ଚଣ୍ଡିଖୋଲକୁ ସବଡିଭିଜନର ମାନ୍ୟତା ନମିଳିବା ପ୍ରସଂଗ, ୨୩ରେ ମହାବିନାୟକରେ ହେବ ସର୍ବଦଳୀୟ ବୈଠକ

Spread the love
  • 8
    Shares

ଯାଜପୁର (ସନ୍ଧାନ ନିୟୁଜ୍/ମାନସ ରାଉତ) ଯାଜପୁର ଜିଲ୍ଲାର ପ୍ରାଣକେନ୍ଦ୍ର ଚଣ୍ଡିଖୋଲକୁ ସବଡିଭିଜନ୍ ନମିଳିବା ଘଟଣାରେ ଏହି ଅଂଚଳର ବହୁ ବୁଦ୍ଧିଜୀବି ମାନେ ଅସନ୍ତୋଷ ହେବା ସହିତ ଦାଶ କମିସନର ରିପୋର୍ଟକୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ ବାଢିଛନ୍ତି । ଏପରକି ଜିଲ୍ଲା ପ୍ରତିଷ୍ଠା ସମୟରେ ସେହିସମୟର ମୁଖ୍ୟମନ୍ତ୍ରୀ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଘୋଷଣା କରିଥିଲେ । ପରେ ତାଙ୍କର ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜସ୍ୱ ମନ୍ତ୍ରୀ ମଧ୍ୟ ପ୍ରତିଶୃତି ଦେଇଥିଲେ । ମାତ୍ର ଏବେ ନୂତନ ୧୪ଟି ସବଡିଭିଜନ କରିବାରେ ଚଣ୍ଡିଖୋଲର ନାମ ନଥିବାରୁ ଏହି ଅଂଚଳର ଆନେ୍ଧାଳନ ମୁଣ୍ଡ ଟେକିବାରେ ଲାଗିଛି ।

ସମସ୍ତ ଭିତ୍ତିଭୂମି ଥାଇସୁଧା କଣ ପାଇଁ ଏହାକୁ ସବଡିଭିଜନର ମାନ୍ୟତା ନମିଳିଲା ତାହାର ସ୍ପଷ୍ଟ ଆଲୋଚନା ପାଇଁ ଆସନ୍ତା ୨୩ ତାରିଖରେ ମହାବିନାୟକ ପ୍ରାଙ୍ଗଣରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ଏଥିରେ କୈଳାସ ଚନ୍ଦ୍ର ରାଉତ, ଅଜୟ ସାମଲ, ମାନଗୋବିନ୍ଦ ସେଠୀ, ଶରତ କୁମାର ଷଢ଼ଙ୍ଗୀ, ପ୍ରମୋଦ କୁମାର ଜେନା, ମନୋରମା ଆଚାର୍ଯ୍ୟ, ମହେଶ୍ୱର ବଳ, ରମାକାନ୍ତ ରାଉତ, ଯତୀନ୍ଦ୍ର ଜେନା, ପ୍ରକାଶ କୁମାର ଦାଶ, ଉଦୟ ନାଥ ସାହୁ, ଦେବରାଜ ବେହେରା ପ୍ରମୁଖ ଏହା ଉପରେ ଅଂଚଳର ବାସୀ ଏଥିରେ ଯୋଗଦେଇ ସବଡିଭିଜ ମାନ୍ୟତା ନମିଳିବା ପ୍ରସଙ୍ଗରେ ଉପସ୍ଥିତ ନିଜର ମତ ରଖିବା ସହିତ ଆଲୋଚନାକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି ।

  • 8
    Shares

Related Posts

About The Author

Add Comment