ଘେରିବନ୍ଧ ମରାମତିରେ ଦୁର୍ନିତି ଅଭିଯୋଗ,ତଦନ୍ତ କଲେ ବିଭାଗୀୟ ଅଧ୍‌କାରୀ

Spread the love
  •  
  •  
  •  
  •  
  •  

ଯାଜପୁର ସଦର,ସନ୍ଧାନ ନ୍ୟୁଜ: ଯାଜପୁର ବ୍ଲକ ଜାରକା ଜଳସମ୍ପଦ ବିଭାଗ ଅଧିନସ୍ଥ ଝାଲପଡା ପଂଚାୟତ ସେହି ଗ୍ରାମର ବ୍ରାହ୍ମଣୀ ନଦୀବନ୍ଧ ମାଧବାନନ୍ଦ ବିଶ୍ୱାଳ ଗଢା ଠାରୁ ଶନି ଗଢା ପର‌୍ୟ୍ୟନ୍ତ ୨ ଶହ ମିଟର ଘେରିବନ୍ଧକୁ ମରାମତି ଓ ସୁଦୃଢ କରିବା ବଦଳରେ ଠିକାଦାର ନିମ୍ନମାନର କରାଯାଇଥିବା ଅଭିଯୋଗକୁ ନେଇ ଆଜି ଜାରକା ଜଳସମ୍ପଦ ବିଭାଗର ବିଭାଗୀୟ ଅଧିକାରୀ ମନୋରଂଜନ ତ୍ରିପାଠୀ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ବ କରିଛନ୍ତି । ତଦନ୍ତରୁ ଏହି ଘେରିବନ୍ଧ ନିର୍ମାଣରେ ଦୁର୍ନିତି ହୋଇଥିବା ଜାଣିବାକୁ ପାଇଥିବା ବେଳେ ଆସନ୍ତା ନଭେମ୍ବର ମାସ ମଧ୍ୟରେ ପୁନରାୟ ମାଟି ପଡିବା ନେଇ ପ୍ରତିଶୃତି ଦେଇଛନ୍ତି । ସୂଚନାଥାଉକି ଏହି ଘେରିବନ୍ଧ ମରାମତି ପାଇଁ ଚଳିତ ବର୍ଷ ବିଭାଗ ପକ୍ଷରୁ ୩୮ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ଏହି ଅର୍ଥରେ ଘେରି ବନ୍ଧକୁ ମୁଖ୍ୟ ବନ୍ଧ ସହିତ ସମାନ ଉଚ୍ଚା କରିବା ସହିତ ଉଭୟ ପାଶ୍ୱର୍ରେ ମାଟି ପକାଇ ପ୍ରସସ୍ତ ଓ ସୁଦୃଢ କରିବା ପାଇଁ ପ୍ରାବଧାନ ରହିଥିଲା । ହେଲେ ଠିକାଦାର ଘେରି ବନ୍ଧରେ ଆବଶ୍ୟକ ଅନୁଯାୟୀ ମାଟି ନ ପକାଇ ଅଳ୍ପ କିଛି ମାଟି ପକାଇ ଲକ୍ଷାଧିକ ଟଙ୍କା ହଡପ କରି ନେଇଛନ୍ତି । ମାଟି ପକାଇବା ବଦଳରେ ଏହି ଗାଁର ମୁସଲମାନ ସାହିର ଲିୟାକତ ଅଲ୍ଲି,ଅନୁୟାର ବିବି,ଅକବରୀ ଅଲ୍ଲିଙ୍କ ଢିଅକୁ କାଟି ମାଟି ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅଗଷ୍ଠ ମାସ ୯ ତାରିଖ ଦିନ ଗ୍ରାମର ୫ ଜଣ ୱାର୍ଡ ସଭ୍ୟ,ସରପଂଚ ଭାରତୀ ମଲ୍ଲିକ,ସମିତିସଭ୍ୟ ନିର୍ମଳ କୁମାର ସାମଲଙ୍କ ସମେତ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳ ଓ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ତଦନ୍ତ ପାଇଁ ଲିଖିତ ଦାବି କରିଥିଲେ ।

Related Posts

About The Author

Add Comment