ ଏହି ସବୁ ବେଆଇନ ସ୍ଥାନରେ ଗାଡି ରଖିଥିବା ଲୋକମାନଙ୍କ ଠାରୁ ଅନଲାଇନ ଚାଲାଣ କାଟୁଥିବା ବେଳେ ଏହାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି .ପାର୍କିଙ୍ଗ ର ସୁବିଧା ନଥିବାରୁ ଲୋକମାନେ ବାଧ୍ୟହେଇ ନିଜର ଗାଡି କୁ ରଖୁ ଛନ୍ତି ଓ ପ୍ରଶାସନ ପକ୍ଷରୁ ନୋ ପାର୍କିଙ୍ଗ ଜୋନ କରାଗଲେ ଲୋକମାନେ ଆଉ ଗାଡି ରଖିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଅଛି .ମାତ୍ର ଏସବୁ ନକରି ଲୋକମାନଙ୍କ ଠାରୁ ଏପରି ଜୋରିମାନା ଆଦାୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଯାଇଛି .ଏହି ସମସ୍ୟା କୁ ନେଇ ଛକର କିଛି ବୁଦ୍ଧିଜୀବୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି .ସେପଟେ ଟ୍ରାଫିକ ଥାନା ଅଧିକାରୀଙ୍କୁ ପଚାରିବାରୁ ଟ୍ରାଫିକ ସମସ୍ୟା ଦେଖାଯିବାରୁ ମୁ ଫାଇନ ଆଦାୟ କରୁଛି ବୋଲି କହିଥିଲେ.

Related Posts

About The Author

Add Comment